ଚର୍ଚ୍ଚାରେ 'ସିତାରେ ଜମିନ୍ ପର'ର ଆୟ

b72fa549-21b5-4b00-bf95-2794f6ab8e41

ନୂଆଦିଲ୍ଲୀ: ଅମିର ଖାନଙ୍କ 'ସିତାରେ ଜମିନ୍ ପର' ବକ୍ସ ଅଫିସରେ ଚହଳ ପକାଇଛି। ଏହାର ଚାହିଦା ଆଶାଠାରୁ ଅଧିକ ରହିଥିବା କୁହାଯାଉଛି। 

ପ୍ରଥମ ଦିନରେ ଭଲ କଲେକ୍ସନ କରିବା ପରେ, ଦ୍ୱିତୀୟ ଏବଂ ତୃତୀୟ ଦିନରେ ଫିଲ୍ମର ହୋଇଥିବା ଆୟ ଚର୍ଚ୍ଚାରେ ରହିଛି।

ଆର.ଏସ୍. ପ୍ରସନ୍ନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ୨୦ ଜୁନରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। ଆଜି ସିନେମାଘରେ ଫିଲ୍ମର ତୃତୀୟ ଦିନ ଚାଲିଛି। 

'ସିତାରେ ଜମିନ୍ ପର' ପ୍ରଥମ ଦିନରେ ୧୦.୭ କୋଟି ଟଙ୍କା ସଂଗ୍ରହ କରିଥିବା ବେଳେ ଦ୍ୱିତୀୟ ଦିନରେ,ଫିଲ୍ମର ଆୟ ୧୦୨ ପ୍ରତିଶତରୁ ଅଧିକ ବୃଦ୍ଧି ପାଇ ୨୧.୭ କୋଟି ଟଙ୍କାରେ ପହଞ୍ଚିଥିଲା।

ଏହି କ୍ରମରେ ଦେଖିବାକୁ ଗଲେ ଅମିରଙ୍କ ସିନେମା ତୃତୀୟ ଦିନରେ ଅପରାହ୍ନ ୪:୧୫ ସୁଦ୍ଧା ୧୨.୮୯ କୋଟି ଟଙ୍କା ରୋଜଗାର କରି ସାରିଛି । ଅର୍ଥାତ ଏଯାବତ ସିନେମାର ମୋଟ ଆୟ ୪୩.୭୯ କୋଟି ଟଙ୍କା ରହିଛି। ତେବେ ଏହି ସଂଖ୍ୟା ଚୂଡ଼ାନ୍ତ ନୁହେଁ। ଏଥିରେ ପରିବର୍ତ୍ତନ ହୋଇପାରେ।

'ସିତାରେ ଜମିନ୍ ପର' ୩ ଦିନରେ ୫୦ଟି ସିନେମାର ରେକର୍ଡ ଭାଙ୍ଗିଛି। ଆମିର ଖାନଙ୍କ ଫିଲ୍ମ ପ୍ରଥମ ଦିନରେ ୨୦୨୫ରେ ମୁକ୍ତିଲାଭ କରିଥିବା ୧୭ଟି ଫିଲ୍ମର ପ୍ରଥମ ଦିନର ସଂଗ୍ରହକୁ ପଛରେ ପକାଇ ଦେଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe