ସୋନମ୍‌ଙ୍କ ‘ଗୋଦ୍‌ଭରାଇ’ ଉତ୍ସବରେ ନଜର ଆସିଥିବା ଏହି ଯୁବକ ଜଣକ କିଏ?

Advertisment
ସୋନମ୍‌ଙ୍କ ‘ଗୋଦ୍‌ଭରାଇ’ ଉତ୍ସବରେ ନଜର ଆସିଥିବା ଏହି ଯୁବକ ଜଣକ କିଏ?

JanBharat Times

ମୁମ୍ବାଇ: ଆଜି ସକାଳୁ ସକାଳୁ ସୋସିଆଲ୍‌ ମିଡିଆ‌ରେ ଅଭିନେତ୍ରୀ ସୋନମ କପୁରଙ୍କ ‘ଗୋଦଭରାଇ(ଶାଦ)’ ସମୟର ଫଟୋ ଭାଇରାଲ୍‌ ହେବାରେ ଲାଗିଛି। ଏହି ଫଟୋଗୁଡ଼ିକ ମଧ୍ୟରେ ସଭିଙ୍କ ନଜର ରହିଛି ଜଣେ ଯୁବକଙ୍କ ଉପରେ। ସମସ୍ତଙ୍କ ମନରେ ବାସ୍‌ ଗୋଟାଏ ପ୍ରଶ୍ନ, ସୋନମଙ୍କ ଗୋଦଭରାଇରେ ସାମିଲ୍‌ ହୋଇଥିବା ଏହି ଯୁବକ ଜଣକ କିଏ? ସେ ଦାଢ଼ୀ, ନିଶ ରଖି ଏପରି ମହିଳାଙ୍କ ପରି କାହିଁକି ସଜ ହୋଇଛନ୍ତି?

ଯଦି ଆପଣ ସୋନମଙ୍କ ଗୋଦଭରାଇ ଉତ୍ସବର ଭିଡିଓ ଦେଖିଥିବେ ତ ନିଶ୍ଚୟ ବୁଝି ସାରିବେଣି ଯେ ଏହି ଯୁବକ ଜଣକ ହେଉଛନ୍ତି ଜଣେ କଳାକାର। ସୋନମ ତାଙ୍କ ଗୋଦଭରାଇକୁ ସ୍ବତନ୍ତ୍ର ବନାଇବାକୁ ଲିଓ କଲ୍ୟାଣଙ୍କୁ ଡାକିଥିଲେ। ଆପଣଙ୍କ ମଧ୍ୟରୁ ଖୁବ୍ କମ୍‌ ଜଣ ପୂର୍ବରୁ ଏହି ନାମ ଶୁଣିଥିବେ।

publive-image www.aajtak.in

କଲ୍ୟାଣ ହେଉଛନ୍ତି ଜଣେ ବ୍ରିଟିଶ୍‌-ପାକିସ୍ତାନୀ କଣ୍ଠଶିଳ୍ପୀ, ଗୀତିକାର, ମଡେଲ୍‌ ଓ ସଂଗୀତ ନିର୍ଦ୍ଦେଶକ। ସେ ଜଣେ ‘ଗେ’(ସମଲୀଙ୍ଗୀ) କଳାକାର। ତାଙ୍କର ପିଲାଟି ଦିନରୁ ଗୀତ ପ୍ରତି ଦୁର୍ବଳତା ରହିଛି। ମାତ୍ର ତାଙ୍କ ପରିବାର ଲୋକ ତାଙ୍କୁ କେବେ ବି ସମର୍ଥନ ଦେଉନଥିଲେ। ସେହି କାରଣରୁ ସେ ଅନେକ ଥର ପରିବାରରୁ ଲୁଚିକି ବି କିଛି ଉତ୍ସବରେ ଗୀତ ଗାଇଛନ୍ତି।

ଜଣେ ଭଲ ଗାୟକ ସହ ସେ ନିଜକୁ ଖୁବ୍‌ ସାହସୀ ବୋଲି ମଧ୍ୟ ଦାବି କରନ୍ତି। ତାଙ୍କ କହିବା କଥା ହେଉଛି ଆଜି ପର୍ଯ୍ୟନ୍ତ କେହି ବି କଳାକ‌ାର ନିଜର ‘ସେକ୍ସୁଆଲିଟି’କୁ ନେଇ ଖୋଲା ଖୋଲି କହିନାହାନ୍ତି। ମାତ୍ର ନିଜକୁ ଜଣେ ‘ଗେ’ କହିବା ବ‌େଳେ ତାଙ୍କୁ ଟିକେ ବି ଅଜବ ଲାଗିନି ବୋଲି ସେ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe