ସୋନାଲିଙ୍କ ମୃତ୍ୟୁକୁ ନେଇ ରହସ୍ୟ ବଢ଼ୁଛି

Advertisment
ସୋନାଲିଙ୍କ ମୃତ୍ୟୁକୁ ନେଇ ରହସ୍ୟ ବଢ଼ୁଛି

DNA India

ବିଜେପି ନେତ୍ରୀ ଏବଂ ପୂର୍ବତନ ବିଗବସ୍‌ ଷ୍ଟାର ସୋନାଲି ଫୋଗତଙ୍କ ମୃତ୍ୟୁ ଘଟଣାରେ ତାଙ୍କ ପରିବାର ସଦସ୍ୟ ଏବଂ ଫ୍ୟାନ୍‌ମାନେ ସ୍ତବ୍ଧ ହୋଇଯାଇଛନ୍ତି। ସୋନାଲିଙ୍କର ହୃଦ୍‌ଘାତରେ ମୃତ୍ୟୁ ହୋଇନାହିଁ ଏବଂ ଏହା ପଛରେ ଅନ୍ୟ କିଛି ରହସ୍ୟ ଅଛି ବୋଲି ତାଙ୍କ ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି। ସୋାନାଲିଙ୍କ ଭାଇ ଆଜି ଏନେଇ ଗୋଆ ପୁଲିସରେ ଏକ ମାମଲା ରୁଜୁ କରିଛନ୍ତି। ସୋନାଲିଙ୍କ ଭାଇ ରିଙ୍କୁ ଢାକା କହିଛନ୍ତି, ତାଙ୍କ ଭଉଣୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି। ସୋନାଲିଙ୍କ ପିଏ ସୁଧୀର ସଙ୍ଗୱାନ ଏବଂ ତାଙ୍କର ଜଣେ ବନ୍ଧୁ ସୁଖୱିନ୍ଦର ସୋନାଲିଙ୍କୁ ଦୁଷ୍କର୍ମ ପରେ ହତ୍ୟା କରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ସୁଧୀର ଓ ତାଙ୍କ ବନ୍ଧୁ ସୋନାଲିଙ୍କ ଖାଦ୍ୟରେ ନିଶା ମିଶାଇ ତାଙ୍କୁ ଦୁଷ୍କର୍ମ କରିଥିଲେ ଏବଂ ଏହାର ଏକ ଭିଡିଓ ବନାଇଥିଲେ। ଏହି ଭିଡିଓକୁ ନେଇ ସେମାନେ ‌ସୋନାଲିଙ୍କୁ ବ୍ଲାକ୍‌ମେଲ କରିଥିବା ତାଙ୍କ ଭାଇ ଅଭିଯୋଗ କରିଛନ୍ତି। ସୋନାଲିଙ୍କ ହତ୍ୟା ପଛରେ ରାଜନୈତିକ ଷଡ଼ଯନ୍ତ୍ର ଅଛି ବୋଲି ତାଙ୍କ ଭାଇ ଅଭିଯୋଗ କରିଛନ୍ତି। ସୋନାଲି ରାଜନୀତିରେ ଯୋଗ ଦେବାପରେ ୨୦୧୯ରେ ପିଏ ସୁଧୀର ଏବଂ ସୁଖୱିନ୍ଦରଙ୍କୁ ଭେଟିଥିଲେ। ରିଙ୍କୁଙ୍କ ଅଭିଯୋଗ ଅନୁଯାୟୀ ୨୦୨୧ରେ ସୋନାଲିଙ୍କ ଘରୁ ଚୋରି ହୋଇଥିଲା ଏବଂ ଏହା ପଛରେ ସୁଧୀରଙ୍କ ହାତ ଥିଲା। ଇତି ମଧ୍ୟରେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଏହି ମାମଲାର ବିଧିବଦ୍ଧ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe