‘ସୀତା’ କହିଲେ ଲକ୍ଷ୍ମଣ ରେଖା ପାର ହୁଅନାହିଁ

‘ସୀତା’ କହିଲେ ଲକ୍ଷ୍ମଣ ରେଖା ପାର ହୁଅନାହିଁ

DNA India

କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ଲକ୍‌ଡାଉନ୍‌ ବୃଦ୍ଧି କରିବା ପରେ ରାମାୟଣରେ ସୀତା ଚରିତ୍ର ନିଭାଇଥିବା ଦୀପିକା ଚିଖଲିୟା ଏହା ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ଦୀପିକା ଏକ ଭିଡିଓ ସେୟାର କରି ଲୋକଙ୍କୁ କହିଛନ୍ତି, ଏହି ଅଗ୍ନି ପରୀକ୍ଷାରେ ଲକ୍ଷ୍ମଣ ରେଖା ପାର ହୁଅନ୍ତୁ ନାହିଁ। ଦୀପିକା କହିଛନ୍ତି, କିଛି ଲୋକ ଜରୁରୀ କାମ ନଥାଇ ବି ଘରୁ ବାହାରକୁ ବାହାରୁଛନ୍ତି। ସେଥିପାଇଁ ଲକ୍‌ଡାଉନ୍‌ ଆହୁରି ବଢ଼ାଇ ଦିଆଯାଇଛି। ଆମକୁ ଏସବୁ ଆମକୁ ଏସବୁ ବନ୍ଦ କରିବା ଆବଶ୍ୟକ। ଆମେ ଏବେ ଆମ ପରିବାର ଓ ଦେଶ ବାବଦରେ ଚିନ୍ତା କରିବା ଦରକାର। ଯେତିକି ଆଶା ଥିଲା, ଏବେକା ସମୟରେ କରୋନା ସେତିକି ନିୟନ୍ତ୍ରଣକୁ ଆସି ପାରିନାହିଁ। ଅନ୍ୟ ଦେଶ ତୁଳନାରେ ଯଦିଓ ଆମ ଦେଶର ସ୍ଥିତି ଭଲ ଅଛି ବୋଲି କୁହାଯାଇପାରେ କିନ୍ତୁ ଆମେ ବୋଧେ କେଉଁଠି ନା କେଉଁଠି ଭୁଲ୍‌ କରିଥିବାରୁ ଏହି ଅବଧି ବୃଦ୍ଧି ପାଇଛି। ସେ ଏହା ବି କହିଛନ୍ତି, ଯଦି ଆପଣଙ୍କ ଘରେ କେହି ବୃଦ୍ଧ ବ୍ୟକ୍ତି ଅଛନ୍ତି, ତେବେ ସେମାନଙ୍କ ଧ୍ୟାନ ରଖ। ଏହାସହ ଆପଣମାନେ ନିଜର ରୋଗ ପ୍ରତିରୋଧକ ଶକ୍ତି ଉପରେ ମଧ୍ୟ ଧ୍ୟାନକେନ୍ଦ୍ରିତ କର। ଏହି ଯୁଦ୍ଧରେ ଆମେ କେବଳ ଘରେ ରହି ଏହାର ମୁକାବିଲା କରିବା ଉଚିତ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe