ପୁଣି ବଡ଼ପରଦାରେ ଏକାଠି ଜଲୱା ଦେଖାଇ ପାରନ୍ତି ବବି ଓ ପ୍ରୀତି

ପୁଣି ବଡ଼ପରଦାରେ ଏକାଠି ଜଲୱା ଦେଖାଇ ପାରନ୍ତି ବବି ଓ ପ୍ରୀତି

ନୂଆଦିଲ୍ଲୀ: ବଲିଉଡର ଥ୍ରିଲର ସିନେମା ‘ସୋଲଜର’ପାଇଁ  ଅଭିନେତା ବବି ଦେୱାଲ ଓ ଅଭିନେତ୍ରୀ ପ୍ରୀତି ଜିଣ୍ଟା ଖୁବ ଲୋକପ୍ରିୟତା ପାଇଥିଲେ। ନିକଟରେ ରିଲିଜ ହୋଇଥିବା  ସିନେମା ‘ଆନିମଲ’ର ସଫଳତା ପରେ ବବିଙ୍କ କ୍ରେଜ ପୁଣି ଥରେ ଦେଖିବାକୁ ମିଳିଛି। ଏହି କ୍ରମରେ ବବି ଦେୱାଲ ଓ ପ୍ରୀତି ଜିଣ୍ଟାଙ୍କ ପ୍ରଶଂସକଙ୍କ ପାଇଁ ଏକ ଭଲ ଖବର ରହିଛି।

‘ସୋଲଜର’ର ପ୍ର‌ଯୋଜକ ରମେଶ ତୌରାନି ନିଜର ଆଇକନିକ ସିନେମାର ସି‌‌‌‌କ୍ବେଲକୁ ନେଇ ନୂଆ ଖବର ସେୟାର କରିଛନ୍ତି।  ରମେଶ ସ୍ପଷ୍ଟ କରିଛନ୍ତି କି, ତାଙ୍କ ପାଖରେ ‘ସୋଲଜର’ର ସିକ୍ବେଲ ପ୍ଲାନ ପ୍ରସ୍ତୁତ ଅଛି। ଖୁବଶୀଘ୍ର ସେ ଏହାର କାଷ୍ଟିଂ ଉପରେ କାମ ଆରମ୍ଭ କରିବେ। ଆଗାମୀ ବର୍ଷ  ସେ ସିନେମାର ସୁଟିଂ ଆରମ୍ଭ କରିବେ। ତେବେ କାହାଣୀକୁ ‌ଦେଖି କଳାକର ଚୟନ କରାଯିବ। ଏଯାବତ କେଉଁ ଭୂମିକାରେ କେଉଁ ଅଭିନେତା ଓ ଅଭିନେତ୍ରୀଙ୍କୁ ନିଆଯିବ ସେଥିପାଇଁ  କିଛି ସ୍ଥିର କରାଯାଇନାହିଁ।’

କିଛିଦିନ ପୂର୍ବରୁ ବବି ଦେୱାଲ ‘ସୋଲଜର’ର ସିକ୍ବେଲକୁ ନେଇ ଏକ ସଙ୍କେତ ଦେଇଥିଲେ। ଆଉ କହିଥିଲେ ଏହି ସିନେମା ପାଇଁ ରମେଶ ‌ମୋତେ ଚୟନ କରି ପାରନ୍ତି। ଦ୍ବିତୀୟ ଥର ଏହି ସିନେମାର କାମ କରିବାର ସୁଯୋଗ ପାଇଲେ ଏହାକୁ ମୁଁ ମୋର ସୌଭାଗ୍ୟ ଭାବିବି।’

ତେବେ ‘ସୋଲଜର’ ସିକ୍ବେଲକୁ ନେଇ ଅଭିନେତ୍ରୀ ପ୍ରୀତି ଜିଣ୍ଟାଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ। କିନ୍ତୁ କିଛି ବିଶେଷ ସୂତ୍ରରୁ ଖବର ମିଳିଛି ‘ସୋଲଜର-୨’ରେ ବବି ଓ ପ୍ରୀତି ମୁଖ୍ୟ ଭୂମିକାରେ ଅଭିନୟ କରିବେ। ତେବେ ଏହା ଯଦି ସତ ହୁଏ ତେବେ ବବି ଓ ପ୍ରୀତିଙ୍କ ପ୍ରଶଂସକଙ୍କ ପାଇଁ ଏହା ବେଶ ଖୁସିର ଖବର ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe