photo-newstrackenglish
ମୁମ୍ବାଇ: ଦେଶର ତିନୋଟି ପ୍ରମୁଖ ଏଜେନ୍ସି ସୁଶାନ୍ତ ସିଂ ରାଜପୁତ ମାମଲାରେ ତଦନ୍ତ କରୁଛନ୍ତି। ସିବିଆଇ, ଏନସିବି ଏବଂ ଇଡି ଏହି ମାମଲାର ତଦନ୍ତ ଆରମ୍ଭ କରିଛନ୍ତି। ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ରିୟା ଚକ୍ରବର୍ତ୍ତୀଙ୍କୁ ଏଜେନ୍ସିମାନେ କ୍ରମାଗତ ଭାବରେ ପଚରାଉଚରା କରୁଛନ୍ତି। ତେବେ ଓଡ଼ିଆ ଝିଅ ତଥା ବଲିଉଡ ଗାୟିକା ସୋନା ମହାପାତ୍ର ଏବେ ରିୟାଙ୍କ ସମର୍ଥନରେ ବାହାରିଛନ୍ତି |
ରିୟାଙ୍କୁ ନେଇ କରାଯାଉଥିବା କଟାକ୍ଷକୁ ବାବଦରେ ସୋନା ପ୍ରଶ୍ନ କରିଛନ୍ତି | ବିଶେଷ କରି ସୋସିଆଲ ମିଡିଆରେ ରିୟାଙ୍କ ବିକିନି ପିନ୍ଧା ଫଟୋ ସହ ବିଷକନ୍ୟା ଭଳି ଶବ୍ଦ ବ୍ୟବହାରକୁ ନେଇ ସୋନା ଖପ୍ପା ହୋଇଛନ୍ତି |
ସୋନା ନିଜ ଟ୍ୱିଟରରେ ଲେଖିଛନ୍ତି ଯେ "ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ସେ ଚକିତ ଥିବାବେଳେ ଏବଂ ସୁଶାନ୍ତଙ୍କ ପରିବାର ନ୍ୟାୟ ପାଇବା ଆବଶ୍ୟକ। ଏହାକୁ କେହି ପ୍ରଶ୍ନ କରୁନାହାଁନ୍ତି। କିନ୍ତୁ ରିୟାଙ୍କର ବିକିନି ଫଟୋ ବ୍ୟବହାର କରିବା ଏବଂ ବିଷକନ୍ୟା କହିବା କେତେ ଦୂର ଠିକ ?''ତେବେ ସୋନାଙ୍କ ଏହି ଟ୍ୱିଟ ପରେ କିଛି ଏହାକୁ ପସନ୍ଦ କରିଥିବାବେଳେ ଅନେକ ନାପସନ୍ଦ କରିଛନ୍ତି |
Follow Us