ସଲମାନ୍‌ ଖାନଙ୍କ ନାୟିକା ଏହି ରୋଗରେ ପୀଡ଼ିତ ହୋଇଥିଲେ

ସଲମାନ୍‌ ଖାନଙ୍କ ନାୟିକା ଏହି ରୋଗରେ ପୀଡ଼ିତ ହୋଇଥିଲେ

photo-amarujala

ବଲିଉଡର ଦବଙ୍ଗ ଷ୍ଟାର୍‌ ସଲମାନ ଖାନ୍‌ ଫିଲ୍ମ ଇଣ୍ଡଷ୍ଟ୍ରିରେ ବେଶ କେତେ ଜଣ ପ୍ରତିଭାବନ୍‌ ଯୁବତୀଙ୍କୁ ନାୟିକା ଭାବେ ଲଞ୍ଚ କରିଛନ୍ତି, ଏମାନଙ୍କ ମଧ୍ୟରୁ କେତେକ ଆଜି ସଫଳତାର ଶୀର୍ଷରେ ଅଛନ୍ତି, ଆଉ ଜଣେ ଦୁଇ ଜଣ ବିଶେଷ ସଫଳତା ହାସଲ କରିନାହାନ୍ତି । ଏମାନଙ୍କ ଭିତରୁ ଜଣେ ହେଲେ ସ୍ନେହା ଉଲାଲ ।

ଯେତେବେଳେ ଐଶ୍ୱର୍ଯ୍ୟା ରାୟଙ୍କ ସହିତ ସଲମାନ ଖାନ୍‌ଙ୍କର ବ୍ରେକ୍‌ ଅପ୍‌ ହୋଇଥିଲା, ସେତେବେଳେ ସେ ଖୁବ୍‌ ଭାଙ୍ଗି ପଡ଼ିଥିଲେ । ସେହି ସମୟରେ ସଲମାନ୍‌ ଐଶ୍ୱର୍ଯ୍ୟାଙ୍କ ଭଳି ଦିଶୁଥିବା ଜଣେ ଯୁବତୀଙ୍କୁ ତାଙ୍କ ଅଭିନୀତ ଫିଲ୍ମ ‘ଲକି- ନୋ ଟାଇମ୍‌ ଫର୍‌ ଲଭ୍‌’ ରେ ନିଜ ବିପକ୍ଷରେ ନାୟିକା ଭାବେ ଇଣ୍ଟୋ୍ରଡ୍ୟୁସ୍‌ କରିଥିଲେ । ଏହି ଯୁବତୀ ଜଣକ ହେଲେ ସ୍ନେହା ଉଲଲା । ସେହି ଫିଲ୍ମଟି ରିଲିଜ୍‌ ହେବା ଆଗରୁ ଆଶା କରାଯାଉଥିଲା ଯେ ଏହା ସୁପରହିଟ୍‌ ହେବ ଏବଂ ସ୍ନେହା ବଲିଉଡରେ ଲମ୍ବା ପାରି ଖେଳିବେ। କିନ୍ତୁ ସେପରି ଘଟି ନଥିଲା ,କାରଣ ‘ଲକି- ନୋ ଟାଇମ୍‌ ଫର୍‌ ଲଭ୍‌’ ଫ୍ଲପ୍‌ ହୋଇଥିଲା ଏବଂ ସ୍ନେହା ନିଜର ପରିଚୟ ସୃଷ୍ଟି କରିବାରେ ଅସଫଳ ହୋଇ ବଲିଉଡରୁ ଦୂରେଇ ଯାଇଥିଲେ ବୋଲି କୁହାଯାଇଥିଲା ।
ତେବେ ପ୍ରକୃତରେ ସେ କାହିଁକି ବଲିଉଡରୁ ଦୂରେଇ ଯାଇଥିଲେ , ତା’ର କାରଣ ସଂପର୍କରେ ଏବେ ମୁହଁ ଖୋଲିଛନ୍ତି ସ୍ନେହା ଉଲାଲ୍‌ । ସ୍ନେହା କହିଛନ୍ତି ଯେ ତାଙ୍କର ଏକ ଗମ୍ଭୀର ଶାରୀରିକ ସମସ୍ୟା ଦେଖା ଯାଇଥିଲା । ଦେହରେ ରକ୍ତ କମ୍‌ ଥିବା ହେତୁ ସେ ଅଟୋଇମ୍ୟୁନି ଡିଜର୍ଡର ରେ ପୀଡିତ ହୋଇଥିଲେ । ଏହି ରୋଗରେ ପୀଡ଼ିତ ହୋଇ ତାଙ୍କର ଇମ୍ୟୁଜିଟି ସିଷ୍ଟମ୍‌ ଦୁର୍ବଳ ହୋଇଯାଇଥିଲା । ଏହାର କୁପରିଣାମ ସ୍ୱରୂପ ସେ ନିଜେ ଏତେ ଦୁର୍ବଳ ହୋଇ ଗଲେ ଯେ ଉଠି ଚାଲିବା ବି ତାଙ୍କ ପକ୍ଷେ କଷ୍ଟସାଧ୍ୟ ବ୍ୟାପାର ହୋଇଗଲା । ସେ ଅଭିନୟ କରିବାକୁ ଅକ୍ଷମ ହୋଇଗଲେ । ଏହି କାରଣରୁ ସେ ବଲିଉଡରୁ ଦୂରେଇ ଯାଇଥିଲେ ବୋଲି କହିଛନ୍ତି ସ୍ନେହା ।

publive-image photo-amarujala

ଏବେ ସେ ସଂପୂର୍ଣ୍ଣ ସୁସ୍ଥ ହୋଇ ଯାଇଛନ୍ତି । ନିକଟରେ ସେ ତାଙ୍କର ୩୦ ତମ ଜନ୍ମ ଦିନ ସେଲିବ୍ରେଟ୍‌ କରିଛନ୍ତି । ହଁ ସେ ଏବେ ପୁଣି ଅଭିନୟରେ ସକ୍ରିୟ ହେଲେଣି।ଖାଲି ସେତିକି ନୁହେଁ ସ୍ନେହା ଉଲାଲ୍‌ ଏକ ତେଲୁଗୁ ଫିଲ୍ମରେ ଫିମେଲ ଲିଡ୍‌ ରୋଲ୍‌ରେ ବି ଅଭିନୟକୁ ଫେରୁଥିବା କହିଛନ୍ତି । ଇତିମଧ୍ୟରେ ତାଙ୍କର ଏହି ଆଗାମୀ ସିନେମାର ପୋଷ୍ଟର ବି ରିଲିଜ୍‌ ହୋଇଛି । ଏଡାର କାହାଣୀ ଜଣେ ହିନ୍ଦୁ ଯୁବକ ଏବଂ ମୁସଲମାନ୍‌ ଯୁବତୀଙ୍କ ପ୍ରେମ କାହାଣୀ ଉପରେ ଆଧାରିତ ବୋଲି କୁହାଯାଉଛି। ଏହାର ନିର୍ଦ୍ଦେଶନା ଦେଇଛନ୍ତି ଚରନ୍‌ ତେଜ୍‌। ଏହି ସିନେମାରେ ନିଜର ଭୂମିକାକୁ ନେଇ ଖୁବ୍‌ ଉତ୍ସାହିତ ଅଛନ୍ତି ସ୍ନେହା । ଏଠାରେ ସୂଚନାଯୋଗ୍ୟ ଯେ ସେ ପ୍ରାୟ ୬ ବର୍ଷ ପରେ ଟଲିଉଡକୁ ଫେରିଛନ୍ତି। ନିଜର କମ୍‌ବ୍ୟାକ୍‌ କୁ ନେଇ ଖୁବ୍‌ ଅଶାବାଦୀ ଅଛନ୍ତି ସ୍ନେହା ଉଲାଲ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe