Advertisment

ପରଦାରେ ନାଗ-ନାଗୁଣୀ ସାଜିଲେ ଏହି ଓଲିଉଡ ଯୋଡି

Advertisment
ପରଦାରେ ନାଗ-ନାଗୁଣୀ ସାଜିଲେ ଏହି ଓଲିଉଡ ଯୋଡି

ଭୁବନେଶ୍ୱର: ପରଦାରେ ସାପ ଦେଖିଲେ ସମସ୍ତେ ରୋମାଞ୍ଚିତ ହୋଇଥାନ୍ତି। ବୋଧହୁଏ ଏହି କାରଣରୁ ନିର୍ମାତାମାନେ ଏଭଳି ସିନେମା ତିଆରି କରିଥାନ୍ତି। ଓଲିଉଡରେ ଆଗରୁ ନାଗଙ୍କ ଉପରେ ବେଶ୍‌ କେତୋଟି ଓଡ଼ିଆ ସିନେମା ତିଆରି ହୋଇଛି। ଏଥି ମଧ୍ୟରୁ ‘ନାଗ ପଞ୍ଚମୀ’ ଥିଲା ସବୁଠାରୁ ସୁପରହିଟ୍‌ ଫିଲ୍ମ। ରବୀନ୍ଦ୍ର ମୋହନ ସାହୁଙ୍କ ପ୍ରଯୋଜିତ ତଥା ବିଜୟ ଭାସ୍କରଙ୍କ ନିର୍ଦ୍ଦେଶିତ ଏହି ଓଡ଼ିଆ ଛବିକୁ ଦର୍ଶକ ଖୁବ୍‌ ପସନ୍ଦ କରିଥିଲେ।

ଏହାପରେ ‘ମଣି ନାଗେଶ୍ୱରୀ’ ଟାଇଟଲ୍‌ରେ ସେହି ସମାନ ପ୍ରଯୋଜକ ଓ ନିର୍ଦ୍ଦେଶକ ଏକ ଓଡ଼ିଆ ଛବି ନିର୍ମାଣ କରିଥିଲେ।
ଏହା ଅବଶ୍ୟ ଭିନ୍ନ କଥା ଯେ ଶ୍ରୀଲୋକନାଥ, ଯାହାକୁ ରଖିବେ ଅନନ୍ତ ଓ ରଖିବ ଯଦି ସେ ମାରିବ କିଏ ଭଳି ସିନେମାରେ ବି ସାପଙ୍କ ମହିମା ଓ କମାଲ୍‌ ଦେଖିବାକୁ ମିଳିଥିଲା।

ଏବେ ପୁଣି ପରଦାକୁ ନାଗଙ୍କ କାହାଣୀ ଆସୁଛି। ହଁ , ନାଗ ଓ ନାଗୁଣୀଙ୍କ ପ୍ରେମ କାହାଣୀ ଉପରେ ଆଧାରିତ ଏକ ଓଡ଼ିଆ ଛବି ଏବେ ନିର୍ମାଣ ହେଉଛି। ଏଥିରେ ନାଗ ବନିଛନ୍ତି ଓଲିଉଡର ଜଣାଶୁଣା ନାୟକ ଜ୍ୟୋତି ଏବଂ ନାଗୁଣୀ ସାଜିଛନ୍ତି ବଙ୍ଗୀୟ ନାୟିକା ଏଲ୍‌ସା।

publive-image

ଯେଉଁ ଓଡ଼ିଆ ଛବିରେ ଏହି ନାୟକ-ନାୟିକା ଯୋଡିଙ୍କୁ ନାଗ-ନାଗୁଣୀ ଭୂମିକାରେ ଦେଖିବାକୁ ମିଳିବ, ତା’ର ଶୀର୍ଷକ ହେଲା ‘ତୁ ମୋ’ ସୁନା ଚଢେଇ’। ଏହାର କଥାବସ୍ତୁରେ ପ୍ରେମ ଓ ପ୍ରତିଶୋଧ ଥିବା ଜଣାଯାଇଛି। ଦିଲୀପ ପଣ୍ଡା ଏହି ଓଡ଼ିଆ ସିନେମାର ନିର୍ଦ୍ଦେଶନା ଦେଉଛନ୍ତି।

‘ତୁ ମୋ’ ସୁନା ଚଢେଇ’ ଫିଲ୍ମରେ ଜ୍ୟୋତି ଓ ଏଲ୍‌ସାଙ୍କ ଯୋଡିକୁ ଦର୍ଶକ କେତେ ଦୂର ଗ୍ରହଣ କରୁଛନ୍ତି ଓ ନାଗ-ନାଗୁଣୀଙ୍କ ପ୍ରେମ କାହାଣୀ କିଭଳି କମାଲ୍‌ କରୁଛନ୍ତି, ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe