ମୁମ୍ବାଇ: ଇଣ୍ଟର୍ନେଟ୍ରେ ସେଲିବ୍ରିଟିମାନଙ୍କ ଭିଡିଓ ଭାଇରାଲ୍ ହେବା କିଛି ନୂଆ କଥା ନୁହେଁ। ପ୍ରତିଦିନ ବିଭିନ୍ନ ସେଲିବ୍ରିଟିଙ୍କର ଭିନ୍ନ ଭିନ୍ନ ଫଟୋ, ଭିଡିଓ ଦେଖିବାକୁ ମିଳିଥାଏ। ନିକଟରେ ବଲିଉଡ୍ ଅଭିନେତ୍ରୀ ସୋନମ କପୁରଙ୍କର ଏକ ଭିଡିଓ ସୋସିଆଲ୍ ମିଡିଆରେ ଘୂରି ବୁଲୁଛି। ସୋନମଙ୍କର ଏହି ଭିଡିଓଟିକୁ ଏବେ ଲୋକ ଟ୍ରୋଲ୍ କରିବା ଆରମ୍ଭ କରିଛନ୍ତି।
ଆଇଫା ଆୱାର୍ଡସରେ ସୋନମ ନାଚୁଥିବା ବେଳର ଭିଡିଓଟିକୁ ଦେଖି ଲୋକେ ‘ସ୍କୁଲ୍ ଉତ୍ସବରେ ଜଣେ ୫ ବର୍ଷର ଛାତ୍ରୀ ନାଚୁଛନ୍ତି’ ବୋଲି କହିବା ଆରମ୍ଭ କରିଛନ୍ତି। ଆପଣ ବି ଦେଖି ପାରୁଥିବେ ଯେ ସୋନମ ‘ଶଶୁରାଲ୍ ଗେନ୍ଦା...’ ଗୀତରେ ମଞ୍ଚ ଉପରେ ନୃତ୍ୟ ପ୍ରଦର୍ଶନ କରୁଛନ୍ତି। ତଳେ ବସିଛନ୍ତି ବାପା ଅନୀଲ କପୁର। ଝିଅର ନାଚକୁ ଦେଖି ଅନୀଲ ମୁରୁକା ହସ ମାରୁଥିବା ଆପଣ ଭିଡିଓରେ ଦେଖି ପାରୁଥିବେ। କେବଳ ଅନୀଲ ନୁହଁନ୍ତି, ମଞ୍ଚ ତଳେ ଅଭିନେତ୍ରୀ ବିପାଶା ବସୁଙ୍କୁ ମଧ୍ୟ ଭିଡିଓରେ ଦେଖିବାକୁ ମିଳିଛି।
ଭିଡିଓଟି ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ଏହାର ଭିୟୁ ୧ ଲକ୍ଷରୁ ଅଧିକ ହୋଇ ସାରିଲାଣି। ଟ୍ୱିଟର ବ୍ୟବହାରକାରୀମାନେ ସୋନମଙ୍କ ପ୍ରଦର୍ଶନକୁ ପସନ୍ଦ କରିନାହାନ୍ତି। ସୋନମଙ୍କୁ ଟ୍ରୋଲ୍ କରି ସୋସିଆଲ୍ ମିଡିଆ ବ୍ୟବହାରକାରୀମାନେ ବିଭିନ୍ନ ପ୍ରକାରର କମେଣ୍ଟ୍ ଲେଖିଛନ୍ତି।
ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ହଁ ଏହି ପ୍ରକାରର ପ୍ରଦର୍ଶନ କେବଳ ଆପଣଙ୍କ ବାପାମାଆ ପସନ୍ଦ କରିବେ ଓ ସହ୍ୟ କରିବେ ମଧ୍ୟ’। ସେହିପରି ଅନ୍ୟ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ଇଏ କାହା ସଂଗୀତ ଉତ୍ସବରେ ନାଚୁଛନ୍ତି କି?’
Follow Us