ଦର୍ଶକଙ୍କୁ ଚକିତ କରୁଛି ସୋନାକ୍ଷୀଙ୍କ ନୂଆ ଲୁକ୍‌, ସୋସିଆଲ୍‌ ମିଡିଆରେ ଚର୍ଚ୍ଚା ପାଲଟିଲା ଇନଷ୍ଟା ପୋଷ୍ଟ୍‌

Advertisment
ଦର୍ଶକଙ୍କୁ ଚକିତ କରୁଛି ସୋନାକ୍ଷୀଙ୍କ ନୂଆ ଲୁକ୍‌, ସୋସିଆଲ୍‌ ମିଡିଆରେ ଚର୍ଚ୍ଚା ପାଲଟିଲା ଇନଷ୍ଟା ପୋଷ୍ଟ୍‌

www.aajtak.in

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ସୋସିଆଲ୍‌ ମିଡିଆରେ ବେଶ୍‌ ସକ୍ରିୟ। ସୋସିଆଲ୍‌ ମିଡିଆରେ ତାଙ୍କର ଅନେକ ଫଲୋର୍ସ ମଧ୍ୟ ଅଛନ୍ତି। ସେ ମଧ୍ୟ ପ୍ରଶଂସକମାନଙ୍କୁ ଆଦୌ ନିରାଶ କରନ୍ତି ନାହିଁ। କିଛି ଦିନ ଅନ୍ତରରେ ସୋନାକ୍ଷୀ ‌ପ୍ରଶଂସକଙ୍କୁ ଖୁସି କରାଇବା ଭଳି କିଛି ନା କିଛି ସୋସିଆଲ୍‌ ମିଡିଆ ପୋଷ୍ଟ୍‌ କରିଥାନ୍ତି। ନିକଟରେ ସୋନାକ୍ଷୀ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ନିଜର ଏପରି ୨ଟି ଫଟୋ ସେୟାର କରିଛନ୍ତି ଯାହାକୁ ଦେଖିଲେ ପ୍ରଶଂସକ ଚକିତ ହୋଇ ଯାଉଛନ୍ତି।

ସୋନାକ୍ଷୀ ପୋଷ୍ଟ୍‌ କରିଥିବା ଫଟୋରେ ସେ ଏକଦମ ନିଆରା ଦିଶୁଛନ୍ତି। ତାଙ୍କ କେଶକୁ ସେ ବିଦେଶୀଙ୍କ କେଶ ପରି ରଂଗ କରି ଦେଇଥିବାରୁ ଆଦୌ ଚିହ୍ନି ହେଉନାହାନ୍ତି। ସୋନାକ୍ଷୀଙ୍କ ଏହି ନୂଆ ଲୁକ୍‌ର ଫଟୋ ସୋସିଅଆଲ୍‌ ମିଡିଆରେ ଖୁବ୍‌ ଜୋର୍‌ରେ ଭାଇରାଲ୍‌ ହୋଇଛି।

ସୋନାକ୍ଷୀ ତାଙ୍କ କେଶକୁ ମ୍ୟାଚ୍‌ କରିବା ପରି ପୋଷାକ ମଧ୍ୟ ପରିଧାନ କରିଛନ୍ତି। ଫଟୋରେ ସୋନାକ୍ଷୀଙ୍କ ପୋଷାକ ଓ କେଶ ବିଲ୍‌କୁଲ୍‌ ମ୍ୟାଚ୍‌ କରିଯାଉଛି। ସେ ତାଙ୍କର ଲୁକ୍‌କୁ ଆକର୍ଷଣୀୟ କରିବାକୁ ସ୍ମୋକି ଆଇ ମେକ୍‌ଅପ୍‌ ସହ ନିଉଡ୍‌ ଲିପ୍‌ଷ୍ଟିକ୍‌ ବ୍ୟବହାର କରିଛନ୍ତି।

ସୋନାକ୍ଷୀଙ୍କର ଏହି ଲୁକ୍‌କୁ ପ୍ରଶଂସକରୁ ନେଇ ସେଲିବ୍ରେଟି ପର୍ଯ୍ୟନ୍ତ ସମସ୍ତେ ପସନ୍ଦ କରୁଛନ୍ତି। ତେବେ ସୋନାକ୍ଷୀଙ୍କ ପୋଷ୍ଟ୍‌ରେ ହୁମା କୁରେସୀ ଦେଇଥିବା କମେଣ୍ଟ୍‌ ସବୁଠାରୁ ଅଧିକ ଚର୍ଚ୍ଚା ପାଲଟିଛି। ସେ ସୋନାକ୍ଷୀଙ୍କ ଫଟୋରେ ‘ଭୟଙ୍କର’ ବୋଲି ଲେଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe