ସମୟ ଦିଅ ସବୁ କହିବି; ଭଉଣୀ ସୋନାକ୍ଷୀଙ୍କ ବିବାହକୁ ନଆସିବାକୁ ନେଇ ଏଭଳି କହିଲେ ଭାଇ

Advertisment
ସମୟ ଦିଅ ସବୁ କହିବି; ଭଉଣୀ ସୋନାକ୍ଷୀଙ୍କ ବିବାହକୁ ନଆସିବାକୁ ନେଇ ଏଭଳି କହିଲେ ଭାଇ

ମୁମ୍ବାଇ: ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ତାଙ୍କ ଜୀବନର ଏକ ନୂଆ ପର୍ଯ୍ୟାୟରେ ପାଦ ଦେଇସାରିଛନ୍ତି। ସେ ତାଙ୍କର ପ୍ରେମିକ ଜହିର ଇକବାଲଙ୍କୁ ଜୁନ୍ ୨୩ରେ ବିବାହ କରିଥିଲେ। ଦିନରେ ସୋନାକ୍ଷୀ କୋର୍ଟ ମ୍ୟାରେଜ୍ କରିଥିଲେ, ଯେଉଁଥିରେ କେବଳ ଘନିଷ୍ଠ ବନ୍ଧୁ ଏବଂ ପରିବାର ସଦସ୍ୟଙ୍କୁ ନିମନ୍ତ୍ରଣ କରାଯାଇଥିଲା। ଏହା ପରେ ରାତିରେ ନିଜର ବଲିଉଡ ସାଙ୍ଗମାନଙ୍କ ପାଇଁ ସେ ବଡ଼ ବିବାହ ଭୋଜିର ଆୟୋଜନ କରିଥିଲେ।

ବିବାହରେ ପରିବାର ଲୋକ ଖୁସି ନଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ବାପା ଶତ୍ରୁଘ୍ନ ସିହ୍ନା ଓ ମା’ ବିବାହରେ ଯୋଗ ଦେବାରୁ ଚର୍ଚ୍ଚା ଥମି ଥିଲା। ହେଲେ ୨ଭାଇ ବିବାହ ଓ ଭୋଜିକୁ ନଆସିବାରୁ ସେମାନଙ୍କ ଅନୁପସ୍ଥିତିର କାରଣ ଜାଣିବା ପାଇଁ ଏବେ ଲୋକଙ୍କ ଉତ୍ସାହ ବଢ଼ିଛି। ‌ଏମଧ୍ୟରେ ସୋନାକ୍ଷୀଙ୍କ ଭାଇ ଲବଙ୍କୁ ବିବାହକୁ ନଯିବାର କାରଣ ପଚରାଯିବାରୁ ସେ କାରଣ ଜଣାଇନାହାନ୍ତି। ସେ କେବଳ ଏତିକି କହିଛନ୍ତି ଯେ, “ଦୟାକରି ମୋତେ ଦିନେ କିମ୍ବା ଦୁଇ ଦିନ ସମୟ ଦିଅ। ଏହା ପରେ ମୋର ଇଚ୍ଛା ହେଲେ ମୁଁ ତୁମର ସବୁ ପ୍ରଶ୍ନର ଉତ୍ତର ଦେବି। ପଚାରିଥିବାରୁ ଧନ୍ୟବାଦ।” ତେବେ ଲବ ହେଉଥିବା ଚର୍ଚ୍ଚାକୁ ଅସ୍ବୀକାର କରିନଥିବାରୁ ବିବାହକୁ ନଆସିବାର କାରଣ କ’ଣ ଜାଣିବା ପାଇଁ ଏବେ ସୋସିଆଲ ମିଡିଆରେ ଆହୁରି ଅଧିକ ଚର୍ଚ୍ଚା ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe