କ୍ୟାବ୍‌ ଚାଳକଙ୍କ ବ୍ୟବହାରରେ ସୋନାମ୍‌ ଭୟଭୀତ, ଯାତ୍ରା ସମୟରେ ଘଟିଥିବା ଅସ୍ବାଭାବିକ ଘଟଣାକୁ ଟୁଇଟରେ ବଖାଣିଲେ

Advertisment
କ୍ୟାବ୍‌ ଚାଳକଙ୍କ ବ୍ୟବହାରରେ ସୋନାମ୍‌ ଭୟଭୀତ, ଯାତ୍ରା ସମୟରେ ଘଟିଥିବା ଅସ୍ବାଭାବିକ ଘଟଣାକୁ ଟୁଇଟରେ ବଖାଣିଲେ

The Quint

ମୁମ୍ବାଇ: ଅଭିନେତ୍ରୀ ସୋନମ୍‌ କପୁରଙ୍କୁ ଶନିଦଶା ଘାରିଲା ଭଳି ପରିସ୍ଥିତି ଉପୁଜିଛି। ସୋନମ୍‌ ଏହି କିଛି ଦିନ ହେବ ଯାତ୍ରା କରୁଥିବା ସମୟରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାପଡ଼ିଛି। କିଛିଦିନ ପୂର୍ବରୁ ସୋନମ୍‌ଙ୍କ ଜିନିଷପତ୍ର ଯାତ୍ରା କରୁଥିବା ସମୟରେ ହଜି ଯାଇଥିବା ଖବର ଆସିଥିଲା। ସମ୍ପ୍ରତି ତାଙ୍କ ସହିତ ଯାତ୍ରା କରୁଥିବା ସମୟରେ ଏମିତି କିଛି ଘଟଣା ଘଟିଛି ଯାହାକୁ ନେଇ ସେ ଭୟଭୀତ ହୋଇଯାଇଥିବା କହିଛନ୍ତି।

Image result for sonam-kapoor-scariest-uber-london-experience-warns-people-tweet YouTube

ସୋନମ୍‌ ଟୁଇଟ କରି ଲଣ୍ଡନରେ କ୍ୟାବ୍‌ ସେବା ଦେଉଥିବା ଉବେର ଚାଳକଙ୍କ ସହିତ ତାଙ୍କର ଭୟର ଅନୁଭବ କିପରି ଥିଲା ତାହା ବଖାଣିଛନ୍ତି। ସେ ଲେଖିଛନ୍ତି, ‘ମୁଁ ଲଣ୍ଡନରେ ଯାତ୍ରା କରୁଥିବା ସମୟରେ ଉବେର ଚାଳକ ମୋ ସହିତ ବିନା କାରଣରେ ଉଚ୍ଚସ୍ୱରରେ କଥା ହୋଇଥିଲେ। ଯାହା ଫଳରେ ମୁଁ ପୂରାପୂରି ଭୟଭୀତ ହୋଇଯାଇଥିଲି। ଯାତ୍ରା ସମୟରେ ଏସବୁ ଦିଗପ୍ରତି ଆପଣମାନେ ଧ୍ୟାନ ରଖିବେ। ସବୁଠାରୁ ଠିକ୍‌ ହେବ ଆପଣ କ୍ୟାବ୍‌ ଓ ସର୍ବସାଧାରଣଙ୍କ ଯାତ୍ରା ନିମନ୍ତେ ଉଦ୍ଦିଷ୍ଟ ଗାଡ଼ି ବ୍ୟବହାର କରନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ। ଏହି ଘଟଣା ପରେ ମନରେ ମୋର ଭୟ ଖେଳି ଯାଇଛି।’

Image result for sonam-kapoor-scariest-uber-london-experience-warns-people-tweet The Live Mirror

ସୋନମ୍‌ଙ୍କ ଏହି ଟୁଇଟ ପରେ ଜଣେ ବ୍ୟବହାରକାରୀ କ’ଣ ହୋଇଛି ବୋଲି ପ୍ରଶ୍ନ କରିଥିଲେ? ଏହାର ଉତ୍ତରରେ ସୋନାମ୍‌ କହିଥିଲେ, ‘ମୁଁ ଯେଉଁ କ୍ୟାବ୍‌ରେ ଯାତ୍ରା କରୁଥିଲି, ସେହି କ୍ୟାବ୍‌ ଚାଳକ ବୋଧହୁଏ ମାନସିକ ଚିନ୍ତାରେ ଥିଲେ। ତାଙ୍କୁ ଗୋଟିଏ କଥା ପଚାରିବାରୁ ସେ ରାଗି ଯାଇ ହଠାତ ଉଚ୍ଚସ୍ୱରରେ ମୋ ସହିତ କଥା ହେବାକୁ ଲାଗିଥିଲେ। ବିରକ୍ତ ହେବା ଭଳି ମୁଁ କିନ୍ତୁ କୌଣସି କଥା ତାଙ୍କୁ ପଚାରି ନ ଥିଲି। ଏହା ସତ୍ତ୍ୱେ ବି ସେ କାହିଁକି ଏଭଳି ସ୍ୱଭାବ ଦେଖାଇ ଥିଲେ ମୁଁ କିଛି ବୁଝି ପାରି ନ ଥିଲି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe