ମା’ ହେବେ ବଲିଉଡ ଅଭିନେତ୍ରୀ ସୋନମ କପୁର, ସ୍ବାମୀଙ୍କ ସହ ସେୟାର କଲେ ଏଭଳି ଫଟୋ

Advertisment
ମା’ ହେବେ ବଲିଉଡ ଅଭିନେତ୍ରୀ ସୋନମ କପୁର, ସ୍ବାମୀଙ୍କ ସହ ସେୟାର କଲେ ଏଭଳି ଫଟୋ

indiatoday

ମୁମ୍ବାଇ: ମା’ ହେବେ ବଲିଉଡ ଅଭିନେତ୍ରୀ ସୋନମ କପୁର। ୨୦୧୮ରେ ଦିଲ୍ଲୀର ନାମୀଦାମୀ ବ୍ୟବସାୟୀ ଆନନ୍ଦ ଆହୁଜାଙ୍କୁ ବିବାହ କରିଥିବା ସୋନମ ଏବେ ମା’ ହେବାକୁ ଯାଉଛନ୍ତି। ଇନଷ୍ଟାଗ୍ରାମରେ ସେ  ସେୟାର କରିଥିବା ଫଟୋରୁ ଏହା ସ୍ପଷ୍ଟ ହୋଇଛି। ସୋନମ କପୁର ଇନଷ୍ଟାଗ୍ରାମକୁ ଯାଇ ନିଜ 'ବେବି ବମ୍ପ'ର ଫଟୋ ସେୟାର କରିଛନ୍ତି। ତାଙ୍କ ମାତୃତ୍ୱ ଫଟୋସୁଟରେ, ସେ ଆନନ୍ଦ ଅହୁଜାଙ୍କ ସହିତ ପୋଜ୍ ଦେଇଥିବା ଦେଖିବାକୁ ମିଳିଛି। ଫଟୋ ସେୟାର କରି ସେ, ତୁମକୁ ସ୍ବାଗତ କରିବା ପାଇଁ ଆମେ ଅପେକ୍ଷା କରି ରହିଛୁ ବୋଲି ଲେଖିଛନ୍ତି। ଏହା ଆନନ୍ଦ ଏବଂ ସୋନମଙ୍କ ପ୍ରଥମ ସନ୍ତାନ ହେବ।

publive-image

ଏହା ପୂର୍ବରୁ ମଧ୍ୟ ସୋନମ ଗର୍ଭବତୀ ଥିବା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ସେ ଏହାକୁ ଗୁଜବ ବୋଲି କହିଥିଲେ। ହେଲେ ଏବେ ସେ ନିଜେ ଗର୍ଭବତୀ ଥିବା ଖବର ଦେଇଛନ୍ତି। ସୋନମ୍‌ କପୁର ବଲିଉଡ୍‌ରେ ନିଜର ଅଭିନୟ ପାଇଁ ଜଣା ଯାଉଥିବା ବେଳେ ନିଜର ଫ୍ୟାସନ ସେନସକୁ ନେଇ ମଧ୍ୟ ଖୁବ୍‌ ପରିଚିତ । ଫ୍ୟାସନକୁ ନେଇ ସବୁ ବେଳେ ତତ୍ପର ରହୁଥିବା ସୋନମ ନିଜ ପୋଷାକକୁ ନିଜେ ହିଁ ଡିଜାଇନ୍‌ କରିଥାନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe