ଝୁରୁଛି ଓଡ଼ିଶା: ଓଡ଼ିଆ ଗୀତ ସହ ଲତାଙ୍କର ଥିଲା ଏପରି ସଂପର୍କ

Advertisment
ଝୁରୁଛି ଓଡ଼ିଶା: ଓଡ଼ିଆ ଗୀତ ସହ ଲତାଙ୍କର ଥିଲା ଏପରି ସଂପର୍କ

ଭୁବନେଶ୍ବର: ଭାରତରତ୍ନ ଲତା ମଙ୍ଗେସକରଙ୍କୁ ଝୁରୁଛି ଓଡ଼ିଶା। ଲତାଙ୍କ ବିୟୋଗରେ ଓଡ଼ିଶାର ସଂଗୀତପ୍ରେମୀ ତାଙ୍କୁ ଓଡ଼ିଆ ସିନେ-ଗୀତକୁ ଅବଦାନ ଲାଗି ମନେପକାଇଛନ୍ତି। ସ୍ବର ସମ୍ରାଜ୍ଞୀ ଲତା ମଙ୍ଗେସକର ମାତ୍ର ୨ଟି ଓଡ଼ିଆ ସିନେମାରେ କଣ୍ଠଦାନ କରିଥିଲେ। ଏହି ୨ଟି ଗୀତ ହେଲା ଚଳଚ୍ଚିତ୍ର ‘ସୂର୍ଯ୍ୟମୁଖୀ’(୧୯୬୩)ର ‘ସେଇ ଚୁନାଚୁନା ତାରା ଫୁଲ ଆଜି...’ ଓ ‘ଅରୁନ୍ଧତୀ’(୧୯୬୮)ର  ‘ଆଜି ମୁଁ ଶ୍ରାବଣୀ...’ । ଉଭୟ ଗୀତର ସଙ୍ଗୀତକାର ଥିଲେ ଶାନ୍ତନୁ ମହାପାତ୍ର। ଏହି ଦୁଇଟି ଗୀତ ଲାଗି ଓଡ଼ିଆ ସଂଗୀତ ଜଗତ ଓ ଚଳଚ୍ଚିତ୍ର ଜଗତ ମହାନ ଗାୟିକା ଲତାଙ୍କ ସହ ଯୋଡ଼ି ହୋଇ ରହିଛି।

publive-image newindianexpress.com

ସଂଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ର ଉପରୋକ୍ତ ଗୀତର ସ୍ବର ସଂଯୋଜନା କରିବା ବେଳେ ହିଁ ସ୍ଥିର କରିଥିଲେ ଯେ, ଏଥିରେ ଲତାଜୀଙ୍କୁ ପ୍ରଚ୍ଛଦପଟ୍ଟ କଣ୍ଠଶିଳ୍ପୀ ଭାବେ ଗାୟନ କରାଇବେ । ଏଥି ପାଇଁ ସେ ପ୍ରଥମେ ପ୍ରଯୋଜକଙ୍କୁ କହିଥିଲେ। ପ୍ରଯୋଜକ ମଧ୍ୟ ରାଜି ହୋଇଯାଇଥିଲେ। ତା’ ପରେ ବମ୍ବେରେ ସଙ୍ଗୀତକାର ଶାନ୍ତନୁ ମହାପାତ୍ର ଲତାଜୀଙ୍କ ପାଖକୁ ଯାଇ ଗୀତର ସ୍ବର ଶୁଣାଇଥିଲେ। ଗୀତର ସ୍ବର ଶୁଣିଲା ପରେ ଲତାଜୀ ଉତ୍ସାହିତ ହୋଇଥିଲେ ଏବଂ ସେଥିରେ କଣ୍ଠଦାନ କରିବାକୁ ମଧ୍ୟ ରାଜି ହୋଇଥିଲେ। ଉପରୋକ୍ତ ଗୀତର ରେକର୍ଡିଂ ଅବସରରେ ପ୍ରଖ୍ୟାତ ଗୀତିକାର ଗୁରୁକୃଷ୍ଣ ଗୋସ୍ବାମୀ ମଧ୍ୟ ଉପସ୍ଥିତ ଥିଲେ। ସେ ଗୀତର ଶୁଦ୍ଧ ଓଡ଼ିଆ ଉଚ୍ଚାରଣର ଶିକ୍ଷା ମଧ୍ୟ ଲତାଙ୍କୁ ଦେଇଥିଲେ।

ତା’ପରେ ପ୍ରଖ୍ୟାତ ସଂଗୀତକାର ଯୋଡ଼ି ଭୁବନ-ହରି ‘ଗପ ହେଲେ ବି ସତ’ର କାଳଜୟୀ ଗୀତ, ‘ମୁଁ ଯେ ଜାଣେ ନା କାହା ବାଟ...’ରେ ଲତା ମଙ୍ଗେସକରଙ୍କୁ ନେବା ଲାଗି ପ୍ରଚେଷ୍ଟା କରିଥିଲେ। ମାତ୍ର ତାହା ସଫଳ ହୋଇ ନଥିଲା। ଅବଶେଷରେ ସେହି ଗୀତଟିକୁ ସୁମନ କଲ୍ୟାଣପୁରଙ୍କ କଣ୍ଠରେ ରେକର୍ଡିଂ କରାଯାଇଥିଲା।

ଠିକ୍ ସେହିପରି ଖ୍ୟାତନାମା ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ଓ ସଂଗୀତ ନିର୍ଦ୍ଦେଶକ ଅକ୍ଷୟ ମହାନ୍ତି ‘ସବୁ ମାୟାରେ ବାୟା’ ଚଳଚ୍ଚିତ୍ରରେ ଥିବା ସମ୍ବଲପୁରୀ ଗୀତ ‘ଛୁଇଁ ଦେଲେ ଛଇଲିକେ...’ରେ କଣ୍ଠଦାନ କରିବା ଲାଗି ଲତାଜୀଙ୍କୁ ଅନୁରୋଧ କରିଥିଲେ। ତେବେ କୌଣସି କାରଣରୁ ଲତା ରାଜି ହୋଇ ନ ଥିଲେ। ସେହି ଗୀତଟି ଅନୁରାଧା ପୋଡୱାଲଙ୍କ କଣ୍ଠରେ ରେକର୍ଡିଂ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe