Bollywood Tadka
ନୂଆଦିଲ୍ଲୀ: ଦେଶରେ ସମୁଦାୟ କରୋନା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୫,୮୬,୭୮୨ରେ ପହଞ୍ଚିଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ଲାକଡାଉନ ଘୋଷଣା କରାଯାଇଛି। ଗତବର୍ଷ ମଧ୍ୟ ଏହି ମହାମାରୀ ପାଇଁ ଜାରି ହୋଇଥିବା ଲକଡାଉନ ହେତୁ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ସେଲିବ୍ରେଟମାନେ ଆର୍ଥିକ ସଙ୍କଟ ଦେଇ ଗତି କରିଥିବା ଖବର ଆସିଥିଲା। ଚଳିତ ବର୍ଷ ମଧ୍ୟ ସମାନ ପରିସ୍ଥିତି ଦେଖା ଦେଇଛି। ନିକଟରେ ବଲିଉଡ ଗାୟିକା ସୋନା ମହାପାତ୍ର ଆର୍ଥିକ ସମସ୍ୟା ଦେଇ ଗତି କରୁଥିବା ସୋସିଆଲ ମିଡିଆରେ ଜଣାଇଛନ୍ତି।
ସୋନା ମହାପାତ୍ର ଟ୍ୱିଟରରେ ହସୁଥିବା ଏକ ସେଲଫି ଫଟୋ ସେୟାର କରିଛନ୍ତି। ଏହା ସହ ସେ କ୍ୟାପସନରେ ଲେଖିଛନ୍ତି, ‘ଯନ୍ତ୍ରଣାରୁ ଦୂରେଇ ଯାଇ ପାରିବା ନାହିଁ, କିନ୍ତୁ ସେଥିପାଇଁ ଚିନ୍ତିତ ରହିବା ବି ଠିକ୍ ନୁହଁ। ମୋର ଫିଲ୍ମ #ShutUpSona ବର୍ତ୍ତମାନ ସୁଦ୍ଧା ସାରା ବିଶ୍ୱରେ ଘୁରି ବୁଲୁଛି ଏବଂ ଅନେକ ଉତ୍ସବରେ ଜିତୁଛି । ମୋର ସମସ୍ତ ସଞ୍ଚୟ ଏହି ଫିଲ୍ମରେ ସରିଯାଇଛି, ମହାମାରୀ ଠିକ୍ ପୂର୍ବରୁ ଆମକୁ ଏପରି ଏକ ଜାଗାରେ ଆଣି ଛିଡା କରିଦେଇଛି ଯେଉଁଠାରେ ରୋଜଗାରର କୌଣସି ମାଧ୍ୟମ ନାହିଁ। ’
ଏହି ଟୁଇଟ ପରେ ସୋନାଙ୍କ ପାଖକୁ ବିଭିନ୍ନ ମହଲରୁ ଅନେକ ପ୍ରତିକ୍ରିୟା ବି ଆସିବାରେ ଲାଗିଛି।
  
 Follow Us