ଏହି ବର୍ଷ ଅନୀଲ ତନୟା ସୋନମଙ୍କ ବାହାଘର

Advertisment
ଏହି ବର୍ଷ ଅନୀଲ ତନୟା ସୋନମଙ୍କ ବାହାଘର

ଅଭିନେତା ଅନୀଲ୍‌ କପୁର୍‌ଙ୍କ ଝିଅ ତଥା ଅଭିନେତ୍ରୀ ସୋନମ୍‌ କପୁର୍‌ଙ୍କର ବାହାଘର ଖୁବ୍‌ ଶୀଘ୍ର ହେବାକୁ ଯାଉଛି। ପ୍ରଥମେ ଶୁଣା ଯାଉଥିଲା ଯେ ବାହାଘର ଏଇ ଏପ୍ରିଲ୍‌ ମାସର ଶେଷ ସପ୍ତାହରେ ହେବ। କିନ୍ତୁ ଏବେ ଖବର ମିଳିଛି ଯେ ବାହାଘର ହେବ ମେ’ ୭ରୁ ୧୧ ତାରିଖ ଭିତରେ କୌଣସି ଦିନରେ। ଆଉ ଗୋଟିଏ କଥା, ପୂର୍ବେ ଚର୍ଚ୍ଚା ହେଉଥିଲା ଯେ ସୁଜର୍‌ଲ୍ୟାଣ୍ଡ୍‌ରେ ବାହାଘର ହେବ; କିନ୍ତୁ ଏବେ ଶୁଣା ଯାଉଛି, ବାହାଘର ମୁମ୍ବାଇରେ ହିଁ ହେବ। ଉଭୟ କନ୍ୟା ଓ ବରପକ୍ଷର ବୃହତ୍ତର ପରିବାରର ସଦସ୍ୟଙ୍କ ସଂଖ୍ୟା ୧୫୦ରୁ ଅଧିକ। ପୁଣି ଉଭୟଙ୍କର ବନ୍ଧୁମାନେ ବି ଅଛନ୍ତି। ଏତେ ଲୋକଙ୍କୁ ଦୂର ସ୍ଥାନକୁ ନିମନ୍ତ୍ରଣ କରିବା ଏବଂ ସେଠାରେ ଉପଯୁକ୍ତ ଚର୍ଚ୍ଚା କରିବା କଷ୍ଟକର କାମ। ପୁଣି ଉଭୟଙ୍କ ପରିବାରର ବୟସ୍କ ଲୋକଙ୍କ ପକ୍ଷେ ଏତେ ଦୂର ଯାଇ ବାହାଘର ଉତ୍ସବରେ ସାମିଲ୍‌ ହେବା ସହଜ ନୁହେଁ। ତେଣୁ କପୁର୍‌ ପରିବାର ମୁମ୍ବାଇରେ ବାହାଘର କରିବାଲାଗି ନିଷ୍ପତ୍ତି ନେଇଛନ୍ତି।

publive-image

ଉଲ୍ଲେଖନୀୟ ଯେ ସୋନମ୍‌ ଯାହାଙ୍କୁ ବାହାହେବେ, ତାଙ୍କ ନାଁ ହେଉଛି ଆନନ୍ଦ ଆହୁଜା। ଦିଲ୍ଲୀରେ ତାଙ୍କର ବଡ଼ ବ୍ୟବସାୟ ଅଛି। ଅନେକ ଦିନରୁ ସୋନମ୍‌ ଓ ତାଙ୍କ ଭିତରେ ପ୍ରେମ ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe