ସଲ୍‌ମାନ ଖାନ୍‌ଙ୍କ ଜରିଆରେ ପ୍ରଥମେ ନିଜର ଜୀବନସାଥୀଙ୍କୁ ଭେଟିଥିଲେ ସୋନାକ୍ଷୀ

Advertisment
ସଲ୍‌ମାନ ଖାନ୍‌ଙ୍କ ଜରିଆରେ ପ୍ରଥମେ ନିଜର ଜୀବନସାଥୀଙ୍କୁ ଭେଟିଥିଲେ ସୋନାକ୍ଷୀ

ମୁମ୍ବାଇ: ଚର୍ଚ୍ଚାରେ ବଲିଉଡ୍‌ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା। ସେ ତାଙ୍କ ହୀରା ମୁଦିର ଫଟୋ ସେୟାର କରି ପ୍ରଶଂସକଙ୍କୁ ନିର୍ବନ୍ଧ ହୋଇଥିବାର ସୂଚନା ଦେଇଥିଲେ। ଯଦିଓ ସେ ‌ସେଥିରେ କାହା ସହ ନିର୍ବନ୍ଧ ହୋଇଛି ଉଲ୍ଲେଖ କରିନାହାନ୍ତି, ମାତ୍ର ତାଙ୍କ ଜୀବନସାଥୀ କିଏ ଏହା ଜାଣିବା ଆଉ ବାକି ନାହିଁବ।

ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ସୋନାକ୍ଷୀ ଦୀର୍ଘ ଦିନ ଧରି ଡେଟ୍‌ କରୁଥିବା ତାଙ୍କ ପ୍ରେମିକ ଜହିର ଇକ୍‌ବାଲଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବେ। ଦୁହେଁ ଦୁହିଁଙ୍କୁ ଡେଟି କରୁଥିବା ଖବର ଖୁବ୍ ପୁରୁଣା। ଯଦିଓ ସେମାନେ ନିଜ ସଂପର୍କକୁ ନେଇ ଏଯାବତ୍‌ କୌଣସି ଆନୁଷ୍ଠାନିକ ଘୋଷଣା କରିନାହାନ୍ତି, ମାତ୍ର ସେ ଦୁହେଁ ଯେ ଖୁବ୍ ଶୀଘ୍ର ପତି-ପତ୍ନୀ ବନିବେ ଏଥିରେ ସନ୍ଦେହ ନାହିଁ।

publive-image aajtak.in

ଜହିର ୨୦୧୪ରେ ‘ଜୟ ହୋ’ ଚଳଚ୍ଚିତ୍ରରୁ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ। ଜହିର ଓ ସୋନାକ୍ଷୀଙ୍କୁ ପ୍ରଥମେ ସଲମାନ ହିଁ ପରିଚିତ କରାଇଥିଲେ। ଜହିର ହେଉଛନ୍ତି ସଲମାନଙ୍କ ବନ୍ଧୁଙ୍କ ପୁଅ।

ସୋନାକ୍ଷୀ ସୋସିଆଲ୍‌ ମିଡିଆରେ ୩ଟି ଫଟୋ ଦେଇ ଏକ ପୋଷ୍ଟ କରିଛନ୍ତି। ଫଟୋରେ ତାଙ୍କ ନିର୍ବନ୍ଧ ମୁଦି ସ୍ପଷ୍ଟ ଭାବେ ଦୃଶ୍ୟମାନ ହୋଇଛି। ଗୋଟାଏ ଫଟୋରେ ତାଙ୍କ ଫିଅନ୍ସି(ଭାବି ସ୍ବାମୀ) ତାଙ୍କ ହାତକୁ ଧରିଥିବା ନଜର ଆସିଛି। ଏହି ଫିଅନ୍ସି ଜଣକ ଜହିର ଇକ୍‌ବାଲ ବୋଲି ପ୍ରଶଂସକ ଧୀରେ ଧୀରେ ନିଶ୍ଚିତ ହୋଇ ସାରିଲେଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe