ଏହି ଗୋଟେ ସର୍ତ୍ତରେ ବଲିଉଡରେ ପାଦ ଦେବେ ନେହା କକ୍କର

Advertisment
ଏହି ଗୋଟେ ସର୍ତ୍ତରେ ବଲିଉଡରେ ପାଦ ଦେବେ ନେହା କକ୍କର

Naidunia

ମୁମ୍ବାଇ: ଇଣ୍ଡିଆନ ଆଇଡଲରୁ ନିଜର ସଙ୍ଗୀତ କ୍ୟାରିୟର ଆରମ୍ଭ କରିଥିବା ନେହା କକ୍କର ଆଜି ବଲିଉଡର ଜଣେ ଲୋକପ୍ରିୟ କଣ୍ଠଶିଳ୍ପୀ ଭାବେ ଉଭା ହୋଇଛନ୍ତି। ତାଙ୍କର ପ୍ରତିଟି ଗୀତ ବ୍ଲକବଷ୍ଟର ହେଉଥିବା ବେଳେ ସବୁବର୍ଗର ଲୋକଙ୍କୁ ତାଙ୍କ ଗୀତ ପସନ୍ଦ ଆସୁଥିବା ଦେଖାଯାଉଛି। ନିଜ ମ୍ୟୁଜିକ୍ ଭିଡିଓରେ ନେହା ନିଜେ ଅଭିନୟ କରୁଥିବା ବେଳେ ବଲିଉଡରେ ତାଙ୍କୁ ଦେଖିବା ପାଇଁ ପ୍ରଶଂସକମାନେ ଅନେକ ଦିନରୁ ଅପେକ୍ଷା କରିବସିଛନ୍ତି। ତେବେ ଏକ ସାକ୍ଷାତକାରରେ ନେହା ବଲିଉଡରେ କାମ କରିବା ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି।

ତାଙ୍କ କହିବା ମୁତାବକ, ମୁଁ ସେତେବେଳେ ଗୋଟେ ବଲିଉଡ୍ ଫିଲ୍ମ କରିବି, ଯେତେବେଳେ ମୁଁ ସୁନିଶ୍ଚିତ ହୋଇଯିବି କି ସେ ଫିଲ୍ମ ହିଟ୍ ହେବ। ଆଜି ପର୍ଯ୍ୟନ୍ତ ଯେଉଁସବୁ କଣ୍ଠଶିଳ୍ପୀ ଫିଲ୍ମରେ ନିଜର ଭାଗ୍ୟ ପରୀକ୍ଷା କରିଛନ୍ତି, ସେମାନେ ସଫଳ ହୋଇ ନାହାନ୍ତି। ଏଭଳି ପରିସ୍ଥିତିରେ ଯଦି ମୁଁ ଫିଲ୍ମ କରୁଛି, ତେବେ ତାହା ହିଟ୍ ହେବ ବୋଲି ସୁନିଶ୍ଚିତ ହେବା ପରେ ମୁଁ କରିବି। ନଚେତ୍ କରିବି ନାହିଁ।

Image result for neha-kakkar Nari

ତେବେ ନେହାଙ୍କ ଏଭଳି ପ୍ରତିକ୍ରିୟାରୁ ସ୍ପଷ୍ଟ ହୋଇଛି ଯେ, ସେ ଏକ ଭଲ କାହାଣୀକୁ ଅପେକ୍ଷା କରିଛନ୍ତି। ଯାହା ତାଙ୍କୁ ଅଫର କରାଗଲେ, ସେ ନିଶ୍ଚୟ ଅଭିନୟରେ ପାଦ ରଖିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe