ଓଲିଉଡ୍‌ରେ ଆସ୍ଥାନ ଜମେଇଲେଣି କଣ୍ଠଶିଳ୍ପୀ ମାନସୀ

Advertisment
ଓଲିଉଡ୍‌ରେ ଆସ୍ଥାନ ଜମେଇଲେଣି କଣ୍ଠଶିଳ୍ପୀ ମାନସୀ

ଆଶିକ୍, ମୋହବତ୍‌, ଇସ୍କବାଲା ପ୍ରେମ ଆଦି ଚଳଚ୍ଚିତ୍ର ଗୀତରେ କଣ୍ଠଦାନ କରି ଦର୍ଶକଙ୍କୁ ଭିନ୍ନସ୍ବାଦର ମନୋରଂଜନ ଦେଇଥିବା ଉଦୀୟମାନ କଣ୍ଠଶିଳ୍ପୀ ମାନସୀ ସାହୁ ଏବେ ଓଲିଉଡ୍‌ରେ ଆସ୍ଥାନ ଜମେଇଲେଣି। ସେ ଅଧୁରା ପ୍ରେମ, ମାୟାବିନୀ, ମାଲ ମହୁ, ସ୍ମୃତି ତୁମେ, ପଞ୍ଚ୍‌ବାଲା ଲଭ୍ ଆଦି ମ୍ୟୁଜିକ୍ ଆଲବମ୍‌ରେ ମଧ୍ୟ କଣ୍ଠଦାନ କରିଛନ୍ତି। ଏହାଛଡ଼ା ‘ଦୁଃଖ ମୋ ଭାଗ୍ୟରେ ଲେଖା’ ଭଜନ ଆଲବମ୍‌ରେ ମାନସୀ କଣ୍ଠଦାନ କରିବା ସହ ଅଭିନୟ ମଧ୍ୟ କରିଛନ୍ତି। ପ୍ରଥମେ ନିଜ ମା’ ଟିକିନା ସାହୁଙ୍କଠାରୁ ପ୍ରେରଣା ପାଇଥିଲେ, ପରେ ଗୁରୁ ସତ୍ୟନାରାୟଣ ମହାପାତ୍ର ଓ ରଜନୀକାନ୍ତ ମହାପାତ୍ରଙ୍କଠାରୁ ମାନସୀ ସଙ୍ଗୀତ ଶିକ୍ଷା କରୁଛନ୍ତି।

ଭୁବନେଶ୍ବରରେ ରହୁଥିବା ମାନସୀ ଭଜନ ଜଣାଣ ସହ ଆଧୁନିକ ଓ ସମ୍ବଲପୁରୀ ଗୀତରେ ମଧ୍ୟ କଣ୍ଠଦାନ କରିଛନ୍ତି। କିଛିଦିନ ହେବ ସେ ମଞ୍ଚ ଆସରରେ ସଙ୍ଗୀତ ପରିବେଷଣ କରୁଛନ୍ତି। ମାନସୀ କହନ୍ତି ଯଦିଓ ସଙ୍ଗୀତକୁ ନେଇ କ୍ୟାରିୟର କରିବା କଷ୍ଟକର, ତଥାପି ସଙ୍ଗୀତରୁ ଯେଉଁ ଆତ୍ମସନ୍ତୋଷ ମିଳୁଛି, ତାହା ଆଉ କେଉଁଥିରୁ ମିଳିବ ନାହିଁ। ସେଥିପାଇଁ ଏବେ ସେ ଅନେକ ଶ୍ରୋତାଙ୍କ ମନର ମାନସୀ ସାଜିଛନ୍ତି। ସଙ୍ଗୀତ ବ୍ୟତୀତ ଅଭିନୟ ଏବଂ ଚିତ୍ରକଳାରେ ତାଙ୍କର ଅନୁରାଗ ରହିଛି। ଓଡ଼ିଆ ସଙ୍ଗୀତରେ ସେ ସ୍ବର୍ଗତ ଅକ୍ଷୟ ମହାନ୍ତିଙ୍କ ବ୍ୟତୀତ ଇରା ମହାନ୍ତି ଓ ନମିତା ଅଗ୍ରୱାଲଙ୍କୁ ଏବଂ ହିନ୍ଦୀରେ ଅନୁରାଧା ପୋଡ୍‌ୱାଲ୍‌ଙ୍କ ଗାୟନ ଶୈଳୀଙ୍କୁ ଅଧିକ ପସନ୍ଦ କରନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe