Indiatimes.com
ମୁମ୍ବାଇ: ସାହିଦ କପୁରଙ୍କ ଅଭିନୀତ ଚଳଚ୍ଚିତ୍ର ‘କବୀର ସିଂହ’ଙ୍କୁ ହୁଏତ ଦର୍ଶକ ବେଶ୍ ପସନ୍ଦ କରିଛନ୍ତି ମାତ୍ର ଏହାକୁ ନାପସନ୍ଦ କରି ଟ୍ଵିଟର୍ରେ ନିଜର ମତ ରଖିଛନ୍ତି କଣ୍ଠଶିଳ୍ପୀ ସୋନା ମୋହାପାତ୍ର। ଜଣେ ଅଭିନେତା ଭାବେ ସାହିଦର ଦାୟିତ୍ୱବୋଧତାକୁ ନେଇ ପ୍ରଶ୍ନ କରିଛନ୍ତି ସୋନା।
ସାହିଦ ଚଳଚ୍ଚିତ୍ରରେ ଜଣେ ଏପରି ପ୍ରେମିକର ଭୂମିକା ନିଭାଇଛନ୍ତି ଯିଏକ ନିଜ ପ୍ରେମିକାଙ୍କୁ ଅସରନ୍ତି ପ୍ରେମ କରନ୍ତି। ମାତ୍ର ସାହିଦଙ୍କର ଏହି ଅଧିକ ଭଲପାଇବା ପଣ ବୋଧେ ସୋନାଙ୍କୁ ପସନ୍ଦ ହେଲା ନାହିଁ। ଏହି ଚଳଚ୍ଚିତ୍ରକୁ ଆକ୍ଷେପ କରି ସେ ଏକାଥରରେ ଦୁଇଟି ଟ୍ଵିଟ୍ କରିଛନ୍ତି।
ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ବଲିଉଡ୍ ଅଭିନେତାଙ୍କୁ ଟାର୍ଗେଟ କରିବା ଅଭ୍ୟାସ ସୋନାଙ୍କର ପୁରୁଣା ଅଭ୍ୟାସ। ପୂର୍ବରୁ ସେ ଦବଙ୍ଗ ବୟ ସଲମାନଙ୍କୁ ଟାର୍ଗେଟ କରି ଚର୍ଚ୍ଚାରେ ରହିଥିଲେ।
Follow Us