The Week
କିଛିଦିନ ତଳେ ସୋନମ କପୁର ସ୍ବାମୀ ଆନନ୍ଦ ଆହୁଜାଙ୍କ ସହ ଲଣ୍ଡନ ଯାତ୍ରା କରିଛନ୍ତି। ସେଠାରେ ପହଞ୍ଚିବା ପରେ କିଛି ଉପଭୋଗ୍ୟ ଅବସରର ଫଟୋ ଓ ଭିଡିଓ ବି ସେୟାର କରିଛନ୍ତି। ତେବେ ସୋସିଆଲ ମିଡିଆରେ ଏହାକୁ ଛାଡ଼ିବା ପରେ ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ସୋନମ କ୍ବାରାଣ୍ଟିନ ନିୟମ ଭାଙ୍ଗିଥିବା କହିଛନ୍ତି। ସେ କହିଛନ୍ତି ଯେ ଲଣ୍ଡନରେ ସୋନମ ୧୪ ଦିନିଆ କ୍ବାରାଣ୍ଟିନ ନିୟମ ଭାଙ୍ଗିବା ସହ ଅନ୍ୟ ଲୋକଙ୍କ ଜୀବନକୁ ବିପଦକୁ ଟାଣିଛନ୍ତି। ପୁଣି ଏହାକୁ ସୋସିଆଲ ମିଡିଆରେ ଛାଡ଼ି ଖରାପ ଉଦାହରଣ ସୃଷ୍ଟି କରିଛନ୍ତି। ସୋନମ ଏହି ଟ୍ବିଟ୍ର ଉତ୍ତରରେ କହିଛନ୍ତି, ମୁଁ ସମସ୍ତ ନିୟମ ପାଳନ କରୁଛି ଏବଂ ମୋ ନିଜ ଘରେ ହିଁ ମୁଁ କ୍ବାରାଣ୍ଟିନରେ ରହିଛି। ମୋ ଘରକୁ ଲାଗି ରହିଥିବା ଏକ ଗାର୍ଡେନ୍ରେ ମୁଁ ଫଟୋ ଓ ଭିଡିଓ ପ୍ରସ୍ତୁତ କରିଛି।
Follow Us