ରିଲିଜ୍ ପୂର୍ବରୁ ୨୦୦କୋଟି ଆୟ କଲାଣି 'ସିଙ୍ଘମ ଏଗେନ୍'

ବଲିଉଡ ସୁପରଷ୍ଟାର ଅଜୟ ଦେବଗନଙ୍କ ଫିଲ୍ମ 'ସିଙ୍ଘମ ଏଗେନ୍' ରିଲିଜ୍ ପୂର୍ବରୁ ଧମାଲ କରିଛି | ରିଲିଜ୍ ପୂର୍ବରୁ ଏହି ଚଳଚ୍ଚିତ୍ର ୨୦୦କୋଟି ଟଙ୍କା ରୋଜଗାର କରିଥିବା ଜଣାଯାଇଛି |

singham

ମୁମ୍ବାଇ: ପ୍ରଶଂସକମାନେ ବଲିଉଡ ସୁପରଷ୍ଟାର ଅଜୟ ଦେବଗନଙ୍କ ଫିଲ୍ମ 'ସିଙ୍ଘମ ଏଗେନ୍'ର ରିଲିଜ୍ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଚଳିତ ବର୍ଷ ଦୀପାବଳି ଅବସରରେ ଏହି ଫିଲ୍ମ ରିଲିଜ ହେବାକୁ ଯାଉଛି। ଏହି ଫିଲ୍ମକୁ ନେଇ ଦର୍ଶକଙ୍କ ଉତ୍ସାହ ବଢ଼ିବାରେ ଲାଗିଥିବା ବେଳେ  'ସିଙ୍ଘମ ଏଗେନ୍'କୁ ନେଇ ଏକ ବଡ ଖବର ସାମ୍ନାକୁ ଆସୁଛି |

ଖବର ମିଳିଛି ଯେ, 'ସିଙ୍ଘମ ଏଗେନ୍' ରିଲିଜ୍ ହେବା ପୂର୍ବରୁ ୨୦୦କୋଟି ଟଙ୍କା ଆୟ କରିସାରିଛି। ଏହି ଚଳଚ୍ଚିତ୍ରର ଡିଜିଟାଲ ଏବଂ ମ୍ୟୁଜିକ୍ ରାଇଟ୍ସ ୨୦୦ କୋଟିରେ ବିକ୍ରି ହୋଇଛି। ପିଙ୍କଭିଲ୍ଲାର ଏକ ରିପୋର୍ଟ ଅନୁଯାୟୀ ନିର୍ମାତାମାନେ ମିଳିତ ଭାବରେ ସାଟେଲାଇଟ୍, ଡିଜିଟାଲ ଏବଂ ମ୍ୟୁଜିକ୍ ରାଇଟ୍ସ ବିକ୍ରି କରିଛନ୍ତି।

'ସିଙ୍ଘମ ଏଗେନ୍'ର ନିର୍ଦ୍ଦେଶନା ଦେଇଛନ୍ତି ରୋହିତ ସେଟ୍ଟୀ । ନିର୍ମାତାମାନେ ୨୫୦କୋଟି ଟଙ୍କା ବଜେଟରେ ଏହି ଫିଲ୍ମ ନିର୍ମାଣ କରିଛନ୍ତି | ଏବେ ଫିଲ୍ମର ସାଟେଲାଇଟ୍, ଡିଜିଟାଲ ଏବଂ ମ୍ୟୁଜିକ୍ ରାଇଟ୍ସ ବିକ୍ରି ହେବା ପରେ ନିର୍ମାତା ବଜେଟର ଅଧାରୁ ଅଧିକ ଆୟ କରିସାରିଥିବା ଜଣାଯାଇଛି। ଗତ କିଛି ମାସ ହେଲାଣି ଏହି ଫିଲ୍ମକୁ ଦର୍ଶକ ଅପେକ୍ଷା କରିଥିବା ବେଳେ ରିଲିଜ୍ ଫିଲ୍ମଟି ଅନେକ ବଡ଼ ବଜେଟ ଫିଲ୍ମର ରେକର୍ଡ ଭାଙ୍ଗିବ ବୋଲି ଜଣାଯାଇଛି।

'ସିଙ୍ଘମ ଏଗେନ୍'ରେ ଅଜୟ ଦେବଗାନ୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବାକୁ ଥିବା ବେଳେ କରୀନା କପୁର ଖାନ୍, ରଣବୀର ସିଂ, ଅକ୍ଷୟ କୁମାର, ଦୀପିକା ପାଦୁକୋନ୍, ଟାଇଗର ଶ୍ରଫ୍, ଆଶୁତୋଷ ରାଣା, ଦୟାନନ୍ଦ ସେଟ୍ଟୀ ଏବଂ ଶ୍ୱେତା ତିୱାରୀ ମଧ୍ୟ ଏହି ଚଳଚ୍ଚିତ୍ରର ନଜର ଆସିବେ। ଅଭିନେତା ଅର୍ଜୁନ କପୁର ଭିଲେନ ଭୂମିକାରେ ନଜର ଆସିବେ ବୋଲି ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe