ସଲମାନଙ୍କ ଘରେ ଏବେ ସବୁ ସିଙ୍ଗଲ୍‌, ଅରବାଜ୍‌ଙ୍କ ପରେ ସୋହେଲ୍‌ ଖାନ୍‌ କଲେ ଛାଡ଼ପତ୍ର ଆବେଦନ

Advertisment
ସଲମାନଙ୍କ ଘରେ ଏବେ ସବୁ ସିଙ୍ଗଲ୍‌, ଅରବାଜ୍‌ଙ୍କ ପରେ ସୋହେଲ୍‌ ଖାନ୍‌ କଲେ ଛାଡ଼ପତ୍ର ଆବେଦନ

India.com

ମୁମ୍ବାଇ: ଦୀର୍ଘ ୨୪ ବର୍ଷର ବୈବାହିକ ଜୀବନ ପରେ ଅଭିନେତା ତଥା ପ୍ରଯୋଜକ ସୋହେଲ୍‌ ଖାନ୍‌ ଏବଂ ତାଙ୍କ ପତ୍ନୀ ସୀମା ଖାନ୍‌ ପରସ୍ପରଙ୍କୁ ଛାଡ଼ପତ୍ର ଦେବାକୁ ନିଷ୍ପତ୍ତି ନେଇଛନ୍ତି। ସେମାନେ ୧୯୯୮ ମସିହାରେ ବିବାହ କରିଥିବା ବେଳେ କିଛି ବର୍ଷ ତଳୁ ଅଲଗା ରହୁଥିଲେ। ଏବେ ସେ ଦୁହେଁ କୋର୍ଟରେ ଛାଡ଼ପତ୍ର ଆବେଦନ କରିଛନ୍ତି।

ଏହି ଛାଡ଼ପତ୍ର ଆବେଦନ ଦୁହିଁଙ୍କ ସହମତି କ୍ରମେ ହୋଇଛି। ଏହି ଛାଡ଼ପତ୍ର ଆବେଦନ ମୁମ୍ବାଇର ଏକ ପାରିବାରିକ ଅଦାଲତରେ ହୋଇଛି ବୋଲି ସୂଚନା ରହିଛି। ସୋହେଲ୍ ଏବଂ ସୀମାଙ୍କର ନିର୍ବାଣ ଓ ୟୋହାନ ନାମକ ଦୁଇଟି ସନ୍ତାନ ଅଛନ୍ତି।

ତେବେ ଏହି କଥାଟି ଏବେ ଖୁବ୍ ଜୋର୍‌ରେ ପ୍ରଘଟ ହେବାରେ ଲାଗିଥିବା ବେଳେ ଦୁଇ ଜଣଙ୍କ ପକ୍ଷରୁ କିନ୍ତୁ ଏ ନେଇ କୌଣସି ଆନୁ‌ଷ୍ଠାନିକ ଘୋଷଣା କରାଯାଇ ନାହିଁ।

publive-image
Times of India

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଦୁହେଁ ୧୯୯୮ ମସିହାରେ ଲୁଚିକରି ବିବାହ କରିଥିଲେ। ସୀମା‌ ହେଉଛନ୍ତି ଦିଲ୍ଲୀର ଝିଅ। ସେ ଫେସନ୍‌ ଡିଜାଇନିଂରେ କ୍ୟାରିୟର୍‌ ଗଢ଼ିବାକୁ ସେ ସମୟରେ ମୁମ୍ବାଇ ଆସିଥିଲେ। ଏହି ସମୟରେ ସୀମା ଓ ସୋହେଲ୍‌ଙ୍କ ସାକ୍ଷାତ୍‌ ହୋଇଥିଲା। ସୋହେଲ୍‌ଙ୍କ କହିବାନୁସାରେ ପ୍ରଥମ ଦେଖାରେ ତାଙ୍କର ସୀମାଙ୍କ ପ୍ରତି ପ୍ରେମ ହୋଇଥିଲା। ଖୁବ୍ ଶୀଘ୍ର ହିଁ ସେମାନେ ଡେଟ୍‌ କରିବା ଆରମ୍ଭ କରି ଦେଇଥି‌ଲେ। ସେମାନେ ପରସ୍ପରଙ୍କୁ ବିବାହ କରିବାକୁ ଚାହୁଁଥିଲେ। ମାତ୍ର ସୀମା ଏକ ପଞ୍ଜାବୀ ପରିବାରର ଝିଅ ହୋଇଥିବାରୁ ସୀମାଙ୍କ ପରିବାର ଏହି ସଂପର୍କରେ ରାଜି ନଥିଲେ। ସେହି କାରଣରୁ ସେମାନଙ୍କୁ ଲୁଚି କରି ବିବାହ କରିବାକୁ ପଡ଼ିଥଲା।

ସୁପର୍‌ଷ୍ଟାର୍‌ ସଲମାନଙ୍କ ‌ ଭାଇ ଅର୍‌ବ‌ାଜ ଖାନ୍‌ଙ୍କର ପୂର୍ବରୁ ବିବାହ ବିଚ୍ଛେଦ ହୋଇ ସାରିଥିବା ବେଳେ ଏବେ ସୋହେଲ୍‌ ଖାନ୍‌ଙ୍କର ବିବାହ ବିଚ୍ଛେଦ ଘଟିବାକୁ ଯାଉଛି। ଆପଣ ଜାଣିଥିବେ ଯେ ସଲ୍‌ମାନ  ଅବିବାହିତ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe