ପୁରୁଣା ଦିନକୁ ମନେ ପକାଇ ସ୍ମୃତି କହିଛନ୍ତି, ‘ଲୋକମାନେ ମୋତେ ଖରାପ ଅଭିନେତ୍ରୀର ଟ୍ୟାଗ୍ ଦେଇଥିଲେ’

ସ୍ମୃତି ଇରାନୀ ନିକଟରେ ଏକ ସାକ୍ଷାତକାରରେ ଯୋଗ ଦେଇ ତାଙ୍କ କ୍ୟାରିୟର ଆରମ୍ଭ ସମୟରେ କରିଥିବା ସଂଘର୍ଷକୁ ମନେ ପକାଇ କହିଛନ୍ତି, ଅଭିନୟ ଜୀବନ ଆରମ୍ଭ କରୁଥିବା ସମୟରେ ଲୋକେ ମୋତେ ଆଦୌ ପସନ୍ଦ କରୁ ନଥିଲେ।

New Project (31)

ନୂଆଦିଲ୍ଲୀ: ଟେଲିଭିଜନ ଶିଳ୍ପର ଲୋକପ୍ରିୟ ଅଭିନେତ୍ରୀ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ତାଙ୍କ କ୍ୟାରିୟରର ପ୍ରାରମ୍ଭିକ ସମୟକୁ ମନେ ପକାଇଛନ୍ତି।

ସ୍ମୃତି ଇରାନୀ ନିକଟରେ ଏକ ସାକ୍ଷାତକାରରେ ଯୋଗ ଦେଇ ତାଙ୍କ କ୍ୟାରିୟର ଆରମ୍ଭ ସମୟରେ କରିଥିବା ସଂଘର୍ଷକୁ ମନେ ପକାଇ କହିଛନ୍ତି, ଅଭିନୟ ଜୀବନ ଆରମ୍ଭ କରୁଥିବା ସମୟରେ ଲୋକେ ମୋତେ ଆଦୌ ପସନ୍ଦ କରୁ ନଥିଲେ।  ଖରାପ ଅଭିନେତ୍ରୀର ଟ୍ୟାଗ ଦେଇ ଦେଇଥିଲେ।  ମୁଁ କାମ କରୁଥିବା ଧାରାବାହିକରେ କାମ କରୁଥିବା ପୁରୁଷ କଳାକାରମାନଙ୍କୁ ମୋ ଠାରୁ ଅଧିକ ପାରିଶ୍ରମିକ ଦିଆଯାଉଥିଲା। କିନ୍ତୁ ମୁଁ ସେମାନଙ୍କ ଠାରୁ ଅଧିକ କାମ କରୁଥିଲି। ଏମିତି କି ମୁଁ ଦିଲ୍ଲୀର ଜନପଥରେ ମାତ୍ର ୨୦୦ ଟଙ୍କା ଦରମାରେ ବି କାମ କରିଛି।’

ଅଭିନୟ ପରେ ସ୍ମୃତି ୨୦୦୩ ମସିହାରେ ରାଜନୀତି ଆଡକୁ ମୁହାଁଇଥିଲେ ଏବଂ ୨୦୧୯ ମସିହାରେ ଆମେଥିରୁ ରାହୁଲ ଗାନ୍ଧୀଙ୍କୁ ପରାସ୍ତ କରି ଚର୍ଚ୍ଚାର ପରିସକୁ ଆସିଥିଲେ। ଯଦିଓ ସେ ୨୦୨୪ ଲୋକସଭା ନିର୍ବାଚନରେ ପରାସ୍ତ ହୋଇଥିବା ସତ୍ତ୍ବେ ସ୍ମୃତିଙ୍କ ପରିଚୟ ଜଣେ ଦୃଢ଼ ନେତା ଭାବରେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe