ସ୍ୱାମୀ ଆନନ୍ଦ ଆହୁଜାଙ୍କ ସହ ଏହି ଫଟୋକୁ ସେୟାର୍‌ କଲେ ସୋନମ , ଜାଣନ୍ତୁ ତାହା କାହିଁକି ଭାଇରାଲ ହେଉଛି ?

ସ୍ୱାମୀ ଆନନ୍ଦ ଆହୁଜାଙ୍କ ସହ ଏହି ଫଟୋକୁ ସେୟାର୍‌ କଲେ ସୋନମ , ଜାଣନ୍ତୁ ତାହା କାହିଁକି ଭାଇରାଲ ହେଉଛି ?

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସୋନମ କପୁରଙ୍କ ଅଭିନୀତ ଫିଲ୍ମ‘ବିରେ ଦୀ ଓ୍ଵଡିଙ୍ଗ୍‌’କୁ ଦର୍ଶକ ଖୁବ୍‌ ପସନ୍ଦ କରିଛନ୍ତି। ଏଥିପାଇଁ ଅଭିନେତ୍ରୀ ସୋନମ୍‌ କପୁର ବେଶ୍‌ ପ୍ରଶଂସା ମଧ୍ୟ ସାଉଁଟିଛନ୍ତି। ତେବେ ଏହି ଫିଲ୍ମ ବ୍ୟତୀତ ସୋନମ୍‌ ତାଙ୍କ ବିବାହକୁ ନେଇ ବି କିଛି ସମୟ ଧରି ଖୁବ୍‌ ଚର୍ଚ୍ଚାରେ ରହିଥିଲେ। ତେବେ ଅଭିନେତ୍ରୀ ସୋନମ୍‌ ତାଙ୍କର ତଥାକଥିତ ବୟଫ୍ରେଣ୍ଡ ଆନନ୍ଦ ଆହୁଜାଙ୍କ ସହିତ ଲମ୍ବା ସମୟର ଡେଟିଂ ପରେ ଏବର୍ଷ ମଧ୍ୟଭାଗରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ।ଏଥିସହିତ ଏହି ଯୋଡିଙ୍କ ବିବାହ ଏବର୍ଷର ସବୁଠୁଁ ବଡ଼ ବିବାହରେ ପରିଣତ ହୋଇଛି।

publive-image

ଏବେ ପର୍ଯ୍ୟନ୍ତ ବି ଏହି ଯୋଡିଙ୍କ ବିବାହ ସମୟର ଫଟୋ ସୋସିଆଲ୍‌ ସାଇଟ୍‌ରେ ଖୁବ୍‌ ଭାଇରାଲ୍‌ ହେଉଛି। ହେଲେ ଏବେ ବିବାହର କିଛି ସମୟର ବ୍ୟବଧାନ ପରେ ପୁଣିଥରେ ଅଭିନେତ୍ରୀ ସୋନମ୍‌ ତାଙ୍କର ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ଆଉ ଏକ ଫଟୋକୁ ସେଆର୍‌ କରିଅଛନ୍ତି। ଏଥିସହିତ ଅଭିନେତ୍ରୀ ସୋନମ୍‌ ‘କ୍ୟୁଟ୍‌ କପୁଲ୍‌!’ବୋଲି ପ୍ରେମଭରା କ୍ୟାପ୍‌ସନ୍‌ ଦେଇଛନ୍ତି। ଏହାକୁ ସୋନମ୍‌ଙ୍କ ପ୍ରଶଂସକମାନେ ପସନ୍ଦ କରିଛନ୍ତି। ତେବେ ଏହି ଫଟୋରେ ଅଭିନେତ୍ରୀ ସୋନମ୍‌ କପୁରଙ୍କୁ ତାଙ୍କର ବ୍ୟବସାୟୀ ସ୍ୱାମୀ ଆନନ୍ଦ ଆହୁଜାଙ୍କୁ କିସ୍‌ କରୁଥିବାର ଦେଖାଯାଇଛି।ଏହି ଫଟୋଟି ସେଆର୍‌ ହେବା ପରେ ସୋସିଆଲ୍‌ ମିଡ଼ିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe