ସିଙ୍ଘମ୍, ସିମ୍ବା, ସୂର୍ଯ୍ୟବଂଶୀ

Advertisment
‘ସିଙ୍ଘମ’ ପରି ଫିଲ୍ମ ଅତି କ୍ଷତିକାରକ ବାର୍ତ୍ତା ‌ଦେଉଛି: ବମ୍ବେ ହାଇକୋର୍ଟ ବିଚାରପତି

News360World

ଏମିତି ଅଜବ ସଂଯୋଜନା ପୂର୍ବରୁ କେବେ ଦେଖିବାକୁ ମିଳି ନ ଥିଲା। ଚଳଚ୍ଚିତ୍ର ‘ସିଙ୍ଘମ୍’, ‘ସିମ୍ବା’ ଓ ‘ସୂର୍ଯ୍ୟବଂଶୀ’ର ୩୦ ମିନିଟ୍ ଅବଧିର ସମିଶ୍ରଣ ଦେଖିବାକୁ ମିଳିବ ବୋଲି ଶୁଣିବା ପରେ ଦର୍ଶକେ ଚକିତ ହେଲେଣି। ରୋହିତ ସେଟ୍ଟୀ ନିର୍ଦ୍ଦେଶିତ ‘ସୂର୍ଯ୍ୟବଂଶୀ’ରେ ଅକ୍ଷୟ କୁମାର ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ ହେଇଛନ୍ତି। ବଡ଼ ଅଜବ କଥା ହେଉଛି ‘ସୂର୍ଯ୍ୟବଂଶୀ’ର କାହାଣୀ ଶୁଣିବା ପରେ ‘ସିଙ୍ଘମ୍’ର ନାୟକ ଅଜୟ ଦେବଗନ ଓ ’ ‘ସିମ୍ବା’ର ନାୟକ ରଣବୀର ସିଂହ ଉଭୟ ଆଗଭର ହେଇଛନ୍ତି ଅକ୍ଷୟଙ୍କ ପାଇଁ ପ୍ରୋ‌ମୋସନ୍ ‌କରିବାକୁ।

କେବଳ ଏତିକି ନୁହେଁ, ‘ସୂର୍ଯ୍ୟବଂଶୀ’ରେ ଅତିଥି କଳାକାର ଭାବେ ଅଭିନୟ କରିବାକୁ ଉଭୟ ଅଜୟ ଓ ରଣବୀର ନିଜ ତରଫରୁ ରୋହିତଙ୍କୁ ପ୍ରସ୍ତାବ ଦେଇଛନ୍ତି। ମୁମ୍ବାଇର ସୁପର ଟେରର୍ ଆକ୍ଟିଭିଟିକୁ ଆଖି ଆଗରେ ରଖି ଅଜୟ ଏଥିରେ ଅଭିନୟ କରିବାକୁ ନିଜ ତରଫରୁ ପ୍ରସ୍ତା‌ବ ଦେଇଛନ୍ତି। ସେମିତି ରଣବୀର ‘ସିମ୍ବା’ର ଅରାକ୍ସନ ପ୍ୟାକକୁ ଏଥିରେ ପଞ୍ଚ କରିବାକୁ ଆଗ୍ରହୀ ହେଇଛନ୍ତି। ରୋହିତଙ୍କ ଅନୁମୋଦନ ମିଳି ନ ଥିଲେ ବି ଅଜୟ ଓ ରଣବୀର ତାଙ୍କୁ ଯେଉଁ ପ୍ରସ୍ତାବ ଦେଇଛନ୍ତି ସେଥିରେ ଅକ୍ଷୟ ସହମତ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe