ଭଙ୍ଗା ହାତ ସହିତ ବିମାନବନ୍ଦରରେ ନଜର ଆସିଲେ ସୋନାଲି

Advertisment

ମୁମ୍ବାଇ ବିମାନବନ୍ଦରରେ ଭଙ୍ଗା ହାତ ସହିତ ନଜର ଆସିଲେ ସୋନାଲି ବେନ୍ଦ୍ରେ। ହାତ ଭାଙ୍ଗିବାର କାରଣ ପଚାରିବାରୁ କହିଥିଲେ, ‘ଅସାବଧାନତା ହେତୁ ପଡ଼ିଗଲି ଆଜ୍ଞା। ତେଣୁ ହାତଟା ଭାଙ୍ଗିଗଲା।’

ମୁମ୍ବାଇ ବିମାନବନ୍ଦରରେ ଭଙ୍ଗା ହାତ ସହିତ ନଜର ଆସିଲେ ସୋନାଲି ବେନ୍ଦ୍ରେ। ହାତ ଭାଙ୍ଗିବାର କାରଣ ପଚାରିବାରୁ କହିଥିଲେ, ‘ଅସାବଧାନତା ହେତୁ ପଡ଼ିଗଲି ଆଜ୍ଞା। ତେଣୁ ହାତଟା ଭାଙ୍ଗିଗଲା।’

ତଦନପତଦପ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ସୋନାଲି ବେନ୍ଦ୍ରେଙ୍କୁ ନିକଟରେ ମୁମ୍ବାଇ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା। ଏହି ସମୟରେ ତାଙ୍କ ହାତ ଏକ ସ୍ଲିଙ୍ଗରେ ବନ୍ଧା ଥିବା ନଜର ଆସିଥିଲା।

ସୋନାଲିଙ୍କୁ ଏହାର କାରଣ ପଚାରିବାରୁ ସେ କହିଥିଲେ, ‘ ବ୍ୟସ୍ତ ହୁଅନ୍ତୁ ନାହିଁ ଆଜ୍ଞା। ପଡ଼ିଗଲି ତେଣୁ ହାତଟା ଭାଙ୍ଗିଗଲା ।’ ସୋନାଲିଙ୍କ ହାତ ଭାଙ୍ଗିବା ଖବର ପାଇବା ପରେ ପ୍ରଶଂସକମାନେ ବ୍ୟସ୍ତ ହୋଇପଡ଼ିଛନ୍ତି। ସୋନାଲିଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି। 

ସୋନାଲିଙ୍କ କାର୍ଯ୍ୟକ୍ଷେତ୍ର ବିଷୟରେ କହିବାକୁ ଗଲେ ସେ ଏବେ ନିଜର ପୋଡକାଷ୍ଟ ହୋଷ୍ଟ କରିବାକୁ ପ୍ରସ୍ତୁତ ହେଉଛନ୍ତି। ‘ଦ ହାପି ପୋଡକାଷ୍ଟ’ ନାମକ ଏହି ପଡକାଷ୍ଟରେ ପୋଷା ପ୍ରାଣୀ ପାଳନ ଏବଂ ପଶୁଙ୍କ ଯତ୍ନ ବିଷୟରେ ଆଲୋଚନା ହେବ। 

ଏହି ପୋଡକାଷ୍ଟ ୨୮ ମାର୍ଚ୍ଚରୁ ଆରମ୍ଭ ହେବ । ଦର୍ଶକ ଏହାକୁ ୟୁଟ୍ୟୁବ ମାଧ୍ୟମରେ ବି ଦେଖିପାରିବେ। ଏହା ବ୍ୟତୀତ ସୋନାଲିଙ୍କୁ "ଦ ବ୍ରୋକେନ୍ ନ୍ୟୁଜ୍ ୨"ରେ ମଧ୍ୟ ଦେଖିବାକୁ ମିଳିଥିଲା। ବଡ଼ ପରଦା ବିଷୟରେ କହିବାକୁ ଗଲେ, ତାଙ୍କୁ ସମ୍ପ୍ରତି "ବି ହାପି"ରେ ଦେଖିବାକୁ ମିଳିଥିଲା। ଏହି ଚଳଚ୍ଚିତ୍ରରେ ତାଙ୍କର ଏକ ଛୋଟ ଭୂମିକା ଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe