ବିବେକ କରିଥିବା ଐଶ୍ୱର୍ଯ୍ୟାଙ୍କ ମେମେ ଟ୍ଵିଟ୍‌କୁ ନେଇ ପ୍ରତିକ୍ରିୟା ରଖିଲେ ସଲମାନ

Advertisment
ବିବେକ କରିଥିବା ଐଶ୍ୱର୍ଯ୍ୟାଙ୍କ ମେମେ ଟ୍ଵିଟ୍‌କୁ ନେଇ ପ୍ରତିକ୍ରିୟା ରଖିଲେ ସଲମାନ

MyNation

ମୁମ୍ବାଇ: ଐଶ୍ୱର୍ଯ୍ୟାଙ୍କୁ ନେଇ ବିବାଦୀୟ ମେମେ ଟ୍ଵିଟ୍‌ କରି ଅଡୁଆରେ ଫସିଥିବା ବିବେକ ଓବରାଏ ସିନା କ୍ଷମା ମାଗିଦେଲେ ହେଲେ ଏବେ ବି ଲୋକଙ୍କ ଭିତରେ ସଲମାନଙ୍କ ପ୍ରତିକ୍ରିୟା ସଂପର୍କରେ ଜାଣିବାକୁ ଉତ୍ସୁକତା ରହିଛି। ସଲମାନ ଓ ଅଭିଷେକଙ୍କ ସିହ ନିଜ ଫଟୋକୁ ଐଶ୍ୱର୍ଯ୍ୟାଙ୍କ ମେମେ କରିବା ନେଇ ବିବେକଙ୍କ ଉପରେ ସଲମାନ ରାଗିଛନ୍ତି କି ନାହିଁ ତାହା ଜାଣିବାକୁ ପ୍ରଶଂସକ ଭିତରେ ଆଗ୍ରହ ନିଶ୍ଚୟ ବଢ଼ିଛି। ତେବେ, ଆପଣ ଜାଣିବାକୁ ଚାହିଁବେ ନିଶ୍ଚୟ ଯେ ଏକ୍‌ଜିଟ୍‌ ପୋଲ୍‌ ପରେ ଐଶ୍ୱର୍ଯ୍ୟାଙ୍କ ସହ ସଲମାନଙ୍କ ଫଟୋ ଥିବା ଦୃଷ୍ଟିରୁ ସଲମାନ କିପରି ପ୍ରତିକ୍ରିୟା ରଖିଛନ୍ତି।

publive-image

ଜଣେ ରିପୋର୍ଟର ଯେତେବେଳେ ସଲମାନଙ୍କୁ ବିବେକଙ୍କ ଟ୍ଵିଟ୍‌ ସଂପର୍କରେ ପଚାରିଲେ ସେତେବେଳେ ସଲମାନ ଖୁବ୍‌ ଚତୁରତାର ଏଥିରୁ ନିଜରୁ ନିବୃତ ରଖିପାରିଛନ୍ତି। ସଲମାନ ରିପୋର୍ଟରଙ୍କ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି କି ‘ମୁଁ ବେଶି ସମୟ ଟ୍ଵିଟ୍‌ରରେ ରହେ ନାହିଁ। ଏମିତିକ କିଛି ଘଟିଛି ବୋଲି ମୋତେ ଜଣାନାହିଁ।’ ଉଲ୍ଲେଖଯୋଗ୍ୟ, ସଲମାନଙ୍କ ଅଭୀନିତ ଚଳଚ୍ଚିତ୍ର ‘ଭାରତ’ ୨୦୧୯ ଜୁନ୍‌ ୫ ଇଦ୍‌ରେ ରିଲିଜ୍‌ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe