ବିରାଟଙ୍କୁ ଜୋକର୍ କହିଲେ ରାହୁଲ ବୈଦ୍ୟ

nghjghgb

ନୂଆଦିଲ୍ଲୀ: ଭାରତର ଷ୍ଟାର କ୍ରିକେଟର ବିରାଟ କୋହଲି କିଛି ଦିନ ପୂର୍ବରୁ ଅଭିନେତ୍ରୀ ଅବନୀତ କୌରଙ୍କ ଇନଷ୍ଟାଗ୍ରାମ ଫଟୋରେ ଦେଇଥିବା ଲାଇକ୍ ଉପରେ ସ୍ପଷ୍ଟୀକରଣ ଦେଇଥିଲେ। ସେ କହିଥିଲେ ଯେ, ସେ ଜାଣିଶୁଣି ତାଙ୍କ ଫଟୋକୁ ପସନ୍ଦ କରିନଥିଲେ ବରଂ ଏହା ଆଲଗୋରିଦମ ଯୋଗୁଁ ଘଟିଥିଲା। ପରେ ଗାୟକ ରାହୁଲ ବୈଦ୍ୟ ଆଇପିଏଲ ୨୦୨୫ରେ ଆରସିବି ପାଇଁ ଖେଳୁଥିବା କୋହଲିଙ୍କ ଏହି ଦାବି ଉପରେ ପ୍ରଶ୍ନ ଉଠାଇ ତାଙ୍କୁ ଟ୍ରୋଲ ମଧ୍ୟ କରିଥିଲେ। ବିରାଟଙ୍କୁ ଟ୍ରୋଲ କରିବା ପରେ ଏବେ ବିରାଟଙ୍କ ପ୍ରଶଂସକ ରାହୁଲଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି।

ରାହୁଲ ତାଙ୍କ ଇନଷ୍ଟାଗ୍ରାମରେ ଏକ ଷ୍ଟୋରୀ ସେୟାର କରି ବିରାଟ କୋହଲିଙ୍କ ସ୍ପଷ୍ଟୀକରଣର ମଜା ଉଡାଇଥିଲେ। ସେ ଲେଖିଥିଲେ ଯେ, "ମୁଁ ଆଜି କହିବାକୁ ଚାହୁଁଛି; ଆଜି ପରଠାରୁ ମୁଁ ଚାହୁନଥିବା ଫଟୋ ଆଲଗୋରିଦମ ପସନ୍ଦ କରିପାରେ। ଦୟାକରି ଏହାକୁ ନେଇ ପିଆର୍‌ କରନାହିଁ। କାରଣ ଏହା ମୋର ଦୋଷ ନୁହେଁ। ଏହା ଇନଷ୍ଟାଗ୍ରାମର ଦୋଷ।"

ବିରାଟ ତାଙ୍କୁ ବ୍ଲକ୍ କରିବା ଘଟଣାକୁ ନେଇ ମଧ୍ୟ ରାହୁଲ ଥଟ୍ଟା କରିଥିଲେ। ସେ ଲେଖିଥିଲେ, "ବନ୍ଧୁଗଣ, ବିରାଟ କୋହଲି ମୋତେ ବ୍ଲକ୍ କରିଛନ୍ତି। ତୁମେ ସମସ୍ତେ ଏହା ଜାଣ। ତେଣୁ ମୁଁ ଭାବୁଛି ଏହା ମଧ୍ୟ ଇନଷ୍ଟାଗ୍ରାମର ତ୍ରୁଟି ପାଇଁ ହୋଇଥିବ। ବିରାଟ କୋହଲି ହୁଏତ ମୋତେ ବ୍ଲକ୍ କରିନଥିବେ। ଇନଷ୍ଟାଗ୍ରାମର ଆଲଗୋରିଦମ ହୁଏତ ଏହା କରିଥିବ।"

fa

ତାଙ୍କର ଭଳି ମଜାକ୍‌କୁ ସହ୍ୟ ନକରିପାରି ବିରାଟଙ୍କ ପ୍ରଶଂସକ ତାଙ୍କୁ ଏବଂ ତାଙ୍କ ପରିବାରକୁ ଧମକ ଦେଇଥିଲେ। ହେଲେ ଚୁପ୍ ନରହି ରାହୁଲ ବିରାଟଙ୍କୁ ସମର୍ଥନ କରୁଥିବା ପ୍ରଶଂସକ ଜୋକର ବୋଲି କହିଦେଇଥିଲେ। ନିଜର ଆଉ ଏକ ଇନଷ୍ଟା ଷ୍ଟୋରୀରେ ସେ ଲେଖିଥିଲେ, "ତୁମେ ମୋତେ ଖରାପ ବ୍ୟବହାର କରୁଛ, ଠିକ୍ ଅଛି। କିନ୍ତୁ ମୋ ସ୍ତ୍ରୀ ଏବଂ ମୋ ଭଉଣୀଙ୍କୁ ମଧ୍ୟ ତୁମେମାନେ ଗାଳିଗୁଲଜ କରୁଛ, ଯେଉଁମାନଙ୍କର ଏଥିରେ କୌଣସି ସମ୍ପର୍କ ନାହିଁ। ତେଣୁ ମୁଁ ଭାବୁଛି ବିରାଟ କୋହଲିଙ୍କ ପ୍ରଶଂସକମାନେ ତାଙ୍କଠାରୁ ବି ବହୁତ ବଡ଼ ଜୋକର୍।"

12e

ତେବେ ନିଜ ସଫେଇରେ ବିରାଟ କହିଥିଲେ ଯେ, 'ମୁଁ ସ୍ପଷ୍ଟ କରିବାକୁ ଚାହୁଁଛି ଯେ, 'ଇନଷ୍ଟା ଫିଡ୍' ସଫା କରିବା ସମୟରେ ବୋଧହୁଏ 'ଆଲଗୋରିଦମ' ଭୁଲବଶତଃ ଏହା କରିଛି। ଏହା ପଛରେ ମୋର କୌଣସି ଉଦ୍ଦେଶ୍ୟ ନାହିଁ। ମୁଁ ଆପଣ ସମସ୍ତଙ୍କୁ ଅନୁରୋଧ କରୁଛି ଯେ, କୌଣସି ଅନାବଶ୍ୟକ ଅନୁମାନ କରନ୍ତୁ ନାହିଁ। ଜିନିଷଗୁଡ଼ିକ ବୁଝିବା ପାଇଁ ଧନ୍ୟବାଦ।'

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe