ଟୁଇଟର ଆକାଉଣ୍ଟରୁ କାହିଁକି ବିଦାୟ ନେବାକୁ ଯାଉଛନ୍ତି ସୋନମ୍‌ ଜାଣନ୍ତୁ

Advertisment
ଟୁଇଟର ଆକାଉଣ୍ଟରୁ କାହିଁକି ବିଦାୟ ନେବାକୁ ଯାଉଛନ୍ତି ସୋନମ୍‌ ଜାଣନ୍ତୁ

ନୂଆଦିଲ୍ଲୀ: ବଲିଉଡର ଅଭିନେତ୍ରୀ ସୋନମ କପୁର ସୋସିଆଲ ମିଡିଆରେ ବହୁତ ସକ୍ରିୟ ଥାଆନ୍ତି । ସୋନମ କେବଳ ସେ ଟ୍ଵିଟର ଓ ଇନଷ୍ଟାଗ୍ରାମ ଭଳି ପ୍ଲାଟଫର୍ମରେ ସକ୍ରିୟ ରୁହନ୍ତି ତାହ ନୁହେଁ, ପ୍ରାୟତଃ ସେ ସାମାଜିକ ପ୍ରସଙ୍ଗରେ ବି ନିଜ ମତ ଦେଇ ଥାଆନ୍ତି। ଶନିବାର ମାଇକ୍ରୋ ବ୍ଲଗିଂ ସାଇଟ ଟ୍ଵିଟରରୁ ବିଦାୟ ନେବାକୁ ଯାଉଛନ୍ତି ବୋଲି ସୋନମ ଘୋଷଣା କରିଛନ୍ତି।

ସୋନମ ଏକ ପୋଷ୍ଟ କରି କହିଛନ୍ତି କି ସେ କିଛି ଦିନ ପାଇଁ ନିଜର ଟ୍ଵିଟର ଆକାଉଣ୍ଟରୁ ବିଦାୟ ନେବାକୁୁ ଯାଉଛନ୍ତି। ତେବେ ସେ କାହିଁକି ଏଥିରୁ ବିଦାୟ ନେବାକୁ ଯାଉଛନ୍ତି ତାହାର କୌଣସି କାରଣ ଦର୍ଶାଇ ନାହାନ୍ତି। କିନ୍ତୁ ପ୍ଲାଟଫର୍ମର ନକାରାତ୍ମକ ବାତାବରଣ ପାଇଁ ଏପରି କରୁଥିବା ସେ କହିଛନ୍ତି।

publive-image

ପ୍ରକାଶିତ ରିପୋର୍ଟ ଅନୁସାରେ, ନିକଟରେ ସୋନମ ଏକ ପୋଷ୍ଟ ଜରିଆରେ ମୁମ୍ବାଇରେ ବୃଦ୍ଧି ପାଉଥିବା ପ୍ରଦୂଷଣର ଅଭିଯୋଗ କରିଥିଲେ । ଏହାପରେ ତାଙ୍କୁ ଟ୍ରୋଲ କରାଯାଇଥିଲା । ଜଣେ ୟୁଜର ଲେଖିଥିଲେ କି ତାଙ୍କୁ ପବ୍ଲିକ ଟ୍ରାନ୍‌ସପୋର୍ଟରେ ଥରେ ଯାତ୍ରା କରିବା ଦରକାର । ଅନ୍ୟପକ୍ଷରେ ଶୁଣିବାକୁ ମିଳୁଛି କି ୟୁଟୁବରେ କମେଡିଆନ ଉତ୍ସବ ଚକ୍ରବର୍ତ୍ତୀଙ୍କ ସପକ୍ଷରେ ନଜର ଆସିଥିଲେ । ଉତ୍ସବଙ୍କ ଉପରେ ଅନେକ ମହିଳା ଯୌନ ଶୋଷଣରେ ଅଭିଯୋଗ ଲଗାଇଛନ୍ତି । ଏହାପାଇଁ ମଧ୍ୟ ତାଙ୍କୁ ଟ୍ରୋଲ ବି କରାଯାଇଥିଲା । ବାରମ୍ବାର ଟ୍ରୋଲ ହୋଇ ସେ ଏପରି ନିଷ୍ପତ୍ତି  ନେଲେ କି?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe