Advertisment

ହସିବାରୁ ପ୍ରିୟଙ୍କା ଚୋପ୍ରାଙ୍କୁ ଶକ୍ତ ଚାପୁଡ଼ା

Advertisment

କପିଲ ଶର୍ମାଙ୍କ ସୋ’ରେ ପ୍ରିୟଙ୍କା ଚୋପ୍ରା ପ୍ରକାଶ କରିଥିଲେ ଯେ, ଯେତେବେଳେ ସେ ଛୋଟ ଥିଲେ, ଥରେ ରାସ୍ତାରେ ଯିବାବେଳେ ସେ ହସିବାକୁ ଲାଗିଲେ ଏବଂ ପରେ କେହି ଜଣେ ତାଙ୍କୁ ଶକ୍ତ ଚାପୁଡ଼ା ମାରିଥିଲା। ଏଥିରେ ପ୍ରିୟଙ୍କା ଚୋପ୍ରା ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କିନ୍ତୁ କିଏ ତାଙ୍କୁ ଚାପୁଡ଼ା ମାରିଥିଲା....

କପିଲ ଶର୍ମାଙ୍କ ସୋ’ରେ ପ୍ରିୟଙ୍କା ଚୋପ୍ରା ପ୍ରକାଶ କରିଥିଲେ ଯେ, ଯେତେବେଳେ ସେ ଛୋଟ ଥିଲେ, ଥରେ ରାସ୍ତାରେ ଯିବାବେଳେ ସେ ହସିବାକୁ ଲାଗିଲେ ଏବଂ ପରେ କେହି ଜଣେ ତାଙ୍କୁ ଶକ୍ତ ଚାପୁଡ଼ା ମାରିଥିଲା। ଏଥିରେ ପ୍ରିୟଙ୍କା ଚୋପ୍ରା ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କିନ୍ତୁ କିଏ ତାଙ୍କୁ ଚାପୁଡ଼ା ମାରିଥିଲା....

Slap Priyanka Chopra for laughing

Slap Priyanka Chopra for laughing Photograph: (sambad.in)

ମୁମ୍ବାଇ: କୁହାଯାଏ ଯେ, ହସିବା ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ। ତେଣୁ ପ୍ରତ୍ୟେକ ବ୍ୟକ୍ତି ଖୁସି ହେବା ଉଚିତ୍ ଏବଂ ହସିବା ଉଚିତ୍ । ଏହା ମଧ୍ୟ ହୃଦୟର ସ୍ୱାସ୍ଥ୍ୟରେ ଉନ୍ନତି ଆଣି ଚାପକୁ ହ୍ରାସ କରିଥାଏ। ଏହା ବ୍ୟତୀତ ମାଂସପେଶୀ ମଧ୍ୟ ଭଲ ରହିଥାଏ। କିନ୍ତୁ ବେଳେବେଳେ ଅନାବଶ୍ୟକ ଭାବରେ ହସିବା ଖରାପ ଖରାପ ସାବ୍ୟସ୍ତ ହୋଇଥାଏ। ଏହା ଦ୍ବାରା ହୁଏତ ଅନ୍ୟ କେହି ଖରାପ ଅନୁଭବ କରିପାରନ୍ତି।

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ସହ ମଧ୍ୟ ସମାନ ଘଟଣା ଘଟିଥିଲା ​। ଥରେ ସେ ସର୍ବସାଧାରଣରେ ହସିବା ସମୟରେ କେହି ଜଣେ ତାଙ୍କୁ ଟାଣି ନେଇ ଶକ୍ତ ଚାପୁଡ଼ା ମାରିଥିଲା। 

ପ୍ରିୟଙ୍କା ଚୋପ୍ରା ବଲିଉଡ ସହିତ ହଲିଉଡରେ ମଧ୍ୟ ଖ୍ୟାତି ଅର୍ଜନ କରିଛନ୍ତି। ସେ ହଲିଉଡରେ ଚମତ୍କାର ଅଭିନୟ କରୁଛନ୍ତି। ତାଙ୍କୁ ଶକ୍ତ ଚାପୁଡ଼ା ମାରିଥିବା ବିଷୟରେ ଏକ କାହାଣୀ ପ୍ରିୟଙ୍କା ଚୋପ୍ରା ନିଜେ କପିଲ ଶର୍ମାଙ୍କ ସୋ’ରେ ପ୍ରକାଶ କରିଥିଲେ। ପ୍ରିୟଙ୍କା କହିଥିଲେ,ଯେତେବେଳେ ମୁଁ ତୃତୀୟ ଶ୍ରେଣୀରେ ପଢୁଥିଲି, ଆମେ ଲକ୍ଷ୍ନୌରେ ରହୁଥିଲୁ। ଦିନେ ମୁଁ ସ୍କୁଲ ଯାଉଥିଲି, ଆମ ସ୍କୁଲ ନିକଟରେ ଏକ ବଡ଼ ଗଛ ଥିଲା, ଯେଉଁଥିରେ ଅନେକ ମାଙ୍କଡ଼ ବସିଥିଲେ।

ଗଛ ତଳ ଦେଇ ଯାଉଥିବା ସମୟରେ ଗୋଟିଏ ମାଙ୍କଡ ସେହି ଗଛ ଉପରେ ବସି  ନିଜକୁ ସଫା କରୁଥିଲା। ମୁଁ ମାଙ୍କଡକୁ ଏଭଳି କରୁଥିବା ଦେଖି  ଜୋରରେ ହସିବାକୁ ଲାଗିଲି। ତା’ପରେ ହଠାତ୍ ମୋ ଅଜାଣତରେ ମାଙ୍କଡ ଗଛ ତଳକୁ ଓହ୍ଲାଇଲା, ମୋତେ ଟାଣି ନେଇ ଶକ୍ତ ଚାପୁଡ଼ା ମାରିଲା। ଏହାପରେ ଗଛ ଉପରକୁ ପଳାଇ ଗଲା। 

ସେତେବେଳେ ପ୍ରିୟଙ୍କା ଚୋପ୍ରା କପିଲ ଶର୍ମାଙ୍କ ସୋ’ରେ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଦି ସ୍କାଏ ଇଜ୍ ପିଙ୍କ୍’ର ପ୍ରମୋସନ ପାଇଁ ପହଞ୍ଚିଥିଲେ। ସମ୍ପ୍ରତି ପ୍ରିୟଙ୍କା ଚୋପ୍ରା ତାଙ୍କ ସ୍ୱାମୀ ନିକ୍ ଜୋନାସଙ୍କ ସହ ଆମେରିକାର ଲସ୍ ଏଞ୍ଜେଲସ୍‌ରେ ରହୁଛନ୍ତି।

ଅଧିକ ପଢ଼ନ୍ତୁ: ଜାନୁଆରି ୨୧ ଓ ୨୭ରେ ହେବ ସ୍ଥଗିତ ରହିଥିବା ୟୁଜିସି ନେଟ୍ ପରୀକ୍ଷା

ଲସ୍ ଏଞ୍ଜେଲସ୍ ବର୍ତ୍ତମାନ ହେଡଲାଇନରେ ଅଛି କାରଣ ସେଠାରେ ଜଙ୍ଗଲରେ ନିଆଁ ଲାଗିଛି ଏବଂ ଏଥିରେ ସାଧାରଣ ଲୋକଙ୍କ ସହ ଅନେକ ହଲିଉଡ ସେଲିବ୍ରିଟିଙ୍କ ଘର ନଷ୍ଟ ହୋଇଯାଇଛି।

କିଛି ଦିନ ପୂର୍ବରୁ ପ୍ରିୟଙ୍କା ଚୋପ୍ରା ତାଙ୍କ ଘରୁ ଜଙ୍ଗଲରେ ନିଆଁ ଲାଗିବାର ଭୟଙ୍କର ଦୃଶ୍ୟ ଦେଖାଇଥିଲେ ଏବଂ ଏଠାରେ ଫସି ରହିଥିବା ଲୋକଙ୍କ ପାଇଁ ଉଦ୍‌ବେଗ ପ୍ରକାଶ କରିଥିଲେ।

ଅଧିକ ପଢ଼ନ୍ତୁ: ନୂଆ ଯୁଦ୍ଧ ଆଶଙ୍କା: ଇସ୍ରାଏଲ୍-ତୁର୍କୀ ଯୁଦ୍ଧପୋତ, କ୍ଷେପଣାସ୍ତ୍ର ବୃଦ୍ଧି କରୁଛନ୍ତି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe