କ୍ୟାମେରା ମ୍ୟାନଙ୍କ କଥା ଶୁଣି ସୋନାକ୍ଷୀ ଦେଲେ ଏଭଳି ପ୍ରତିକ୍ରିୟା

Advertisment
କ୍ୟାମେରା ମ୍ୟାନଙ୍କ କଥା ଶୁଣି ସୋନାକ୍ଷୀ ଦେଲେ ଏଭଳି ପ୍ରତିକ୍ରିୟା

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଓ ତାଙ୍କ ପ୍ରେମିକ ଜହିର ଇକ୍‌ବାଲଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହୋଇ ସାରିଛନ୍ତି । ଏବେ ସେ ତାଙ୍କ ଜୀବନରେ ଏକ ନୂଆ ପଥରେ ବାଟ ଚାଲୁଛନ୍ତି। ବିବାହ ପରେ ସ୍ବାମୀ ଜହିରଙ୍କ ସହିତ ସେ ବେଶ ଖୁସି ଅଛନ୍ତି।

ବିବାହ ପ‌ରେ ସୋନାକ୍ଷୀ ନିଜର ବ୍ୟକ୍ତିଗତ ଓ ବୃତ୍ତିଗତ ଉଭୟ ଦିଗରେ ବେଶ ଧ୍ୟାନ ଦେଉଛନ୍ତି। ବିବାହର କିଛିଦିନ ପ‌ରେ ସୋନାକ୍ଷୀ ନିଜ କର୍ମ‌କ୍ଷେତ୍ରକୁ ଫେରି ଆସିଛନ୍ତି।

ଜୁଲାଇ ୧୦ ତାରିଖରେ ସୋନାକ୍ଷୀଙ୍କୁ ମୁମ୍ବାଇରେ ଦେଖିବାକୁ ମିଳିଥିଲା। ସେ ତାଙ୍କ ଅପକମିଂ ସିନେମା କାକୁଡ଼ା‌ର ପ୍ରମୋସନ ପାଇଁ ବାହାରିଛନ୍ତି। ଏହି ସମୟରେ ସୋନାକ୍ଷୀ ଗଣମାଧ୍ୟମଙ୍କ ସହିତ ଖୁବ ମଜାମସ୍ତି କରୁଥିବା ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳୁଛି।

ଅଭିନେତ୍ରୀ ସାମ୍ନାରେ ଥିବା ବେଳେ ଜଣେ କ୍ୟାମେରାମ୍ୟାନ ସଦସ୍ୟ ସାଥୀ ସଦସ୍ୟଙ୍କ ମଜାକ ଉଡ଼ାଇ ସୋନାକ୍ଷୀଙ୍କୁ କହିଥିଲେ, ମ୍ୟାଡମ ଇଏ ଆପଣଙ୍କ ସହିତ ଫଟୋ ଉଠାଇବାକୁ ଲାଜ କରୁଛି। ତାର ବିବାହ ହେଉ ନାହିଁ। ଆପଣଙ୍କ ସହିତ ଫଟୋ ଉଠାଇଲେ ତାର ବିବାହ ହୋଇଯିବ।’

ଏକଥା ଶୁଣି ସୋନାକ୍ଷୀ ପ୍ରତିକ୍ରିୟା ଦେଇ କହିଥିଲେ, ‘ମୋ ସହିତ ଫଟୋ ଉଠାଇଲେ ତାର ବିବାହ ହୋଇଯିବ। ଏହା କିଭଳି କଥା ହେଲା? ତୁମେ ବହୁତ ସମୟ ନଷ୍ଟ କରୁଛ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe