ନୂଆଦିଲ୍ଲୀ: ସିଙ୍ଗିଙ୍ଗ୍ ରିୟଲିଟ୍ ସୋ’ ‘ଦ ଭଏସ୍ କିଡସ୍’ରେ ଜଜ ଭାବେ ନଜର ଆସୁଥିବା ବଲିଉଡ୍ ସଙ୍ଗୀତଜ୍ଞ ପପନ୍ ମହାନ୍ତଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।
ସୂଚନାଯୋଗ୍ୟ, ପପନ୍ଙ୍କ ବିରୋଧରେ ନ୍ୟାସନାଲ କମିସନ୍ ଫର ପ୍ରୋଟେକ୍ସନ୍ ଅଫ୍ ଚାଲ୍ଡ ରାଇଟ ଆଧାରରେ ମାମଲା ରୁଜୁ କରାଯାଇଛି। ପପନ୍ ଅଫିସିୟାଲ୍ ଫେସ୍ବୁକ୍ ପେଜ୍ରେ ହୋଲି ଉତ୍ସବ ପାଳନ ଅବସରରେ ଫେସ୍ବୁକ୍ ଲାଇଭ୍ କରୁଥିବା ସମୟରେ ଷ୍ଟେଜ ଉପରେ ଥିବା ଏକ ଶିଶୁକୁ ରଙ୍ଗ ଲଗାଇ, ଆଶ୍ଳୀଳ ଭାବେ ଚୁମ୍ବନ ଦେଇଥିଲେ। ଏହି ଶିଶୁଟି ରିୟଲିଟି ସୋ’ରେ ଭାଗ ନେବାକୁ ଆସିଥିଲା। ଏହି ଦୃଶ୍ୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପପନ୍ଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।
/sambad/media/post_attachments/wp-content/uploads/2018/02/dc-Cover-ts4m3a6lo40020r5b42ufdl5d4-20180223133015.Medi_-300x168.jpeg)
ଭିଡିଓ ଭାଇରାଲ ହେବା ପରେ ସୁପ୍ରିମକୋର୍ଟର ଆଇନଜୀବୀ ରୁନା ଭୁୟାଁ ନ୍ୟାସନାଲ କମିସନ୍ ଫର ପ୍ରୋଟେକ୍ସନ୍ ଅଫ୍ ଚାଲ୍ଡ ରାଇଟସ୍ (ପିଓଏସ୍ସିଓ)ଙ୍କୁ ଚିଠି ଲେଖି କହିଛନ୍ତି, ‘ମୁଁ ଆଶ୍ଚର୍ଯ୍ୟ ହୋଇଯାଉଛି କି ଗାୟକ ପପନ୍ ମହାନ୍ତ ହୋଲିର ରଙ୍ଗର ଲଗାଇବାକୁ ଯାଇ ଶିଶୁଟି ସହିତ ଏଭଳି ଅଶ୍ଳୀଳ ଢ଼ଙ୍ଗରେ କିପରି ଚୁମ୍ବନ ଦେଇ ପାରିଲେ।’
ଏହି ଭିଡିଓ ସାମ୍ନାକୁ ଆସିବା ପରେ ପପନ୍ଙ୍କୁ ତୀବ୍ର ସମାଲୋଚନା ଆରମ୍ଭ ହୋଇଯାଇଛି। ଏହି ମାମଲାକୁ ନେଇ ଆଇନଜୀବୀ ରୁନା ଭୁୟାଁ ବି ପୁଲିସରେ ମାମଲା ରୁଜୁ କରିଛନ୍ତି। ଏହି ମାମଲାକୁ ନେଇ ପାପୋନ୍ ଏଯାବତ୍ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି।
ତେବେ ଏହି ଭିଡଓକୁ ନେଇ ପପନ୍ଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାକୁ ଖଣ୍ଡନ କରି ଉକ୍ତ ଶିଶୁର ପିତା କହନ୍ତି, ପପନ୍ ସାର୍ ସୋ’ର ମେନ୍ଣ୍ଟ। ସେ ସମସ୍ତ ପ୍ରତିଯୋଗୀଙ୍କୁ ଜଣେ ପିତା ଭାବେ ମାର୍ଗଦର୍ଶନ କରିଥାଆନ୍ତି। ମୋ ଝିଅକୁ ସବୁବେଳେ ସଙ୍ଗୀତ ଦୁନିଆରେ କିପରି ଆଗକୁ ବଢ଼ିବାକୁ ହେବ ସେ ନେଇ ପ୍ରୋତ୍ସାହିତ କରି ଥାଆନ୍ତି। ସେ କୌଣସି ପିଲାଙ୍କ ମଧ୍ୟରେ ପାର୍ଥକ୍ୟ ଦେଖନ୍ତି ନାହିଁ, ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖି ଥାଆନ୍ତି। ଏହି ଭିଡିଓରେ ପପନ୍ ସାର୍ ମୋର ଝିଅ ସହିତ ଯେଭଳି ସ୍ୱଭାବ ଦେଖାଉଛନ୍ତି ତାହା କେବଳ ଏକ ସ୍ନେହର ବନ୍ଧନ ଥିଲା। ଅଯଥାରେ ଏହି କଥାକୁ ଭିନ୍ନ ମୋଡ ଦିଆଯାଉଛି। ମୋର ଗଣମାଧ୍ୟମକୁ ଅନୁରୋଧ ଏହି ଭିଡିଓକୁ ଅନ୍ୟ ରୂପ ଦେଇ ଆଗକୁ ବଢ଼ାନ୍ତୁ ନାହିଁ।
Follow Us