ଏହିସବୁ ମନଛୁଆଁ ଓଡ଼ିଆ ଗୀତ ପାଇଁ ଆଜି ବି ଶ୍ରୋତାଙ୍କ ହୃଦୟରେ ରାଜ୍ କରୁଛନ୍ତି ସୁମନ କଲ୍ୟାଣପୁର

Advertisment
ଏହିସବୁ ମନଛୁଆଁ ଓଡ଼ିଆ ଗୀତ ପାଇଁ ଆଜି ବି ଶ୍ରୋତାଙ୍କ ହୃଦୟରେ ରାଜ୍ କରୁଛନ୍ତି ସୁମନ କଲ୍ୟାଣପୁର

thesportsgrail.com

ଭୁବନେଶ୍ୱର: ଚଳିତ ବର୍ଷ ଭାରତର ଦୁଇ ଯୋଗଜନ୍ମା ଗାୟିକାଙ୍କୁ ପଦ୍ମଭୂଷଣ ସମ୍ମାନ ଦିଆଯିବ। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଏହି ଦୁଇ ବିଶିଷ୍ଟ କଣ୍ଠଶିଳ୍ପୀ ହେଲେ ବାଣୀ ଜୟରାମ (ତାମିଲନାଡୁ) ଓ ସୁମନ କଲ୍ୟାଣପୁର (ମହାରାଷ୍ଟ୍ର)। ଉଭୟ କେତୋଟି ଓଡ଼ିଆ ଛବିରେ କଣ୍ଠଦାନ କରି ଆଜି ବି ଶ୍ରୋତାଙ୍କ ମନରେ ଘର କରି ରହିଛନ୍ତି।
ସୁମନ କଲ୍ୟାଣପୁର ସର୍ବପ୍ରଥମେ ଆଂଶିକ ଓଡ଼ିଆ ଛବି ‘ସମୟ‘ରେ କଣ୍ଠଦାନ କରିଥିଲେ। ଏହାର ଗୀତିକାର ଥିଲେ ଗଣେଶ ମହାପାତ୍ର ଏବଂ ଭୁବନ-ହରି  ସଙ୍ଗୀତକାର। ଏହି ସିନେମାରେ ସେ ଗାଇଥିବା ଗୁହାରି ଶୁଣ ଭଗବାନ... ଓ ସଜନୀରେ କାହିଁ ଗଲେ ଶ୍ୟାମ ଆଜି ବି ଲୋକପ୍ରିୟ। ଉଭୟ ଭୁବନେଶ୍ବର ମିଶ୍ର ଓ ହରି ପ୍ରସାଦ ଚୌରାସିଆ(ଭୁବନ-ହରି) ଏବଂ ଗଣେଶ ମହାପାତ୍ରଙ୍କ ସହ ଆକାଶବାଣୀ ଜରିଆରେ ସୁମନ କଲ୍ୟାଣପୁରଙ୍କ ସହ ପରିଚୟ ଥିଲା। ଏଣୁ ସେମାନେ ତାଙ୍କ କଣ୍ଠର ସଦୁପଯୋଗ କରିଥିଲେ।

publive-image
ଏହାପରେ ଭୁବନ-ହରିଙ୍କ ସ୍ବର ସଂଯୋଜନାରେ ପୁଣି ସୁମନ କଲ୍ୟାଣପୁରଙ୍କୁ ସୁଯୋଗ ମିଳିଥିଲା ଇଂ ସୁବିମଳ ମଲ୍ଲିକଙ୍କ ପ୍ରଯୋଜିତ ତଥା ନଗେନ୍ ରାୟଙ୍କ ନିର୍ଦେଶିତ ବହୁଚର୍ଚ୍ଚିତ ଓଡ଼ିଆ ଛବି ‘ଗପ ହେଲେ ବି ସତ’ରେ। ଏହା ଥିଲା ପ୍ରଥମ ସଂପୂର୍ଣ୍ଣ ରଙ୍ଗୀନ ଛବି। ଏଥିରେ ତାଙ୍କ କଣ୍ଠରେ ରେକର୍ଡ ହୋଇଥିବା ସାଥୀରେ ଯା କହି...  ମୁଁ  ଯେ ଜାଣେନା କାହା ବାଟ ରହିଛି ଚାହିଁ... ଏବେ ବି  ଅନ୍ୟତମ ସର୍ବାଧିକ ଜନପ୍ରିୟ ଓଡ଼ିଆ ଗୀତ ତାଲିକାରେ ରହିଛି। ଏହି ଗୀତ ଲାଗି ପ୍ରଥମେ ଭାରତରତ୍ନ ଲତା ମଙ୍ଗେସକରଙ୍କ ସହ ଯୋଗାଯୋଗ କରାଯାଇଥିଲା। ହେଲେ କୌଣସି କାରଣରୁ ଲତା ଗାଇପାରି ନଥିଲ‌େ। ଲତାଜୀଙ୍କ ବଦଳରେ ଶେଷରେ ସୁମନ କଲ୍ୟାଣପୁରଙ୍କ କଣ୍ଠରେ ଗୀତଟିକୁ ରେକର୍ଡ କରାଯାଇଥିଲା।

ଏହାଛଡ଼ା ସେ ଗାଇଥିବା ଏହି ସିନେମାର ଏ ବନର ଛାଇ.. ଜୟ ଯଦୁ ନନ୍ଦନ ରାଧିକା ପ୍ରାଣବଲ୍ଲଭ.. ବି ମନଛୁଆଁ ଥିଲା। ଏ ବନର ଛାଇ ଗୀତ...ରେ ସୁମନ ଅମିତ କୁମାରଙ୍କ ସହ ଦ୍ବୈତ କଣ୍ଠଦାନ କରିଥିଲେ ସୁମନ। ‘ଗପ ହେଲେ ବି ସତ’ର ଗୀତିକାର ହେଲେ ଗୁରୁକୃଷ୍ଣ ଗୋସ୍ବାମୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe