ପରଲୋକରେ ଆଲିଆଙ୍କ ଅଜା, ଦେହ ଖରାପ ଥିବା ଶୁଣି ବିମାନବନ୍ଦରରୁ ଫେରିଆସିଥିଲେ ଆଲିଆ

Advertisment
ପରଲୋକରେ ଆଲିଆଙ୍କ ଅଜା, ଦେହ ଖରାପ ଥିବା ଶୁଣି ବିମାନବନ୍ଦରରୁ ଫେରିଆସିଥିଲେ ଆଲିଆ

ମୁମ୍ବାଇ: ପରଲୋକରେ ଆଲିଆଙ୍କ ଅଜା। ଦୀର୍ଘ ଦିନର ଅସୁସ୍ଥତା ପରେ ଅଭିନେତ୍ରୀ ସୋନି ରାଜଦାନଙ୍କ ବାପା ଓ ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଅଜା ନରେନ୍ଦ୍ରନାଥ ରାଜଦାନଙ୍କ ଦେହାନ୍ତ ହୋଇଛି। ସେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଚିକିତ୍ସା ଚାଲିଥିବା ବେଳେ ୯୫ବର୍ଷ ବୟସରେ ନରେନ୍ଦ୍ରନାଥ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଏହି ଦୁଃଖଦ ଖବର ବିଷୟରେ ସୂଚନା ସୋନି ରଜଦାନ ନିଜେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି ସେୟାର କରିଛନ୍ତି।

ଅନ୍ୟପକ୍ଷରେ ଆଲିଆ ଭଟ୍ଟ ତାଙ୍କ ଅଜାଙ୍କୁ ମନେ ପକାଇ ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ଆଲିଆଙ୍କ ଅଜା କେକ୍ କାଟୁଥିବାର ନଜର ଆସିଛନ୍ତି ଏବଂ ସେ ସମସ୍ତଙ୍କୁ ହସିବାକୁ କହୁଛନ୍ତି। ଭିଡିଓରେ ରଣବୀର କପୁର ମଧ୍ୟ ନଜର ଆସିଛନ୍ତି। ଏହି ଭିଡିଓ ସହିତ ଆଲିଆ ତାଙ୍କ ଅଜାଙ୍କ ପାଇଁ ଏକ ଭାବପ୍ରବଣ ଭରା ନୋଟ ଲେଖିଛନ୍ତି।

ଆଲିଆ ଲେଖିଛନ୍ତି, "ମୋ ଅଜା, ମୋ ହିରୋ। ୯୩ ପର୍ଯ୍ୟନ୍ତ ଗଲ୍ଫ ଖେଳିଥିଲେ, ୯୩ପର୍ଯ୍ୟନ୍ତ କାମ କରିଥିଲେ, ସର୍ବୋତ୍ତମ ଓମଲେଟ୍ ତିଆରି କରୁଥିଲେ, ସର୍ବୋତ୍ତମ କାହାଣୀ କହୁଥିଲେ, ବାଦ୍ୟ ବଜାଉଥିଲେ, ଅଣନାତୁଣୀ ସହିତ ଖେଳୁଥିଲେ, କ୍ରିକେଟ୍କୁ ଭଲ ପାଉଥିଲେ, ସ୍କେଚିଂକୁ ଭଲ ପାଉଥିଲେ, ପରିବାରକୁ ଭଲ ପାଉଥିଲେ ଏବଂ ଶେଷ ପର୍ଯ୍ୟନ୍ତ ନିଜ ଜୀବନକୁ ଭଲପାଉଥିଲେ। ମୋର ହୃଦୟରେ ତାଙ୍କୁ ହରାଇବାର ଦୁଃଖ ଥିଲେ ବି ମୁଁ ଖୁସି। କାରଣ ମୋ ଅଜା ଆମକୁ ସବୁବେଳେ ଖୁସି ଦେଇଥିଲେ ଏବଂ ସେଥିପାଇଁ ମୁଁ ଭାଗ୍ୟବାନ୍।

କୁହାଯାଉଛି ଯେ, ଆଇଫା ଆୱାର୍ଡ କାର୍ଯ୍ୟକ୍ରମ ପାଇଁ ଆଲିଆ ବିଦେଶ ଯାଉଥିବା ବେଳେ ବିମାନବନ୍ଦର‌ରେ ନିଜ ଅଜାଙ୍କ ଦେହ ଖରାପ ଥିବାର ଖବର ପାଇଥିଲେ। ଏହା ପରେ ସେ ବିଦେଶ ନଯାଇ ନିଜ ଅଜାଙ୍କ ପାଖକୁ ଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe