ଐଶ୍ବର୍ଯ୍ୟାଙ୍କ କାନ୍ଧର ହାଡ ଭାଙ୍ଗି ଦେଇଥିଲେ ସଲମାନ!

ସୋମୀ ସଲମାନ ଖାନଙ୍କ ସହିତ ତାଙ୍କର ସମ୍ପର୍କ କେମିତି ଥିଲା ତାହାକୁ ନେଇ ଚାଞ୍ଚଲ୍ୟକର ବୟାନ ଦେଇ କହିଛନ୍ତି, ‘ସଲମାନ ମୋତେ ଯେଭଳି ଭାବେ ନିର୍ଯାତନା ଦେଇଛନ୍ତି ସେମିତି କାହାକୁ ବି ଦେଇ ନଥିବେ।

wqeew

ନୂଆଦିଲ୍ଲୀ: ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ  କ୍ରମାଗତ ଭାବେ ସଲମାନ ଖାନଙ୍କୁ ଧମକ ଦେବାରେ ଲାଗିଛି। ଏହି କ୍ରମରେ ସଲମାନଙ୍କ ପୂର୍ବତନ ପ୍ରେମିକା ତଥା ଅଭିନେତ୍ରୀ ସୋମି ଅଲୀ ତାଙ୍କର ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଥିଲେ। ଏହି ପୋଷ୍ଟକୁ ନେଇ ସେ ଲାଇମଲାଇଟକୁ ଆସିଛନ୍ତି। 

ସୋମି ଅଲୀ ସାବରମତି ସେଣ୍ଟ୍ରାଲ ଜେଲରେ ବନ୍ଦୀ ଥିବା ଲରେନ୍ସ ବିଷ୍ଣୋଇଙ୍କ ଏକ ଫଟୋ ସେୟାର ଲେଖିଛନ୍ତି, 'ଏହା ଲରେନ୍ସ ବିଷ୍ଣୋଇଙ୍କ ପାଇଁ ଏକ ପ୍ରତ୍ୟକ୍ଷ ବାର୍ତ୍ତା - ହେଲୋ, ଲରେନ୍ସ ଭାଇ, ମୁଁ ଶୁଣିଛି ଏବଂ ଦେଖିଛି ଯେ ଆପଣ ଜେଲରୁ ମଧ୍ୟ ଜୁମ୍ କଲ କରୁଛନ୍ତି, ତେଣୁ ମୁଁ ଆପଣଙ୍କ ସହ କିଛି କଥା ହେବାକୁ ଚାହେଁ।'

ନିକଟରେ ସୋମୀ ସଲମାନ ଖାନଙ୍କ ସହିତ ତାଙ୍କର ଓ ପୂର୍ବତନ ପ୍ରେମିକାମାନଙ୍କ ସହିତ ସମ୍ପର୍କ କେମିତି ଥିଲା ତାହାକୁ ନେଇ ଚାଞ୍ଚଲ୍ୟକର ବୟାନ ଦେଇ କହିଛନ୍ତି, ‘ସଲମାନ ମୋତେ ଯେଭଳି ଭାବେ ନିର୍ଯାତନା ଦେଇଛନ୍ତି ସେମିତି କାହାକୁ ବି ଦେଇ ନଥିବେ। ସେ ମୋତେ ନିର୍ଯାତନା ଦେଉଥିଲେ ବି ମୁଁ ତାଙ୍କ ସହିତ ସବୁବେଳେ ଛିଡା ହୋଇଛି। କିନ୍ତୁ ଏହାର ପ୍ରତିବଦଳରେ ମୋତେ ମିଳିଛି ପ୍ରତାରଣା। ଯାହାକୁ ମୁଁ ମୋର ଶେଷ ନିଶ୍ବାସ ଯାଏଁ ମନେ ରଖିଥିବି। କାରଣ ମୋତେ ବହୁତ କଷ୍ଟ ହୋଇଛି। ମୋର ଆତ୍ମାକୁ ବାଧିଛି।  ଏମିତି କି ସଲମାନ ବିଶ୍ବ ସୁନ୍ଦରୀ ଐଶ୍ବର୍ଯ୍ୟା ରାଏଙ୍କୁ ବି ନିର୍ଯାତନା ଦେଇଛନ୍ତି।  ଶୁଣିବାକୁ ମିଳିଥିଲା ସଲମାନ ଐଶ୍ବର୍ଯ୍ୟାଙ୍କ କାନ୍ଧର ହାଡ଼ ବି ଭାଙ୍ଗି ଦେଇଥିଲେ।’

ସଲମାନ ଓ ଐଶ୍ବର୍ଯ୍ୟା ୨୦୦୧ ମସିହାରେ ‘ହମ ଦିଲ ଦେ ଚୁକେ ସନମ’ ଜରିଆରେ ପରସ୍ପରର ନିକଟତର ହୋଇଥିଲେ। ଦର୍ଶକ ବି ଏ ଦୁହିଁଙ୍କ ଯୋଡ଼ିକୁ ଖୁବ ପସନ୍ଦ କରିଥିଲେ। କିନ୍ତୁ ଏ ସମ୍ପର୍କ ବେଶୀଦିନ ତିଷ୍ଠି ପାରିଲା ନାହିଁ। ଦୁହେଁ ୨୦୦୨ରେ ଅଲଗା ହୋଇଯାଇଥିଲେ। ସଲମାନଙ୍କ ଠାରୁ ଅଲଗା ହେବାପରେ ଐଶ୍ବର୍ଯ୍ୟା ଅଭିନେତାଙ୍କ ବିରୋଧରେ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିବାର ଅଭିଯୋଗ ବି ଆଣିଥିଲେ। 

ଅଧିକପଢ଼ନ୍ତୁ:ଆକ୍ରମଣକାରୀଙ୍କ ଛୁରାମାଡ଼ରେ ସାମ୍ବାଦିକଙ୍କ ମୃତ୍ୟୁ ସାମ୍ବାଦିକ ଦିଲୀପ ସେନି ଏବଂ ବିଜେପି ନେତା ସା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe