ସଲମାନ୍‌ ଖାନ୍‌ଙ୍କ ସାଥ୍‌ ମିଳିବ ତ ଏହି ନାୟିକାଙ୍କୁ ?

Advertisment
ସଲମାନ୍‌ ଖାନ୍‌ଙ୍କ ସାଥ୍‌ ମିଳିବ ତ ଏହି ନାୟିକାଙ୍କୁ ?

photo-indiatoday

ବଲିଉଡ଼୍‍ର ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନା ଆଜିକାଲି ନିଜର ଲାଟେଷ୍ଟ୍‍ ସିନେମା ‘ଇତେଫାକ୍‌’ର ସଫଳତାକୁ ନେଇ ଖୁସି ମନାଉଛନ୍ତି।ଏଥିରେ ସେ ପ୍ରଥମ ଥର ପାଇଁ ସିଦ୍ଧାର୍ଥ ମାଲହୋତ୍ରାଙ୍କ ବିପକ୍ଷରେ ନଜର ଆସିଛନ୍ତି।
୨୦୧୦ରେ ମୁକ୍ତିପ୍ରାପ୍ତ ସୁପରହିଟ୍‌ ଫିଲ୍ମ ‘ଦବଙ୍ଗ’ରେ ସଲମାନ୍‌ ଖାନ୍‌ଙ୍କ ଅପୋଜିଟ୍‌ରେ ଫିମେଲ୍‌ ଲିଡ଼୍‍ରେ କାମ କରି ବଲିଉଡ଼୍‍ରେ ହିରୋଇନ୍‌ ଭାବେ କ୍ୟାରିଅର୍‌ ଆରମ୍ଭ କରିଥିଲେ। ଏହାପରେ ପୁଣିଥରେ ଏହି ସିନେମାର ସିକ୍ୱେଲ୍‌ ‘ଦବଙ୍ଗ-୨’ରେ ନଜର ଆସିଥିଲେ ସୋନାକ୍ଷୀ। ଆଉ ଏଥିରେ ବି ସଲମାନ୍‌-ସୋନାକ୍ଷୀ ଯୋଡ଼ି କମାଲ୍‌ ଦେଖାଇଥିଲେ।ଏବେ ‘ଦବଙ୍ଗ-୩’ନିର୍ମାଣ ହେବାକୁ ଯାଉଛି।

publive-image photo-the indian express

ଏ ସଂପର୍କରେ ନିକଟରେ ସୋନାକ୍ଷୀ ଏକ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ ‘ଦବଙ୍ଗ-୩’ରେ କାମ କରିବା ତାଙ୍କର ଇଛା।ଏଥିରେ ସଲମାନ୍‌ ଖାନ୍‌ ତାଙ୍କ ବିପକ୍ଷରେ ନାୟିକା ଭୂମିକାରେ ନ ନେଲେ ତାଙ୍କର ଦୁଃଖ ନାହିଁ,କିନ୍ତୁ ତାଙ୍କୁ ଦବଙ୍ଗରେ ସ୍ଥାନ ମିଳିବା ଦରକାର।ଏକ ଛୋଟିଆ ରୋଲ୍‌ ବା ଗେଷ୍ଟ୍‍ ରୋଲ୍‌ ମିଳିଲେ ବି ସେ କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି ସୋନାକ୍ଷୀ ସିହ୍ନା।
ସୋନାକ୍ଷୀଙ୍କ ଅନୁଯାୟୀ,ରଜ୍ଜୋ ସବୁବେଳେ ଦବଙ୍ଗର ଅଂଶ ହୋଇ ରହିବ।‘ଦବଙ୍ଗ-୩’ର ରଜ୍ଜୋର ଭୂମିକା ଛୋଟ ହୋଇପାରେ କି ବଡ଼ ରହିବ,ତାହା କେବଳ ସଲମାନ୍‌ ଖାନ୍‌ କିମ୍ବା ଅରବାଜ୍‌ ଖାନ୍‌ କହିପାରିବେ।
ସୋନାକ୍ଷୀ ସିହ୍ନା କହିଛନ୍ତି ଯେ,ସଲମାନ୍‌ ଖାନ୍‌ଙ୍କଠାରେ ଚିର କୃତଜ୍ଞ,କାରଣ ସେ ହିଁ ତାଙ୍କୁ ଏ ଲାଇନ୍‌କୁ ଆଣିଛନ୍ତି।ସଳମାନ୍‌ ଯେତେବେଳେ ତାଙ୍କୁ ମନେ ପକାଇବେ ସେ ନିଶ୍ଚିତ ଭାବେ ତାଙ୍କର ସାଥ୍‌ ଦେବେ ବୋଲି ବି କହିଛନ୍ତି ଦବଙ୍ଗ ଗାର୍ଲ ସୋନାକ୍ଷୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe