ଦୀର୍ଘ ୨୦ ବର୍ଷ ସଂଳାପ ଲେଖିବା ଓ କଳାକାରଙ୍କୁ ନିର୍ଦ୍ଦେଶନା ଦେବା ପରେ ‘ମାରିଚ୍’ ଚଳଚ୍ଚିତ୍ର ଜରିଆରେ ବଡ଼ ପରଦାକୁ ଆସିବେ ତୁଷାର କପୁର। ବିଭିନ୍ନ ଚଳଚ୍ଚିତ୍ରରେ ସେ ସହଯୋଗୀ କଳାକାର ଭାବେ ନଜର ଆସିଥିଲେ ହେଁ କୌଣସି ଚଳଚ୍ଚିତ୍ରରେ ତାଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳି ନଥିଲା। କିନ୍ତୁ ଚଳିତବର୍ଷ ସୁଟିଂ ହେବାକୁ ଯାଉଥିବା ଏହି ଚଳଚ୍ଚିତ୍ରରେ ଦର୍ଶକେ ତାଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ପାଇବେ। ଏଥିରେ ସେ ଜଣେ ପୁଲିସ୍ ଅଫିସର୍ ଭୂମିକାରେ ନଜର ଆସିବେ। ଏ ସଂପର୍କରେ ତୁଷାର ନିଜେ ଟ୍ବିଟ୍ କରି ପ୍ରଶଂସକଙ୍କୁ ସୂଚନା ଦେଇଛନ୍ତି। ଏହି ଚଳଚ୍ଚିତ୍ରରେ ତୁଷାରଙ୍କ ସହ ପ୍ରଖ୍ୟାତ ଅଭିନେତା ନସିରୁଦ୍ଦିନ୍ ଶାହା ମଧ୍ୟ ଅଭିନୟ କରିବେ। ନସିରୁଦ୍ଦିନ୍ଙ୍କ ସହ ଅଭିନୟ କରିବାକୁ ନେଇ ସେ ଖୁବ୍ ଉତ୍ସାହିତ ଅଛନ୍ତି ବୋଲି ତୁଷାର ଟ୍ବିଟ୍ରେ ଉଲ୍ଲେଖ କରିଛନ୍ତି। ସୂଚନାଯୋଗ୍ୟ, ଗତବର୍ଷ ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହୋଇଥିବା ଅକ୍ଷୟଙ୍କ ଅଭିନୀତ ‘ଲକ୍ଷ୍ମୀ’ ଚଳଚ୍ଚିତ୍ରକୁ ତୁଷାର ନିର୍ମାଣ କରିଥିଲେ।
‘ମାରିଚ୍’କୁ ନେଇ ତୁଷାରଙ୍କ ଉତ୍ସାହ
Advertisment
Follow Us