ନୂଆଦିଲ୍ଲୀ : କୃଷ୍ଣକାୟ ମୃଗକୁ ମାରିବା ଅଭିଯୋଗରେ ଗୁରୁବାର ଦିନ ବଲିଉଡ଼ ଭାଇଜାନ ସଲମାନ ଖାନ୍ଙ୍କୁ ୫ବର୍ଷର ଦଣ୍ଡ ମିଳିବା ସହ ୧୦ ହଜାର ଟଙ୍କାର ଜରିମାନା ଲାଗିଥିଲା । ସଲମାନ୍ଙ୍କ ଦଣ୍ଡ ଖବର କିଛି ଜଣଙ୍କ ପାଇଁ ଦୁଃଖଦ ବିଷୟ ହୋଇଥିବା ବେଳେ କିଛି ଜଣ ଏଥିପାଇଁ ଅତ୍ୟନ୍ତ ଖୁସି ହୋଇଥିଲେ । ତେବେ ଘଟଣାଟିର ୪୮ ଘଣ୍ଟାପରେ ହିଁ ସଲମାନଙ୍କୁ ୨୫ ଲକ୍ଷଟଙ୍କାର ଦୁଇଟି ବଣ୍ଡ ଦ୍ୱାରା ଜାମିନ୍ ମିଳିଥିଲା । ଏହାପରେ ଅଭିନେତ୍ରୀ ସୋଫିଆ ହାୟାତ ସଲମାନ୍ ନୋଟ ଦେଇ ତାଙ୍କର ଜାମିନ୍ କିଣିଥିବାର ସୋସିଆଲ ମିଡ଼ିଆରେ ପୋଷ୍ଟ କରିଛନ୍ତି । ସୋଫିଆ ଏହା ପୂର୍ବରୁ ମଧ୍ୟ ସଲମାନଙ୍କ ଗିରଫରେ ଖବରରେ ତାଙ୍କର ଖୁସି ସୋସିଆଲ ମିଡ଼ିଆରେ ପ୍ରକାଶ କରିଥିଲେ ।
ସୋଫିଆ ଭାରତୀୟ ମୁଦ୍ରାର ଏକ ଫଟୋ ସେୟାର କରିବା ସହ ଏହାର କ୍ୟାପସନ୍ରେ ଲେଖିଛନ୍ତି "ଏହି ମୁଦ୍ରାକୁ ଜମା କରିବା ପରେ ହିଁ ସଲମାନଙ୍କୁ ଜାମିନ୍ ମିଳିଛି। ଭାରତରେ ଯଦି ସମସ୍ତଙ୍କ ପାଖରେ ଏହି ମୁଦ୍ରା ଥାଆନ୍ତା ତେବେ କିଏ ମଧ୍ୟ କୋର୍ଟ ଯାଆନ୍ତେ ନାହିଁ । ସଲମାନ ଏହି କଥା ପ୍ରମାଣିତ କରିଛନ୍ତି କି ଭାରତରେ ନ୍ୟାୟ ବୋଲି କିଛି ନାହିଁ ଅଛି କେବଳ ଭ୍ରଷ୍ଠାଚାର । ଯେଉଁ ବ୍ୟକ୍ତି ମାନେ ଭାରତୀୟ ଆଇନ ଉପରେ ବିଶ୍ୱାନ କରନ୍ତି ତାଙ୍କ ପାଇଁ ମୋ ମନରେ ସହନୁଭୂତି ରହିଛି। "
ଏହା ପୂର୍ବରୁ ମଧ୍ୟ ସୋଫିଆ ସଲମାନଙ୍କ ଦୋଷୀ ସାବ୍ୟସ୍ତ ଉପରେ ନିଜର ଖୁସି ପ୍ରକାଶ କରିଥିଲେ । ସେ ସୋସିଆଲ ମିଡ଼ିଆରେ ଏକ ଫୋଷ୍ଟରେ ଲେଖିଥିଲେ "ଶେଷକୁ ଦୋଷୀକୁ ଦଣ୍ଡ ମିଳିଲା । ଏହା କେଉଁ ସ୍ଥାନର ପ୍ରଥା ପ୍ରଥମେ କାହାର କ୍ଷତି କର ପରେ ପରୋପକାର କରି ତାହାର ପ୍ରାଶ୍ଚିତ କର। ଆଜି ପ୍ରମାଣିତ ହୋଇଗଲା ନିକିତିରେ ସମସ୍ତ ଜିନିଷ ସମାନ ଭାବେ ମପାଯାଇଥାଏ । "
Follow Us