ଲକଡାଉନ୍‌ ଉଠିବା ପରେ ପ୍ରଥମେ ମୋ ମାତାପିତାଙ୍କୁ ଭେଟିବି: ସୋନାଲି ବେନ୍ଦ୍ରେ

ଲକଡାଉନ୍‌ ଉଠିବା ପରେ ପ୍ରଥମେ ମୋ ମାତାପିତାଙ୍କୁ ଭେଟିବି: ସୋନାଲି ବେନ୍ଦ୍ରେ

India Today

ଇଣ୍ଡିଆ ଟୁଡେଜ୍‌ ପକ୍ଷରୁ ଆୟୋଜିତ ଇ-କନ୍‌କ୍ଲେଭ କରୋନା ସିରିଜ୍‌ରେ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ନିଜର ଖରାପ ଦିନଗୁଡ଼ିକ ସଂପର୍କରେ କହିଛନ୍ତି। କ୍ୟାନସର୍‌ ସହ ଲଢ଼େଇ ବେଳେ ଆମେରିକାରେ ସେ କ୍ବାରାଣ୍ଟିନ୍‌ର ଅନୁଭୂତି ନେଇ ସାରିଛନ୍ତି। ୨୦୧୯ରେ ଭାରତକୁ ଫେରିବା ପରେ ବି କେମୋଥେରାପି ନେଉଥିବାରୁ ଇମ୍ୟୁନିଟି ପାଇଁ ତାଙ୍କୁ କ୍ବାରାଣ୍ଟିନ୍‌ରେ ରହିବାକୁ ପଡ଼ିଥିଲା। ତେବେ ପରିବାର ଓ ବନ୍ଧୁମାନେ ତାଙ୍କୁ ଦେଖା କରିବାକୁ ଆସୁଥିବାରୁ ତାହା ଟିକେ ଅଲଗା ପ୍ରକାର କ୍ବାରାଣ୍ଟିନ୍‌ ଥିଲା ବୋଲି ସେ କହିଛନ୍ତି। ବର୍ତ୍ତମାନ କରୋନା ଲକଡାଉନ୍‌ ପରିପ୍ରେକ୍ଷୀରେ ସେ କହିଛନ୍ତି ଯେ ପୂର୍ବରୁ କ୍ବାରାଣ୍ଟିନ୍‌ରେ ରହିଥିବାରୁ ଏବେ ତାଙ୍କୁ ଲକଡାଉନ୍‌ ଅବଧି ଆଉ ଟିକେ ବଢ଼ି ଯାଇଥିବା ଭଳି ଅନୁଭବ ହେଉଛି। ଏବେ ସୋନାଲି ନିଜ ପରିବାରଠାରୁ ଦୂରରେ ରହିଛନ୍ତି। ଯଦିଓ ସେ ବନ୍ଧୁ ଓ ଅନ୍ୟାନ୍ୟ ଆତ୍ମୀୟସ୍ବଜନଙ୍କ ସହ ଭିଡିଓ କଲ୍‌ରେ କଥା ହେଉଛନ୍ତି, କିନ୍ତୁ ବାପା ମା’ ଆଧୁନିକ ଜ୍ଞାନକୌଶଳ ସହ ପରିଚିତ ନଥିବାରୁ ତାହା କରିପାରୁନାହାନ୍ତି। ଦୀର୍ଘ ଦିନ ହେଲା ସେ ବାପା, ମା’ଙ୍କୁ ଦେଖି ନଥିବାରୁ ଲକ୍‌ଡାଉନ୍‌ ଉଠିବା ମାତ୍ରେ ସେ ପ୍ରଥମେ ତାଙ୍କୁ ଭେଟିବେ ବୋଲି ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe