ବିବାହୁ ୧୦ବର୍ଷ ପୁରିବା ପରେ ସ୍ବାମୀଙ୍କ ପାଇଁ ସୋହା କଲେ ଏଭଳି ପୋଷ୍ଟ

Advertisment

ବଲିଉଡ କଳାକାର ସୋହା ଅଲୀ ଖାନ ଏବଂ କୁନାଲ ଖେମୁଙ୍କ ବିବାହକୁ ୧୦ ବର୍ଷ ବିତିଛି। ବିବାହ ବାର୍ଷିକୀରେ ଅଭିନେତ୍ରୀ ତାଙ୍କ ସ୍ୱାମୀ କୁନାଲଙ୍କୁ ଏକ ଅନନ୍ୟ ଉପାୟରେ ବିବାହ ବାର୍ଷିକୀରେ ଶୁଭେଚ୍ଛା ଜଣାଇଛନ୍ତି।

ବଲିଉଡ କଳାକାର ସୋହା ଅଲୀ ଖାନ ଏବଂ କୁନାଲ ଖେମୁଙ୍କ ବିବାହକୁ ୧୦ ବର୍ଷ ବିତିଛି। ବିବାହ ବାର୍ଷିକୀରେ ଅଭିନେତ୍ରୀ ତାଙ୍କ ସ୍ୱାମୀ କୁନାଲଙ୍କୁ ଏକ ଅନନ୍ୟ ଉପାୟରେ ବିବାହ ବାର୍ଷିକୀରେ ଶୁଭେଚ୍ଛା ଜଣାଇଛନ୍ତି।

tsohaa

ମୁମ୍ବାଇ: ବଲିଉଡ କଳାକାର ସୋହା ଅଲୀ ଖାନ ଏବଂ କୁନାଲ ଖେମୁ ବଲିଉଡର ସବୁଠାରୁ ପ୍ରିୟ ଯୋଡ଼ି ମଧ୍ୟରୁ ଜଣେ। ଏହି ଯୋଡ଼ି ସବୁବେଳେ ପରସ୍ପର ଉପରେ ପ୍ରେମ ବର୍ଷା କରୁଥିବାର ଦେଖାଯାଏ। ପ୍ରଶଂସକମାନେ ମଧ୍ୟ ଏହି ଯୋଡ଼ିକୁ ବହୁତ ପସନ୍ଦ କରନ୍ତି। ସୋହା ଅଲୀ ଖାନ ଏବଂ କୁନାଲ ଖେମୁ ଆଜି ସେମାନଙ୍କର ୧୦ମ ବିବାହ ବାର୍ଷିକୀ ପାଳନ କରୁଛନ୍ତି। ଏହି ସ୍ୱତନ୍ତ୍ର ଦିନରେ, ସୋହା ତାଙ୍କ ସ୍ୱାମୀ କୁନାଲଙ୍କୁ ସ୍ୱତନ୍ତ୍ର ଭାବେ ବିବାହ ବାର୍ଷିକୀର ଶୁଭେଚ୍ଛା ଜଣାଇଛନ୍ତି।

ସୋହା ଅଲି ଖାନ ଇନଷ୍ଟାରେ କୁନାଲ ଖେମୁଙ୍କ ସହିତ ତାଙ୍କର ୧୦ ବର୍ଷ ବିବାହ ଯାତ୍ରାର ଖୁସିକୁ ପାଳନ କରି ଏକ ହୃଦୟସ୍ପର୍ଶୀ ଭିଡିଓ ସେୟାର କରିଛନ୍ତି। ଭିଡିଓରେ ସୋହା, କୁନାଲଙ୍କ ସହ ବିତାଇଥିବା ସ୍ମରଣୀୟ ମୁହୂର୍ତ୍ତଗୁଡ଼ିକ ଥିବା ଦେଖାଯାଇଛି। ଭିଡିଓ ଆରମ୍ଭରୁ ସେମାନଙ୍କର ନିକାହ(ବିବାହ)ର ଭିଡିଓ ଥିବା ବେଳେ ପରେ ସେମାନେ ପରସ୍ପରକୁ ଆଲିଙ୍ଗନ କରିବାର, ପାର୍ଟିରେ ଯୋଗଦେବାର, ସାଧାରଣ ପୋଷାକ ପିନ୍ଧି ଆରାମ କରିବାର ଏବଂ ଛୁଟି ଉପଭୋଗ କରିବାର ଅନେକ ଫଟୋ ଓ ଭିଡିଓ ରହିଛି। ଏହି ସୁନ୍ଦର ଭିଡିଓ ସହିତ, ସୋହା ତାଙ୍କ ସ୍ୱାମୀ କୁନାଲଙ୍କ ପାଇଁ ଏକ ସୁନ୍ଦର ବାର୍ତ୍ତା ମଧ୍ୟ ଲେଖିଛନ୍ତି। "ଦଶ ବର୍ଷ ପରେ... ମୁଁ ଏବେ ବି ଭଲପାଉଛି ଏବଂ ମୁଁ ସବୁବେଳେ ଭଲପାଇବି" ବୋଲି ଲେଖିଛନ୍ତି ସୋହା। 

ସୋହାଙ୍କ ଏହି ଭିଡିଓ ପରେ ତାଙ୍କ ପ୍ରଶଂସକ ଓ ବନ୍ଧୁ ତାଙ୍କୁ ଶୁଭେଚ୍ଛା ଜଣାଇଥିବା ଦେଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe