ସୋନାଲିକୁ ଭେଟି ନପାରିବାରୁ ଜୀବନ ହାରିଦେଲେ ପ୍ରଶଂସକ

ସୋନାଲିକୁ ଭେଟି ନପାରିବାରୁ ଜୀବନ ହାରିଦେଲେ ପ୍ରଶଂସକ

ମୁମ୍ବାଇ: ଅଭିନେତା ଓ ଅଭିନେତ୍ରୀମାନେ ପ୍ରଶଂସକମାନଙ୍କ ହୃଦୟରେ ଏତେ ଗଭୀର ସ୍ଥାନ ଗ୍ରହଣ କରନ୍ତି ଯେ କେତେକ ସମୟରେ ତାହା ଅତିରୁ ଇତି ପରିସ୍ଥିତି ସୃଷ୍ଟି କରିଥାଏ।

ନବେ ଦଶକର ଲୋକପ୍ରିୟ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ କାହାର ବା ପ୍ରିୟ ନୁହଁନ୍ତି! ତାଙ୍କର କୋଟି କୋଟି ପ୍ରଶଂସକ ତାଙ୍କ ଦିୱାନା। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ସେ ସମୟରେ ଜଣେ ପ୍ରଶଂସକ ସୋନାଲିଙ୍କ ପାଇଁ ନିଜ ଜୀବନ ଦେବାକୁ ବି ପଛାଇ ନଥିଲେ।

ଅଭିନେତ୍ରୀ ସେ ସମୟରେ ଭୋପାଳ ଯାଇଥାନ୍ତି। ସେଠାରେ ଥିବା ତାଙ୍କର ଜଣେ ଫ୍ୟାନ୍ ତାଙ୍କୁ ଭେଟିବାକୁ ଚାହିଁ ବିଫଳ ହେବାରୁ ନଦୀରେ ଡେଇଁ ନିଜ ଜୀବନ ଦେଇ ଦେଲେ।
ନିକଟରେ ଏକ ପୋଡକାଷ୍ଟରେ ଏ ସମ୍ପର୍କୀୟ ପ୍ରଶ୍ନ ପଚରାଯିବାରୁ ତାଜୁବ ହୋଇଗଲେ ଅଭିନେତ୍ରୀ।

ସେ ଆଚାର୍ଯ୍ୟ ହୋଇ ପଚାରିଲେ, "ବସ୍ତବରେ କଣ ଏହା ସତ୍ୟ? ମୁଁ ବଲିଉଡ୍ ଷ୍ଟାରଙ୍କ ପ୍ରତି ଲୋକଙ୍କ ଭଲପାଇବା ବୁଝିପାରେନି ଭଲଭାବେ। କିପରି ଜଣେ ଲୋକ ଅନ୍ୟ ଜଣେ ଲୋକକୁ ଏତେ ବଡ଼ ଆସନରେ ରଖିପାରେ!"

ମଡେଲିଂ ରୁ କ୍ୟାରିୟର ଆରମ୍ଭ କରିଥିବା ସୋନାଲି ବେନ୍ଦ୍ରେ ହିନ୍ଦୀ ବ୍ୟତୀତ ତେଲୁଗୁ ଶିଳ୍ପରେ ବି ବେଶ୍ ଲୋକପ୍ରିୟ। ଅତୀତରେ ସେ କର୍କଟରେ ପୀଡ଼ିତ ହୋଇ ଅଭିନୟରୁ ଦୂରେଇ ଯାଇଥିବା ବେଳେ ଏବେ ସୁସ୍ଥ ହୋଇ ସାରିଛନ୍ତି। କର୍କଟ ସହ ଲଢ଼ି ସେ ଏବେ ସଭିଙ୍କ ପାଇଁ ଉଦାହରଣ ସାଜିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe