ଟ୍ରକ୍‌ ଚଳାଇଲେ ସୋନାକ୍ଷୀ! ଜାଣନ୍ତୁ ଏହି ଘଟଣା ରିଲ୍‌ ପାଇଁ ନା ରିୟଲ୍‌ ?

ଟ୍ରକ୍‌ ଚଳାଇଲେ ସୋନାକ୍ଷୀ! ଜାଣନ୍ତୁ ଏହି ଘଟଣା ରିଲ୍‌ ପାଇଁ ନା ରିୟଲ୍‌ ?

hindustantimes

ବଲିଉଡ୍‍ର ଲୋକପ୍ରିୟ ନାୟିକାମାନଙ୍କ ମଧ୍ୟରୁ ଜଣେ ହେଲେ ସୋନାକ୍ଷୀ ସିହ୍ନା। ଆଗରୁ ନାୟିକାମାନଙ୍କୁ ଆପଣମାନେ ପରଦା ଉପରେ ସ୍କୁଟି ଚଳାଉଥିବାର ଦେଖିଛନ୍ତି ଓ କାର୍‌ ଚଳାଉଥିବାର ବି ଦେଖିଛନ୍ତି। ହେଲେ ଟ୍ରକ୍‌ ଚଳାଉଥିବାର କେବେ ଦେଖିଛନ୍ତି କି?

ହଁ, ଏବେ ପ୍ରଖ୍ୟାତ ଅଭିନେତା-ରାଜନେତା ଶତ୍ରୁଘ୍ନ ସିହ୍ନାଙ୍କ କନ୍ୟା ସୋନାକ୍ଷୀ ତାହା କରି ଦେଖାଇଛନ୍ତି। ସୋନାକ୍ଷୀ ଏକ ଫିଲ୍ମ ପାଇଁ ଟ୍ରକ୍‌ ଚଳାଇଛନ୍ତି। ତାଙ୍କର ସେହି ଫଟୋଟି ସୋସିଆଲ୍‌ ମିଡ଼ିଆରେ ଏବେ ଭାଇରାଲ୍‌ ହେବାରେ ଲାଗିଛି।

publive-image hindustantimes

ସୋନାକ୍ଷୀ ତାଙ୍କର ନୂଆ ସିନେମା ‘ହାପି ଫିର୍‌ ଭାଗ୍‌ ଜାୟେଗି’ରେ ଚରିତ୍ରର ଚାହିଦାକୁ ପରିପୂରଣ କରିବା ଲାଗି ମିନିଟ୍ରକ୍‌ ଚଳାଇଛନ୍ତି। ଏଥିପାଇଁ ସେ ପ୍ରଥମେ ପ୍ରଶିକ୍ଷଣ ନେଇଥିଲେ। ତା’ପରେ ସେ ଏକ ଗୁରୁତ୍ୱପୂର୍ଣ୍ଣ ଦୃଶ୍ୟ ପାଇଁ ମିନିଟ୍ରକ୍‌ ଚଳାଇଥିଲେ।

ଏହି ଦୃଶ୍ୟର ସୁଟିଂ କ୍ୱାଲାଲମପୁରଠାରେ କରାଯାଇଛି। ସୋନାକ୍ଷୀ ଏକ ପୁରୁଣା ମିନିଟ୍ରକ୍‌ ଚଳାଇଛନ୍ତି। ସୋନାକ୍ଷୀ କହିଛନ୍ତି ଯେ, ତାଙ୍କର ଆଗରୁ କାର୍‌ ଚଳାଇବାର ଅଭ୍ୟାସ ରହିଛି । କିନ୍ତୁ ଟ୍ରକ୍‌ ଚଳାଇବା କଥା ସେ କେବେ ବି ଭାବି ନ ଥିଲେ। ଏହାକୁ ଏକ ଆହ୍ଵାନ ଭାବେ ଗ୍ରହଣ କରି ସେ ଟ୍ରକ୍‌ ଚଳାଇବାରେ ସଫଳ ହୋଇଛନ୍ତି ବୋଲି ସୋନାକ୍ଷୀ କହିଛନ୍ତି। ଏହି ଦୃଶ୍ୟଟିର ଚିତ୍ରଗ୍ରହଣ କମ୍‌ ସମୟ ଭିତରେ ଶେଷ ହୋଇଛି ବୋଲି ବି କହିଛନ୍ତି ସୋନାକ୍ଷୀ ସିହ୍ନା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe