ପୁଣି ସଲମାନଙ୍କୁ ଟାର୍ଗେଟ କଲେ ସୋନା, କାଗଜ ବାଘ କହି ସମ୍ବୋଧନ କଲେ

ପୁଣି ସଲମାନଙ୍କୁ ଟାର୍ଗେଟ କଲେ ସୋନା, କାଗଜ ବାଘ କହି ସମ୍ବୋଧନ କଲେ

(Photo Credits: Instagram)

ମୁମ୍ବାଇ: ପୁଣି ଦବଙ୍ଗ ବୟ ସଲମାନ ଖାନଙ୍କୁ ଟାର୍ଗେଟ କଲେ କଣ୍ଠଶିଳ୍ପୀ ସୋନା ମହାପାତ୍ର। ନିକଟ ଅତୀତରେ ସଲମାନ ଖାନଙ୍କୁ ସମାଲୋଚନା କରି ସଲମାନଙ୍କ ପ୍ରଶଂସକଙ୍କ ଦ୍ୱାରା ସମାଲୋଚିତ ହୋଇଥିବା ସୋନା ମୋହାପାତ୍ର ପୁଣି ଥରେ ଦବଙ୍ଗ ବୟଙ୍କୁ ଥଟା କରି ମାଇକ୍ରୋବ୍ଲଗିଂ ସାଇଟ୍‌ ଟ୍ଵିଟର୍‌ରେ ଏକ ପୋଷ୍ଟ୍‍ ଲେଖିଛନ୍ତି।

ନିକଟରେ ରିଲିଜ୍‌ ହୋଇଥିବା ସଲୁ ମିଆଁଙ୍କ ‘ଭାରତ’ ଚଳଚ୍ଚିତ୍ରକୁ ନେଇ ସୋନା ତାଙ୍କୁ ପରିହାସ କରି ଲେଖିଛନ୍ତି ଯେ ସଲମାନ ହେଉଛନ୍ତି କାଗଜ ବାଘ ‘ପେପର୍‌ ଟାଇଗର୍‌’।

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ସୋନା ଏଭଳି ଭାବେ ପ୍ରଥମ ଥର ପାଇଁ ସଲମାନଙ୍କୁ ସମାଲୋଚନା କରିନାହାନ୍ତି। ପୂର୍ବରୁ ମଧ୍ୟ ଅଭନେତ୍ରୀ ପ୍ରିୟଙ୍କା ଚୋପ୍ରା ‘ଭାରତ’ ଚଳଚ୍ଚିତ୍ର ଛାଡ଼ିବା ପରେ ସଲମାନ ତାଙ୍କ ପ୍ରତି ଦେଉଥିବା ମନ୍ତବ୍ୟକୁ ନିନ୍ଦା କରି ଟ୍ଵିଟ୍‌ କରିଥିଲେ ସୋନା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe