ପ୍ରଥମ ସିନେମାରେ ଭଉଣୀ ଏବେ ବନିବେ ନାୟିକା

Advertisment

କ୍ୟାରିୟର୍‌ର ପ୍ରଥମ ଛବିରେ ଭଉଣୀ ଏବଂ ପରବର୍ତ୍ତୀ ଚଳଚ୍ଚିତ୍ରରେ ପ୍ରେମିକା! ଜଣେ ଅଭିନେତାଙ୍କ ଭଉଣୀ ଚରିତ୍ରରେ ଅଭିନୟ କରିବା ପରେ ଅନ୍ୟ ଛବିରେ ତାଙ୍କର ନାୟିକା ବନିଛନ୍ତି ଡାକ୍ତର ଅନୁରାଧା ପାଣିଗ୍ରାହୀ।

କ୍ୟାରିୟର୍‌ର ପ୍ରଥମ ଛବିରେ ଭଉଣୀ ଏବଂ ପରବର୍ତ୍ତୀ ଚଳଚ୍ଚିତ୍ରରେ ପ୍ରେମିକା! ଜଣେ ଅଭିନେତାଙ୍କ ଭଉଣୀ ଚରିତ୍ରରେ ଅଭିନୟ କରିବା ପରେ ଅନ୍ୟ ଛବିରେ ତାଙ୍କର ନାୟିକା ବନିଛନ୍ତି ଡାକ୍ତର ଅନୁରାଧା ପାଣିଗ୍ରାହୀ।

dadada

କ୍ୟାରିୟର୍‌ର ପ୍ରଥମ ଛବିରେ ଭଉଣୀ ଏବଂ ପରବର୍ତ୍ତୀ ଚଳଚ୍ଚିତ୍ରରେ ପ୍ରେମିକା! ଜଣେ ଅଭିନେତାଙ୍କ ଭଉଣୀ ଚରିତ୍ରରେ ଅଭିନୟ କରିବା ପରେ ଅନ୍ୟ ଛବିରେ ତାଙ୍କର ନାୟିକା ବନିଛନ୍ତି ଡାକ୍ତର ଅନୁରାଧା ପାଣିଗ୍ରାହୀ। ରାସେଶ୍ବରୀ ଏଣ୍ଟର୍‌ଟେନ୍‌ମେଣ୍ଟ୍‌ ନିବେଦିତ ତଥା ସଞ୍ଜୟ ନାୟକଙ୍କ ନିର୍ଦ୍ଦେଶିତ ‘ପ୍ରେମରେ ରଖିଛି ଶହେରୁ ଶହେ’ରେ ଅନୁରାଧା ନାୟକ ଜ୍ୟୋତିଙ୍କ ଭଉଣୀ ଭୂମିକାରେ ନଜର ଆସିଥିଲେ। 
ହେଲେ ଏବେ ଅନୁରାଧା ଜ୍ୟୋତିଙ୍କ ବିପକ୍ଷରେ ନାୟିକା ହେବାକୁ ଯାଉଛନ୍ତି।

ଓମ୍ ଶାନ୍ତି ଏଣ୍ଟର୍‌ଟେନ୍‌ମେଣ୍ଟ୍‌ ବ୍ୟାନର୍‌ରେ ନିର୍ମାଣାଧୀନ ‘ପରୀ’ରେ ପ୍ରଥମ ଥର ଲାଗି ଜ୍ୟୋତି-ଅନୁରାଧା ଯୋଡ଼ିଙ୍କୁ ଦର୍ଶକ ଦେଖିବାକୁ ପାଇବେ। ସଞ୍ଜୟ ମହାନ୍ତି ଓ ଚନ୍ଦନ ସ୍ବାଇଁଙ୍କ ପ୍ରଯୋଜିତ ଏହି ସିନେମାର ନିର୍ଦ୍ଦେଶକ ହେଲେ ତ୍ରିପତି ସାହୁ। ‘ପରୀ’ର କାହାଣୀ ସଞ୍ଜୟ ମହାନ୍ତି ଲେଖିଥିବା ବେଳେ ସଂଳାପ ରଚନା କରିଛନ୍ତି ଡକ୍ଟର ରଜନୀରଞ୍ଜନ। ଜାପାନୀଭାଇ ଏହାର ସଙ୍ଗୀତ ନିର୍ଦ୍ଦେଶକ। ଅନୁରାଧା ‘ପ୍ରେମରେ ରଖିଛି ଶହେରୁ ଶହେ’ ଜରିଆରେ ଓଲିଉଡ୍‌ରେ ପାଦ ଥାପିଥିଲେ ହେଁ ନାୟିକା ଭାବେ ତାଙ୍କୁ ପ୍ରଥମେ ‘ଦିଲ୍‌ରେ ଅଛି ତୋ’ରି ନାଆଁ’ରେ ଦର୍ଶକ ଦେଖିବାକୁ ପାଇଥିଲେ। ଏହି ସିନେମାରେ ସମ୍ବିତ୍‌ଙ୍କ ବିପକ୍ଷରେ ସେ ଅଭିନୟ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe