ରିଲିଜ୍ ହେଲା 'ସିଙ୍ଘମ ଏଗେନ୍'ର ଦମଦାର ଟ୍ରେଲର, ଲୋମଟାଙ୍କୁରୀ ଦେବ କାହାଣୀ

ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ଅଭିନୀତ ଫିଲ୍ମ 'ସିଙ୍ଘମ ଏଗେନ୍'ର ଦମଦାର ଟ୍ରେଲର ରିଲିଜ୍ ହୋଇଛି। ଦୀପାବଳୀ ଅବସରରେ ଅର୍ଥାତ୍ ନଭେମ୍ବର ୧ରେ ଏହି ଚଳଚ୍ଚିତ୍ର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ।

singham

ମୁମ୍ବାଇ: ପ୍ରଶଂସକମାନେ ବଲିଉଡ ସୁପରଷ୍ଟାର ଅଜୟ ଦେବଗନଙ୍କ ଫିଲ୍ମ 'ସିଙ୍ଘମ ଏଗେନ୍'ର ରିଲିଜ୍ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଚଳିତ ବର୍ଷ ଦୀପାବଳି ଅବସରରେ ଏହି ଫିଲ୍ମ ରିଲିଜ ହେବାକୁ ଯାଉଛି। ଏହି ଫିଲ୍ମକୁ ନେଇ ଦର୍ଶକଙ୍କ ଉତ୍ସାହ ବଢ଼ିବାରେ ଲାଗିଥିବା ବେଳେ  'ସିଙ୍ଘମ ଏଗେନ୍'ର ଟ୍ରେଲର ଏବେ ନିର୍ମାତା ରିଲିଜ୍ କରିଛନ୍ତି। ଟ୍ରେଲର ରିଲିଜ୍ ପରେ ଫିଲ୍ମ ଦେଖିବାକୁ ନେଇ ଲୋକଙ୍କ ମନରେ ଥିବା ଉତ୍ସାହ ୧୦୦ଗୁଣ ବଢ଼ିଯାଇଥିବା ଦେଖାଯାଇଛି।

ଫିଲ୍ମକୁ ନେଇ ଯେତିକି ଆଶା ଥିଲା ଟ୍ରେଲର ରିଲିଜ୍ ପରେ ଫିଲ୍ମଟି ଆହୁରି ଦମଦାର ହେବ ବୋଲି ଦର୍ଶକ ମତ ରଖିବା ଆରମ୍ଭ କଲେଣି।  'ସିଙ୍ଘମ ଏଗେନ୍'ର କାହାଣୀ ରାମାୟଣ ଦ୍ୱାରା ଅନୁପ୍ରାଣିତ | ଟ୍ରେଲରରେ ଦେଖାଯାଇଛି ଯେ, ଅଜୟ ଦେବଗନ୍ ତାଙ୍କ ସୀତା ପାଇଁ ଲଙ୍କାକୁ ଜାଳିବାକୁ ବାହାରିଛନ୍ତି | ଆକ୍ସନରେ ଭରପୂର ଥିବା ଫିଲ୍ମରେ ଲେଡି ସିଙ୍ଘମ ଭୂମିକାରେ ଦୀପିକାଙ୍କ ଅଭିନୟ ଦର୍ଶକଙ୍କୁ ପସନ୍ଦ ଆସୁଛି।  ଏହା ସହ ଫିଲ୍ମରେ ଅଭିନେତା ଟାଇଗର ଶ୍ରଫ୍, ରଣବୀର ସିଂହ ଓ ଅକ୍ଷୟ କୁମାରଙ୍କ ଏଣ୍ଟ୍ରି ବହୁତ ଦମଦାର ଥିବା ଦେଖିବାକୁ ମିଳିଛି।

'ସିଙ୍ଘମ ଏଗେନ୍'ରେ ଅଜୟ ଦେବଗନ୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବାକୁ ଥିବା ବେଳେ କରୀନା କପୁର ଖାନ୍, ରଣବୀର ସିଂ, ଅକ୍ଷୟ କୁମାର, ଦୀପିକା ପାଦୁକୋନ୍, ଟାଇଗର ଶ୍ରଫ୍, ଆଶୁତୋଷ ରାଣା, ଦୟାନନ୍ଦ ସେଟ୍ଟୀ ଏବଂ ଶ୍ୱେତା ତିୱାରୀ ମଧ୍ୟ ଏହି ଚଳଚ୍ଚିତ୍ରର ନଜର ଆସିବେ। ଅଭିନେତା ଅର୍ଜୁନ କପୁର ଭିଲେନ ଭୂମିକାରେ ନଜର ଆସିବେ ବୋଲି ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe