ଏହି ନିର୍ଦେଶକଙ୍କ ସବୁଠାରୁ ଅଧିକ ସିନେମାରେ ଓଲିଉଡର ଲୋକପ୍ରିୟ ନାୟିକା ଶୀତଲ

Advertisment
ଏହି ନିର୍ଦେଶକଙ୍କ ସବୁଠାରୁ ଅଧିକ ସିନେମାରେ ଓଲିଉଡର ଲୋକପ୍ରିୟ ନାୟିକା ଶୀତଲ

ଭୁବନେଶ୍ବର: ଓଲିଉଡର ଲୋକପ୍ରିୟ ନାୟିକା ଶୀତଲ ୨୦୧୫ରେ ରିଲିଜ୍ ହୋଇଥିବା ‘ଯିଏ ଯାହା କହୁ ମୋର ଢୋ’ ଛବିରୁ କ୍ୟାରିଅର୍ ଆରମ୍ଭ କରିଥିଲେ। ଏଥିରେ ଶୀତଲଙ୍କୁ ବାବୁସାନଙ୍କ ବିପକ୍ଷରେ ଦେଖିବାକୁ ମିଳିଥିଲା। ତେବେ ଏହାପରେ ଶୀତଲ ଆଉ ପଛକୁ ଫେରି ଚାହିଁନାହାନ୍ତି। ସେ ବି ଗତ ୭ ବର୍ଷ ହେବ ଓଲିଉଡରେ ସକ୍ରିୟ ଅଛନ୍ତି। ‘ଯିଏ ଯାହା କହୁ ମୋର ଢୋ’ ପରେ ସେ ‘ଭଲ ପାଏ ତତେ ୧୦୦ରୁ ୧୦୦’,‘ଦିଲ୍ ଦିୱାନା ହେଇଗଲା’, ‘ସୁନା ପିଲା- ଟିକେ ସ୍କୃ ଢିଲା’, ‘ତୁ ଯେ ସେଇ’, ‘ତୋ’ର ଦିନେକୁ ମୋ’ର ଦିନେ’, ‘ପ୍ରେମରେ ପ୍ରେମରେ’ ଓ ‘ମିଷ୍ଟର୍ ମଜନୁ’ ଆଦି ଫିଲ୍ମରେ ନଜର ଆସିଛନ୍ତି ଶୀତଲ। ଶୀତଲ ଓଲିଉଡର କେତେକ ଜଣାଶୁଣା ନିର୍ଦେଶକଙ୍କ ସହ କାମ କରିଛନ୍ତି। ଏଥିମଧ୍ୟରୁ କେତେକଙ୍କ ଏକାଧିକ ଫିଲ୍ମରେ ନଜର ଆସିଛନ୍ତି ସେ। ଏମିତି ଜଣେ ଟପ୍ ନିର୍ଦେଶକ ଅଛନ୍ତି, ଯାହାଙ୍କ ସହ ସବୁଠାରୁ ଅଧିକ ସିନେମାରେ କାମ କରିଛନ୍ତି। ଏହି ନିର୍ଦେଶକ ହେଲେ ସୁଧାଂଶୁମୋହନ ସାହୁ।

publive-image
ସୁଧାଂଶୁମୋହନ ସାହୁଙ୍କ ନିର୍ଦେଶିତ ପ୍ରଥମ ଓଡ଼ିଆ ଛବି ହେଲା ‘କିଏ ପୋଛିବ ମାଆ ଆଖିର ଲୁହ। ଏହା ୧୯୯୯ରେ ମୁକ୍ତିଲାଭ କରିଥିଲା। ତାପରେ ସେ ‘ସମୟ ଖେଳୁଛି ଚକାଭଉଁରୀ’, ‘ସହର ଜଳୁଛି’, ‘ପ୍ରେମ ଋତୁ ଆସିଲାରେ’, ଡନ୍’, ‘ପର୍ଶୁରାମ’, ସ୍ବୟଂସିଦ୍ଧା, ପ୍ରେମୀ ନମ୍ବର ଓ୍ବାନ୍, ଶତ୍ରୁସଂହାର, କଲେଜ୍ ଟାଇମ୍, ରାଜା ଝିଅ ସାଙ୍ଗେ ହେଇଗଲା ଭାବ, ମୁଁ ପ୍ରେମୀ ମୁଁ ପାଗଳ, ପ୍ରେମରେ ପ୍ରେମରେ, ତୋର ଦିନେକୁ ମୋର ଦିନେ, ପାରିବେନି କେହି ଅଲଗା କରି, ମୁଁ ରାଜା ତୁ ରାଣୀ, ଭଉଁରି, ଲୋକାଲ୍ ଟୋକା ଲଭ୍ ଚୋଖା ଓ ପ୍ରେମ ଏଟିଏମ୍ ଆଦି ସମେତ କେତାଟି ଓଡ଼ିଆ ଛବିର ନିର୍ଦ୍ଦେଶନା ଦେଇଛନ୍ତି। ଏବେ ବି ତାଙ୍କର ଏକାଧିକ ସିନେମା ଫ୍ଲୋରରେ ରହିଛି।

publive-image

ସୁଧାଂଶୁଙ୍କ ଉପରୋକ୍ତ ଫିଲ୍ମଗୁଡ଼ିକ ଭିତରୁ ଶୀତଲ ସର୍ବାଧିକ ୪ଟିରେ ନାୟିକା ଭୂମିକାରେ ନଜର ଆସିଛନ୍ତି। ଏହି ସିନେମାଗୁଡ଼ିକ ହେଲା ‘ଭଲ ପାଏ ତତେ ୧୦୦ରୁ ୧୦୦’, ‘ଦିଲ୍ ଦିୱାନା ହେଇଗଲା’, ‘ପ୍ରେମରେ ପ୍ରେମରେ’ ଓ ‘ ତୋର ଦିନେକୁ ମୋର ଦିନେ’। ଶୀତଲ ଅନ୍ୟ କୌଣସି ନିର୍ଦେଶକଙ୍କ ଏତେସଂଖ୍ୟକ ଫିଲ୍ମରେ ଏଯାଏ କାମ କରିନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe