ମୁମ୍ବାଇ: ବିବାହ ପରେ ବଲିଉଡ ଅଭିନେତ୍ରୀ ସୋନମ କପୁର ଲଣ୍ଡନରେ ରହୁଛନ୍ତି। ଏବେ ତାଙ୍କ ଶଶୁର ତାଙ୍କ ପାଇଁ ଓ ପୁଅ ଆନନ୍ଦଙ୍କ ପାଇଁ ୨୩୧କୋଟିର ୮ମହଲା ବିଲ୍ଡିଂ କିଣିଥିବା ଜଣାଯାଇଛି। ଅଭିନେତ୍ରୀ ସୋନମ କପୁର ଲଣ୍ଡନରେ ଏକ ବିଳାସପୂର୍ଣ୍ଣ ଘରେ ସ୍ୱାମୀ ତଥା ଧନୀ ବ୍ୟବସାୟୀ ଆନନ୍ଦ ଅହୁଜାଙ୍କ ସହ ରୁହନ୍ତି। ତେବେ ସୋନମ ଏବଂ ଆନନ୍ଦ ଖୁବ୍ ଶୀଘ୍ର ଏକ ନୂତନ ବିଳାସପୂର୍ଣ୍ଣ ପ୍ରାସାଦକୁ ଯିବେ ବୋଲି ଜଣାଯାଇଛି।
କୁହାଯାଉଛି ଯେ, ସୋନମଙ୍କ ଶଶୁର ତଥା ଆନନ୍ଦଙ୍କ ପିତା ହରିଶ ଆହୁଜା ଲଣ୍ଡନରେ କୋଟି କୋଟି ମୂଲ୍ୟର ଏକ ୮ମହଲା ବିଲ୍ଡିଂ କିଣିଛନ୍ତି। ଚଳିତ ବର୍ଷ ଜୁଲାଇରେ ହରିଶ ଆହୁଜା ଏହି ସମ୍ପତ୍ତି କିଣିଥିବା ବେଳେ ସୋନମ ଏବଂ ଆନନ୍ଦ ଘରର ମରାମତି କାମ ସରିବା ପରେ ସେଠାକୁ ରହିବାକୁ ଯିବେ ବୋଲି ଜଣାଯାଇଛି। ୮ମହଲା ଭିତରୁ ଗୋଟେ ମହଲାରେ ଦୁହେଁ ରହିବା ସହ ବାକି ମହଲାକୁ ଫ୍ଲାଟ କରାଯିବ । ଘରଟି ନଟିଙ୍ଗ ହିଲରେ ଥିବା ବେଳେ ଶାହରୁଖଙ୍କ ଘରଠାରୁ ସୋନମ ରହିବାକୁ ଯାଉଥିବା ଘର ଅଧିକ ଦାମୀ ବୋଲି ସାମ୍ନାକୁ ଆସିଛି। ଶାହରୁଖ ରହୁଥିବା ମନ୍ନତ ୨୦୦କୋଟିରେ ନିର୍ମାଣ ହୋଇଥିବା ବେଳେ ସୋନମ ରହିବାକୁ ଯାଉଥିବା ଘରର ମୂଲ୍ୟ ୨୩୧କୋଟି।
ଉଲ୍ଲେଖଯୋଗ୍ୟ, ୨୦୧୮ରେ ସୋନମ ଓ ଆନନ୍ଦ ଆହୁଜା ବିବାହ କରିଥିଲେ। ବିବାହ ପରେ ୨୦୨୨ରେ ଦୁହେଁ ଏକ ପୁତ୍ର ସନ୍ତାନର ମାତାପିତା ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/sBrKXYPttkAfrQxtZf9B.jpg)