ସୋନାଙ୍କ କଡ଼ା ଜବାବ : କାହାରି ପାଇଁ ଏଭଳି ଅପଶବ୍ଦ ବିଲ୍‌କୁଲ ଗ୍ରହଣୀୟ ନୁହେଁ

Advertisment
ସୋନାଙ୍କ କଡ଼ା ଜବାବ : କାହାରି ପାଇଁ ଏଭଳି ଅପଶବ୍ଦ ବିଲ୍‌କୁଲ ଗ୍ରହଣୀୟ ନୁହେଁ

The Week

ମୁମ୍ବାଇ:  ବଲିଉଡ୍‌ ‘କ୍ବିନ୍‌’ କଙ୍ଗନା ରଣାୱତ୍‌ଙ୍କୁ ଶିବ‌ସେନା ସାଂସଦ ସଞ୍ଜୟ ରାଉତ ‘ହାରାମ୍‌ଖୋର୍‌ ଲଡ୍‌କି’ ମନ୍ତବ୍ୟ ଦେବା ପରେ ଦେଶବ୍ୟାପୀ ହଇଚଇ ସୃଷ୍ଟି ହୋଇଛି। ତେବେ ପ୍ରଖ୍ୟାତ କଣ୍ଠଶିଳ୍ପୀ ସୋନା ମହାପାତ୍ର କାହିଁକି କଙ୍ଗନାଙ୍କ ସପକ୍ଷରେ କିଛି ମନ୍ତବ୍ୟ ଦେଇନାହାନ୍ତି, ସେ ନେଇ ଜଣେ ମହିଳା ଟ୍ବିଟର୍‌‌ରେ ସୋନାଙ୍କ ଉପରେ ବର୍ଷିଛନ୍ତି। ମହିଳାଜଣଙ୍କ ଟ୍ବିଟ୍‌ କରିଛନ୍ତି, ‘ସୋନା ମ୍ୟାମ୍‌! କୌଣସି ମହିଳାଙ୍କୁ ଦାଉଦ୍‌ ଇବ୍ରାହିମ୍‌ ସହ ତୁଳନା କଲେ ଆପଣଙ୍କ ଅସୁବିଧା ହୁଏ। କିନ୍ତୁ ଜଣେ ମହିଳାଙ୍କୁ ହାରାମ୍‌ଖୋର୍‌ କହିଲେ ଆପଣଙ୍କ କିଛି ଅସୁବିଧା ନାହିଁ? ଆପଣ କଙ୍ଗନାଙ୍କ ସମର୍ଥନରେ କିଛି କହିଲେ ନାହିଁ। ଆପଣଙ୍କର ସାହସ ଅଛି କି ଏଭଳି ବ୍ୟବହାରର ଉତ୍ତର ଦେବାକୁ?’ ଏଭଳି ଟ୍ବିଟ୍‌ର ଉତ୍ତରରେ ସୋନା କହିଛନ୍ତି, ସେ ପୁରୁଷ ହେଉ ବା ମହିଳା; କାହାରି ପାଇଁ ଏଭଳି ଅପଶବ୍ଦ ବିଲ୍‌କୁଲ ଗ୍ରହଣୀୟ ନୁହେଁ। ତେବେ ଯେଉଁମହିଳାଙ୍କ ଉଦ୍ଦେଶ୍ୟ‌ରେ ଏହି ଅପଶବ୍ଦ ବ୍ୟବହାର କରାଯାଇଛି, ସେ ଖୁବ୍‌ ହୁସିଆର୍‌ ଓ ବେଶ୍‌ ସକ୍ଷମ। ତାଙ୍କୁ ମୋ ସମର୍ଥନର ଆବଶ୍ୟକତା ନାହିଁ। ସେ ନିଜ ପାଇଁ ନି‌ଜେ ଯଥେଷ୍ଟ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe