ସୋସିଆଲ୍ ମିଡିଆରେ ସୋନାକ୍ଷୀଙ୍କୁ ନେଇ ଚର୍ଚ୍ଚା

Advertisment
ସୋସିଆଲ୍ ମିଡିଆରେ ସୋନାକ୍ଷୀଙ୍କୁ ନେଇ ଚର୍ଚ୍ଚା

Times of India

କିଛିଦିନ ତଳେ ସୋସିଆଲ୍ ମିଡିଆରେ ସୋନାକ୍ଷୀଙ୍କୁ ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା। ସେ କୁଆଡ଼େ ଦବଙ୍ଗ୍‌ବୟ ସଲ୍‌ମାନ୍‌ଙ୍କୁ ଜୀବନସାଥୀ କରିବେ ବୋଲି ଜିଦ୍ ଧରି ବସିଥିଲେ। ଏଥିରେ ସୋନାକ୍ଷୀଙ୍କ ବାପା ଶତ୍ରୁଘ୍ନ ସିହ୍ନା ଝିଅ ଉପରେ ବେଶ୍ କ୍ଷୁବ୍‌ଧ ହେଇଥିଲେ। ଅବଶ୍ୟ ଏଥିରେ କେତେ ସତ୍ୟତା ଅଛି ତାହା ସାଧାରଣ ଲୋକଙ୍କୁ ଜଣାନାହିଁ। ନିକଟରେ ସୋନାକ୍ଷୀ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ତାଙ୍କ ନାଁରେ ଜଣେ ବ୍ୟକ୍ତି ପୋଲିସ୍‌ ପାଖରେ ଦୁଇଟି ଅପରାଧିକ ମାମଲା ଦାୟର କରିଛନ୍ତି। ଶୁଣାଯାଉଥିଲା ଏହି ମାମଲାରେ ସୋନାକ୍ଷୀଙ୍କ ପାଖକୁ ଏକ ନନ୍‌ବେଲେବଲ୍ ୱାରେଣ୍ଟ୍‌ ଆସିଛି। ଏହାକୁ କିନ୍ତୁ ସୋନାକ୍ଷୀ ଖଣ୍ଡନ କରି କହିଛନ୍ତି- ଯେଉଁ ବ୍ୟକ୍ତି ତାଙ୍କ ନାଁରେ ଏଭଳି ଅଭିଯୋଗ କରିଛନ୍ତି ତାହା ଭିତ୍ତିହୀନ, ଏଭଳି ଅଭିଯୋଗ ସେ କେବଳ ନିଜର ପ୍ରଚାର ପ୍ରସାର ଏବଂ କିଛି ଟଙ୍କା ହାତେଇବା ଆଶାରେ କରିଛନ୍ତି। ତାଙ୍କ ନାମରେ ଏଭଳି ମାମଲା ୨୦୧୯ରେ ରୁଜୁ ହେଇଥିଲା। ସୋନାକ୍ଷୀ ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ତାରକା ଅତିଥି ଭାବେ ଯୋଗଦେବାର ଥିଲା।

publive-image

ଏଥିପାଇଁ ସେ ସହମତି ପ୍ରକାଶ କରିବା ସହ ପାଖାପାଖି ୩୭ ଲକ୍ଷ ଟଙ୍କା ମଧ୍ୟ ଅଗ୍ରୀମ ନେଇଥିଲେ। କାର୍ଯ୍ୟକ୍ରମର ଆୟୋଜକ ଏଭଳି ଅଭିଯୋଗ କରିଥିଲେ ମଧ୍ୟ ଏହାର ଜବାବରେ ସୋନାକ୍ଷୀ କହିଛନ୍ତି- ଉକ୍ତ ଆୟୋଜକ ମୋତେ ସେତିକି ପରିମାଣର ଟଙ୍କା ଦେଇଛନ୍ତି କି ନାହିଁ ଏହାର ଅନୁସନ୍ଧାନ ନ କରି ମୋ ସମ୍ପର୍କରେ ଗଣମାଧ୍ୟମ ଜରିଆରେ ଏଭଳି ଗୁଜବ ପ୍ରଚାର କରାଯାଉଛି। ମୁଁ ସମସ୍ତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଅନୁରୋଧ କରୁଛି ସେମାନେ ଏହାର ସତ୍ୟାସତ୍ୟ ତର୍ଜମା କରି ଏ ସମ୍ପର୍କିତ ଖବର ପ୍ରକାଶ କରନ୍ତୁ। ଦୟାକରି ମୋ ପ୍ରତି ଏଭଳି ଲଜ୍ଜାଜନକ ବିବରଣୀ ପ୍ରକାଶ କରନ୍ତୁନାହିଁ। ଏହି ଅଭିଯୋଗ ମୁରାଦାବାଦ କୋର୍ଟରେ ପହଞ୍ଚିବା ପରେ ଆଲାହାବାଦ ହାଇକୋର୍ଟ ଏହା ଉପରେ ରହିତାଦେଶ ଜାରିକରିଛନ୍ତି। ମୋର ଆଇନ ପରାମର୍ଶଦାତାମାନେ ଏ ବାବଦରେ ଖୁବ୍ ଶୀଘ୍ର ଆବଶ୍ୟକ ପଦକ୍ଷେପ ନେବେ। ମୁଁ ମୋ ଘରେ ମୁକ୍ତ ଭାବରେ ରହିଛି, ମୋ ପାଖକୁ ବିଚାରାଳୟରୁ କୌଣସି ୱାରେଣ୍ଟ୍‌ ଆସିନାହିଁ। ୨୦୧୯ରେ ମୁରାଦାବାଦ କୋର୍ଟରୁ ଡାକରା ଆସିବା ପରେ ସୋନାକ୍ଷୀ ହାଜର ହେଇଥିଲେ। ତାଙ୍କ ନାମରେ ଧାରା-୪୨୦ (ଠକେଇ) ଓ ଧାରା ୪୦୬ (ବିଶ୍ବାସ ଘାତକତା) ଦୁଇଟି ମାମଲା ରୁଜୁ ହେଇଥିଲା।

publive-image thequint.com

ସୋନାକ୍ଷୀ ବିଚାରାଳୟରେ ତାଙ୍କ ନାମରେ ମିଥ୍ୟା ଅଭିଯୋଗ କରାଯାଇଛି ବୋଲି ପାଲଟା ପିଟିସନ୍ ଦାଖଲ କରିଥିଲେ। ଏହି ମାମଲା ଏପର୍ଯ୍ୟନ୍ତ କୋର୍ଟରେ ବିଚାରାଧୀନ ଥିବାବେଳେ ଗଣମାଧ୍ୟମ ଏ ସମ୍ପର୍କରେ ବାରମ୍ବାର କପୋଳକଳ୍ପିତ ତଥ୍ୟ ପ୍ରକାଶ କରି ତାଙ୍କୁ ବଦନାମ କରୁଛି ବୋଲି ସୋନାକ୍ଷୀ ଟ୍ବିଟର୍ ଜରିଆରେ ଅଭିଯୋଗ କରିଛନ୍ତି। ଦବଙ୍ଗ୍‌, ରାଉଡି ରାଠୋର, ଜୋକର, ସନ୍ ଅଫ୍ ସର୍ଦ୍ଦାର, ଲୁଟେରା, ବୁଲେଟ୍ ରାଜା, ଆର. ରାଜକୁମାର, ତେଭାର, ଆକିରା, ଫୋର୍ସ-୨, ୱେଲ୍‌କମ୍‌ ଟୁ ନ୍ୟୁୟର୍କ, ହାପି ଫିର୍ ଭାଗ ଜାଏଗୀ, ମିସନ୍ ମଙ୍ଗଲ୍ ଆଦି ଚଳଚ୍ଚିତ୍ରରେ ନାୟିକା ସାଜି ଦର୍ଶକଙ୍କୁ ବିମୋହିତ କରିଥିବା ସୋନାକ୍ଷୀ ‘ଦବଙ୍ଗ-୩’ ଚଳଚ୍ଚିତ୍ରରେ ମଧ୍ୟ ଦେଖିବାକୁ ମିଳିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe